Indus Valley Times

ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସର ବଡ଼ ସଫଳତା: ୨ ବେପାରୀ ଗିରଫ କରିବା ସହ ୧୦ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ

 Breaking News

ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସର ବଡ଼ ସଫଳତା: ୨ ବେପାରୀ ଗିରଫ କରିବା ସହ ୧୦ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ

ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସର ବଡ଼ ସଫଳତା: ୨ ବେପାରୀ ଗିରଫ କରିବା ସହ ୧୦ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ
April 06
10:11 2024

ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୬/୪: ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ୧୦ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବିହାର ଔରଙ୍ଗାବାଦ ଆମ୍ବା ଥାନା ଅଞ୍ଚଳର ବିଷ୍ଣୁ ଚୌହାନ ଏବଂ ମଦନପୁର ଥାନା ଅଞ୍ଚଳର ରାହୁଲ କୁମାର । ଉଭୟ ଅଭିଯୁକ୍ତ ଦଶପଲ୍ଲା ପଟୁ ଏକ କଳା ପଲସର ବାଇକରେ ଗଞ୍ଜେଇ ଧରି ଆସୁଥୁବା ନେଇ ଟାଉନଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ସୂଚନା ପାଇଥିଲେ ।
ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ଏବଂ ତାଙ୍କ ଟିମ୍ ନୟାଗଡ଼ ନୂଆବସଷ୍ଟାଣ୍ଡଠାରେ ଜଗି ରହିଥିଲେ । ଉଭୟ ପୁଲିସ ହାବୁଡ଼ରେ ପଡ଼ିଥିଲେ ।
ସେମାନଙ୍କଠାରୁ ୧୦ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ବାଇକ ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031