Indus Valley Times

ନୟାଗଡ଼: ଡାକ୍ତରଖାନାରେ ବଢି ଚାଲିଛି ଦଲାଲ ରାଜ

 Breaking News

ନୟାଗଡ଼: ଡାକ୍ତରଖାନାରେ ବଢି ଚାଲିଛି ଦଲାଲ ରାଜ

July 09
22:07 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୯/୭: ନୟାଗଡ଼ ଡାକ୍ତରଖାନାରେ ଦଲାଲ ମାନଙ୍କ ରାଜ ଦିନ କୁ ଦିନ ବଢିବାରେ ଲାଗିଛି । ଦଲାଲ ମାନେ ଡାକ୍ତର ଙ୍କ ପାଖାପାଖି ରହି ନୂତନ ଶୈଳୀ ରେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ଜଣେ ସୁସ୍ଥଲୋକକୁ ଟଙ୍କା ମାଧ୍ୟମରେ ଭିନ୍ନ କରିବାରେ ବିଳମ୍ବ ହେଉନାହିଁ । ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ୩ ହଜାର ୭ ଶହ ଟଙ୍କା ଦେଇ ଗୋଡ ଥାଇବି ଛୋଟା, ଆଖି ଥାଇବି ଅନ୍ଧ ହେବାର ସାର୍ଟିଫିକେଟ ସହଜରେ ପାଇଯାଉଛନ୍ତି ଲୋକେ ।
ପ୍ରକୃତ ଭିନ୍ନକ୍ଷମ ଙ୍କ ପାଇଁ ଆସୁଥିବା ଯୋଜନା ବାଟମାରଣା ହୋଇ ନକଲି ଭିନ୍ନକ୍ଷମ ମାନେ ପାଉଥିବା କିଛି ଦିନ ତଳେ ଅଭିଯୋଗ ହୋଇଥିଲା । ଏବେ ପୁଣି ଥରେ ଏପରି ଏକ ଅଡିଓ ବାର୍ତ୍ତାଳାପ ଆମର ହସ୍ତଗତ ହୋଇଅଛି । ଏଥିରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଙ୍ଖେଇ ଗ୍ରାମର ବିକ୍ରମ କେଶରୀ ନାମକ ଜଣେ ବ୍ୟକ୍ତି ଜଣେ ବ୍ୟକ୍ତି ଙ୍କ ସହିତ ଦୀବ୍ୟାଙ୍ଗ ସାର୍ଟିଫିକେଟ ଦେବାପାଇଁ ଆଲୋଚନା କରୁଥିବା ଭଳି ପ୍ରତିୟ ମାନ ହେଉଛି ।
ଏହି ଦଲାଲ ଜଣକ ନୟାଗଡ଼ ସ୍ବାସ୍ଥ୍ୟ ବିଭାଗ ଓ ସାମାଜିକ ସୁରକ୍ଷା କାର‌୍ୟ୍ୟାଳୟ ର କିଛି ଅସାଧୁ କର୍ମଚାରୀ ଙ୍କୁ ହାତ କରି ଏପରି କାର‌୍ୟ୍ୟ କରୁଅଛି । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପୋଲିସ କୁ ଏହି ଦଲାଲ କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପୋଲିସ କାହିଁକି ଚୁପ୍ ବସିଛି ଏହା ସାଧାରଣରେ ପ୍ରଶ୍ନବାଚୀ ? ଏସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରି ଯେଉଁ ମାନେ ଏହି ଦଲାଲକୁ ସହଯୋଗ କରୁଥିଲେ ସେମାନଙ୍କୁ ଥିରି ଉଚିତ୍ ଦଣ୍ଟ ଦେବାକୁ ଦାବି କରୁଛନ୍ତି ସ୍ଥାନୀୟ ଲୋକେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031