Legatus

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କଣ୍ଟିଲୋ ଠାରେ ଆଜି ବିଜେଡି ତରଫରୁ ଏକ ବିରାଟ ସମାବେଶ

 Breaking News

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କଣ୍ଟିଲୋ ଠାରେ ଆଜି ବିଜେଡି ତରଫରୁ ଏକ ବିରାଟ ସମାବେଶ

May 15
18:52 2024

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୫: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କଣ୍ଟିଲୋ ଠାରେ ଆଜି ବିଜେଡି ତରଫରୁ ଏକ ବିରାଟ ସମାବେଶ କରାଯାଇଥିଲା ଯେଉଁଥିରେ ଭି.କେ. ପାଣ୍ଡିଆନ ନିଜେ ଯୋଗଦେଇ ବିଜେଡି ପାଇଁ ପ୍ରଚାର କରିଛନ୍ତି । ଜୟ ଜଗନ୍ନାଥ, ଜୟ ନୀଳମାଧବ ନାରାରୁ ଆରମ୍ଭ କରିଥିଲେ ଅଭିଭାଷଣ ।
ଲୋକମାନଙ୍କ ପାଖକୁ ଯାଇ ସେ ସିଧାସଳଖ ଲୋକମାନଙ୍କ ସହ କଥା ହେଇଥିଲେ ଏହା ସହ ସମସ୍ତେ କେତେ ଖୁସି ଅଛନ୍ତି ଜନତାଙ୍କୁ ପଚାରିଥିଲେ ।
ଜନସାଧାରଣଙ୍କୁ କିଛି ପ୍ରଶ୍ନ ପଚାରିବି କହି ଆରମ୍ଭ କରିଥିଲେ କିଛି ଏଭଳି – ଓଡ଼ିଶାରେ ମିଶନ ଶକ୍ତି କିଏ କରିଛି?, ମଧୁବାବୁ ଯୋଜନାକିଏ କରିଛି? ଚାଷୀଙ୍କ କାଳିଆ ଯୋଜନା କିଏ କରିଛି?,
ନୀଳମାଧବଙ୍କର ଉନ୍ନତି କରଣ କିଏ କରିଛି?, ବୃତଙ୍ଗ ଜଳ ସେଚନ କିଏ କରିଛି?, କୁସୁମୀ ଜଳ ସେଚନ ପ୍ରକଳ୍ପ କିଏ କରିଛି? ଓ ମେଗା ପାନୀୟ ପ୍ରକଳ୍ପ କିଏ କରିଛି ବୋଲି ଭି.କେ. ପାଣ୍ଡିଆନ ପ୍ରଶ୍ନ କରିଥିଲେ ।
ଜନସାଧାରଣଙ୍କ ଉତ୍ତରରେ ନବୀନ ପଟନାୟକ ନାଁ ରେ କମ୍ପିଉଠିଥିଲା ସଭାମଣ୍ଡଳ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟକରୀ କହିଲେ ନିର୍ବାଚନ ପୂର୍ବରୁ ବିରୋଧୀ ଆସିବେ କୁମ୍ଭୀରକାନ୍ଦଣା କାନ୍ଦିବେ ନିର୍ବାଚନ ସାରିବା ପରେ ସେମାନଙ୍କୁ ଖୋଜିଲେ ଆଉ ପାଇବେ ନାହିଁ ।
ପରେ ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ ଏବଂ କହିଥଲେ ୫୦ପ୍ରତିଶତରେ ଭୋଟର ବିଧାୟକ ଏବଂ ଲୋକସଭା ପ୍ରାଥୀଙ୍କୁ ଜିତାଇବାପାଇଁ ।ଆଗାମୀଦିନରେ ସରକାର ଆସିଲେ ଶପଥ ଗ୍ରହଣ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ପାଇଁ ଦସ୍ତଖତ କରିବେ କ୍ଷ ବିଧାୟିକା ପ୍ରାଥୀ ସାବିତ୍ରୀ ପ୍ରଧାନ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ନାରୀମାନଙ୍କ ପାଇଁ ଓଡିଶାରେ କରାଯାଇଥିବା ସମସ୍ତ ଯୋଜନା ବିଷୟରେ କହିଥିଲେ ।
ନିଜକୁ ସାମନ୍ତ ମାଟିର ବୋହୁ କହିବା ସହିତ ଆଗାମୀ ଦିନରେ ଖଣ୍ଡପଡା କୁ ଓଡ଼ିଶାରେ ଶ୍ରେଷ୍ଠ କରିବା ନିର୍ବାଚନ ମଣ୍ଡଳୀ କରିବା କହି ଯୋଡିଶଙ୍ଖ କୁ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ । ଲୋକସଭା ପ୍ରାଥୀ ସଂତୃପ୍ତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହିତ ଓଡ଼ିଶାରେ ପୁନର୍ବାର ବିଜେଡି କୁ ଜିତେଇବାକୁ ଆହ୍ୱାନ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31