Indus Valley Times

ନୟାଗଡ଼: ପଠାଣି ସାମନ୍ତଙ୍କ ୧୮୬ ତମ ଜନ୍ମ ସ୍ମାରକୀ ପାଳନ

 Breaking News

ନୟାଗଡ଼: ପଠାଣି ସାମନ୍ତଙ୍କ ୧୮୬ ତମ ଜନ୍ମ ସ୍ମାରକୀ ପାଳନ

December 24
20:41 2020


କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୪/୧୨: ନୟାଗଡ଼ ଜିଲ୍ଲା ସଦର ମହକୁମା ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଜ୍ୟୋର୍ତିବିଦ୍ ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କ ୧୮୬ ତମ ଜନ୍ମ ସ୍ମାରକୀ କୋଭିଡ ୧୯ କଟକଣା ମଧ୍ୟରେ ପାଳନ କରାଯାଇଅଛି। ଏହି ଅବସରରେ ଜିଲ୍ଲାପାଳ ଡ. ପୋମା ଟୁଡୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ୍ ଡି , ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଟଙ୍କଧର ଭୋଇ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିଶ୍ବନାଥ ମହାପାତ୍ର, ଶିକ୍ଷକ ଶରତ ଚନ୍ଦ୍ର ଆଚାର‌୍ୟ୍ୟ , ସମାଜସେବୀ ରଞ୍ଜନ ରଶ୍ମୀ ଜେନା ପ୍ରମୁଖ ଉପସ୍ଥିତ ରହି ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ନୟାଗଡ଼ ଯଦୁପୁର ରେ ପହଞ୍ଚିଲା ବିଜେପି ର ପଦଯାତ୍ରା
କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୪/୧୨: ନୟାଗଡ଼ ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ଅପହରଣ ଓ ହତ୍ୟା ଘଟଣା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରୁ ଯଦୁପୁର ରେ ପହଞ୍ଚିଲା ବିଜେପି ର ପଦଯାତ୍ରା । ପରୀକୁ ନ୍ୟାୟ ଦାବିରେ ନୟାଗଡ଼ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଠାରେ ଦିର୍ଘ କୋଡିଏ ଦିନ ହେବ ଧର୍ମଘଟରେ ବସିଥିବା ବିଜେପି ନେତ୍ରୀ ଇରାନୀ ରାୟ ଙ୍କୁ ଧର୍ମଘଟ ରୁ ଉଠାଇବା ସହ ଆଜିଠାରୁ ଆନ୍ଦୋଳନ କୁ ଅଧିକ ଜୋରଯାର କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି ପ୍ରକାଶ କରିଛନ୍ତି।
ଗାଁ କୁ ଗାଁ ବୁଲି ବୁଲି ପରୀ ଆନ୍ଦୋଳନ କୁ ତିବ୍ର କରାଯିବା ସହିତ ପରୀ କୁ ନ୍ୟାୟ ଦେବାପାଇଁ ଆବଶ୍ୟକ ପଡିଲେ ନୟାଗଡ଼ ମା ଦକ୍ଷିଣ କାଳୀ ମନ୍ଦିର ଠାରୁ ଭୁବନେଶ୍ଵର ବିଧାନସଭା ପର‌୍ୟ୍ୟନ୍ତ ପଦଯାତ୍ରା କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031