Indus Valley Times

ନୟାଗଡ଼ ଟାଇକୋଣ୍ଡ ଏକାଡେମୀର ୧୫ ତମ କଲର ବେଲ୍ଟ ପ୍ରମୋଶନ ଟେଷ୍ଟ ଅନୁଷ୍ଠିତ

 Breaking News

ନୟାଗଡ଼ ଟାଇକୋଣ୍ଡ ଏକାଡେମୀର ୧୫ ତମ କଲର ବେଲ୍ଟ ପ୍ରମୋଶନ ଟେଷ୍ଟ ଅନୁଷ୍ଠିତ

December 19
14:54 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୯/୧୨: ନୟାଗଡ଼ ଟାଇକୋଣ୍ଡ ଏକାଡେମୀର ୧୫ ତମ କଲର ବେଲ୍ଟ ପ୍ରମୋଶନ ଟେଷ୍ଟ ସ୍ଥାନୀୟ ନୂଆ ରାଜବାଟି କଲ୍ୟାଣ ମଣ୍ଡପ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।
ନୟାଗଡ଼ ମାର୍ଶାଲାଟ ଏକାଡେମୀ ତରଫରୁ ଆୟୋଜିତ ଏହି ପ୍ରମୋସନ ଟେଷ୍ଟ ରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସ୍ବାସ୍ଥ୍ୟ ସମ୍ପର୍କରେ ଟିପ୍ପଣୀ ରିଖିଥିଲେ। ଏହି ଅବସରରେ ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ୍ ର ରାଜ୍ୟ ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟାଇକୋଣ୍ଡର ଉପକାରିତା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।
ଅନ୍ୟତମ ଅତିଥି ଭାବେ ନୟାଗଡ଼ ଟାଇକୋଣ୍ଡ ଆସୋସିଏସନ୍ ର ସଭାପତି କୈଳାସ ଚନ୍ଦ୍ର ଜେନା ଏବଂ ପୂର୍ବତନ ନୟାଗଡ଼ ଏନଏସି ଅଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇଥିଲେ। ଏହି କଲର ବେଲ୍ଟ ପ୍ରମୋସନ ଟେଷ୍ଟ କୁ ନୟାଗଡ଼ ଜିଲ୍ଲା ଟାଇକୋଣ୍ଡ ମାର୍ଶାଲାଟ ଏକାଡେମୀ ର ସମ୍ପାଦକ ତଥା ପ୍ରଶିକ୍ଷକ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ପରିଚାଳନା କରିଥିଲେ। ଏହି କଲର ବେଲ୍ଟ ଟେଷ୍ଟ ରେ ଜିଲ୍ଲାର ଏକ ଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଭାରତୀୟ ଜନତା ପାର୍ଟିର ନୟାଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
କିଶୋର ମହାପାତ୍ରଙ୍କ ରିପୋର୍ଟ
ଶରଣକୁଳ ସ୍ଥିତ ଶିଖରପୁର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସଭାପତିତ୍ବରେ ଭାରତୀୟ ଜନତା ପାର୍ଟିର ନୟାଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀ, ପୂର୍ବତନ ଖଣ୍ଡପଡ଼ା ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ଦଶପଲ୍ଲା ପୁର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ମୈାଳିକ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜୁ ସ୍ବାସ୍ଥ୍ୟ ବିମା ନାମରେ ରାଜ୍ୟ ବାସି ଙ୍କୁ ଭୁଆଁ ଭୁଲା ଯାଉଥିବା, ସ୍କୁଲ ମାନଙ୍କରେ ମହାପୁରୁଷଙ୍କ ଫଟ ସ୍ଥାନରେ ନବୀନ ବାବୁ ଏବଂ ପାଣ୍ଡିଆନ୍ ଙ୍କ ଫଟ ଚିତ୍ର ରଖି ରାଜନୀତି କରିବା , ଜିଲ୍ଲା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା , ବୃତଙ୍ଗ ଚିନିକଳ, କୃଷକ ମାନଙ୍କର ବକେୟା ରାଶି ପାଇବା ଏପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ନୟାଗଡ଼ କୁ ମେମୁ ଟ୍ରେନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ୨୦୨୫ ମସିହା ବୃଦ୍ଧି କରାଯିବା ଯୋଗୁଁ ମାନନୀୟ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
ଏହି ବୈଠକରେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ ପ୍ରଧାନ, ଜିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031