Indus Valley Times

ନୟାଗଡ଼ : ଦୁର୍ଘଟଣା ଗ୍ରସ୍ତ ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ନିଜେ ଗାଡ଼ିରେ ମେଡ଼ିକାଲ ନେଇ ମାନବିକତା ଦେଖାଇଛନ୍ତି ତହସିଲଦାର

 Breaking News

ନୟାଗଡ଼ : ଦୁର୍ଘଟଣା ଗ୍ରସ୍ତ ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ନିଜେ ଗାଡ଼ିରେ ମେଡ଼ିକାଲ ନେଇ ମାନବିକତା ଦେଖାଇଛନ୍ତି ତହସିଲଦାର

December 12
14:57 2023

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୨/୧୨ : ଦୁର୍ଘଟଣା ଗ୍ରସ୍ତ ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ନିଜେ ଗାଡ଼ିରେ ମେଡ଼ିକାଲ ନେଇ ନିଜର ମାନବିକତା ଦେଖାଇଛନ୍ତି ତହସିଲଦାର ରାଜେଶ କିଶୋର ସ୍ଵାଇଁ । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଅପରାହ୍ନରେ ନୟାଗଡ଼ ପୁରୁଣା ସହର ଦକ୍ଷିଣ କାଳୀ ମନ୍ଦିର ନିକଟରେ ବାଇକ କୁ କାର ଧକ୍କା ଫଳରେ ତିନି ଜଣ ବାଇକ ଆରୋହି ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ଛଟପଟ ହେଉଥିଲେ ।
ସେହି ରାସ୍ତା ଦେଇ ତହସିଲଦାର ରାଜେଶ କିଶୋର ସ୍ବାଇଁ ଅଫିସ ଆସୁଥିବା ବେଳେ ଆହତଙ୍କୁ ଦେଖୁ ଅଟକି ଥିଲେ । ତୁରନ୍ତ ଚିକିତ୍ସା ପାଇଁ ଗୁରୁତର ଆହତ ହୋଇଥିବା ଦୁଇ ଜଣ ଯୁବକଙ୍କୁ ନିଜ ଗାଡିରେ ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ ।
ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧ୍ବକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ନୂଆଗାଁ ଥାନା ଦେଉଳି ଗାଁର ଦୁଇ ଭାଇ କାଳିଆ ଏବଂ ବଳିଆ ସାହୁ ମାମୁଁ ଝିଅ ବାହାଘର ପାଇଁ ଝୁମ୍ପୁରୀ ଗାଁ କୁ ଆସିଥିଲେ ।
ନୟାଗଡ଼ ବଜାର ରୁ ଫ୍ୟାନ କିଣିବା ପାଇଁ ମଟର ସାଇକେଲରେ କାଳିଆ ବଳିଆ ଏବଂ ଅନ୍ୟ ଜଣେ ବନ୍ଧୁଙ୍କ ସହ ମିଶି ଝୁମ୍ପୁରୀ ଗାଁ ରୁ ଆସୁଥିବା ବେଳେ ଦକ୍ଷିଣ କାଳୀ ମନ୍ଦିର ପୂର୍ବରୁ ଏକ କାର ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଆଗ ଚକା ବାହାରି ରାସ୍ତାରେ ଛିଟିକି
ପଡିଛି । ହେଲେ କାର ଡ୍ରାଇଭର ର କୌଣସି କ୍ଷତି ହୋଇ ନାହିଁ । ଅଭିଯୋଗ ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସ୍ଥଳରୁ ଅଜଣା ଆହତ ମାନଙ୍କୁ ଚିକିତ୍ସା ପାଇଁ ତହସିଲଦାର ରାଜେଶ କିଶୋର ସ୍ବାଇଁ ନିଜେ ଗାଡ଼ିରେ ମେଡ଼ିକାଲ ଆଣିବା ଏବଂ ମେଡ଼ିକାଲରେ ଉପସ୍ଥିତ ରହି
ସେମାନଙ୍କର ଚିକିତ୍ସା କରାଇବା ଘଟଣା ସବୁ ମହଲରୁ ଶୁଭେଚ୍ଛା ମିଳିଥିବା ବେଳେ ଏହା ଥିଲା ମୋର ପ୍ରାଥମିକ କର୍ତ୍ତବ୍ୟ ବୋଲି କହିଛନ୍ତି ତହସିଲଦାର ରାଜେଶ କିଶୋର ସ୍ବାଇଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031