Indus Valley Times

ନୟାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ବୈଠକ

 Breaking News

ନୟାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ବୈଠକ

ନୟାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ବୈଠକ
May 15
11:16 2025

ବିଶ୍ୱ ଭୁୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୫/୫ : ସ୍ଥାନୀୟ ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶୀଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଓ ଡିଏସପି ଡୋମେନ ଚରଣ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହିପରି ସମୀକ୍ଷା ବୈଠକ ପ୍ରତ୍ୟେକ ତିନି ଚାରି ମାସରେ ଆୟୋଜନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ବୈଠକ ଆରମ୍ଭରୁ ଜିଲ୍ଲା ମୁଖ୍ୟ ହସପିଟାଲ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ହସପିଟାଲରେ ଆଇସିୟୁର ସମସ୍ୟା ଓ ଏହାର କାରଣ ପଚାରି ବୁଝିଥିଲେ। ହସପିଟାଲରେ କେତେ ଡାକ୍ତରଙ୍କ ଆବଶ୍ୟକତା ଅଛି ।
ଏହାର ଏକ ତାଲିକା ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ଏହାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୁକ୍ତ ଦୁଇ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡ଼ିକରେ ଜମି ପଟ୍ଟାକୁ ନେଇ ଥିବା ସମସ୍ୟା ସଂକ୍ରାନ୍ତରେ ଆଲେଶଚନା କରାଯାଇଥିଲା।
ମହାବିଦ୍ୟାଳୟର ସମସ୍ୟା ଉପଜିଲ୍ଳାପାଳଙ୍କ ମାଧ୍ୟମରେ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ପିଏମ୍ କିଷାନ ଯୋଜନା‌ରେ କୃଷକମାନେ ସିଏମ୍ କିଷାନ ତୁଳନାରେ ବହୁତ କମ୍ ଉପକୃତ ହେଉଥିବା ନେଇ ବିଧାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଏ ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ଏହାସହ ଜିଲ୍ଲାରେ ମାଛ ଚାଷ ସମସ୍ୟା ଓ ଏହାର ଉତ୍ପାଦନ ହ୍ରାସ ପାଇବା ବିଷୟରେ ଆଲୋଚନା କରାଯାଇଥିଲା। ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ ସହ ଗାଈ, ଘୁଷୁରି, ଛେଳି ଓ ଠେକୁଆ ଚାଷ ବିଷୟରେ ଆଲୋଚନା କରାଯାଇଥିଲା।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କର ଭତ୍ତା ବିଷୟରେ ବିଧାୟକ ପଚାରି ବୁଝିଥିଲେ।
ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୁଆନ୍ତ ପୋଲ ନିର୍ମାଣ କାର‌୍ୟ୍ୟ, କଲ୍ୟାଣ ମଣ୍ଡପ ନିର୍ମାଣ ଓ ବନ ବିଭାଗ ସହ ବରକନ୍ୟା ଏବଂ ବଲାଙ୍ଗୀ ପାର୍କ ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାସହ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ବିଧାୟକ ଆଲୋଚନା କରିବା ପରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏହାର ତ୍ବରିତ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031