ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ଏବଂ ବୃଦ୍ଧା ଶ୍ରମ ସମର୍ପଣରେ ସ୍ୱାଧୀନତା ଦିବସ ପାଳନ
କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୬/୮ : ବରିଷ୍ଠ ନାଗରିକ ମଞ୍ଚ ଗୋଷ୍ଠୀ କେନ୍ଦ୍ର ପରିସରରେ ସହରାଞ୍ଚଳ ଏଲଡରସ ଭିଜନ ଆଣ୍ଡ ଆକ୍ସନ ଗୃପ ଏବଂ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ମିଳିତ ଆନୁକୁଲ୍ୟରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଅଛି। ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ବରିଷ୍ଠ ନାଗରିକ ମାନଙ୍କୁ ଦେଶଭକ୍ତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସହରାଞ୍ଚଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଅମୁଲ୍ୟ କୁମାର ମହାନ୍ତି, ଉପସଭାପତି ହରିହର ମିଶ୍ର, ସମ୍ପାଦକ ଗୋପାଳ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ କୃପାସିନ୍ଧୁ ପଣ୍ଡା,, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଦୁର୍ୟୋଧନ ସାହୁ, ଉପସଭାପତି ଏମ୍ ଆୱରଙ୍ଗ ଦେବ ପ୍ରମୁଖ ଉପସ୍ଥିତ ଥିଲେ।
ଏହିପରି ଭାବେ ସ୍ଥାନିୟ ଲେଖନପୁର ଠାରେ ଗଢ଼ିଉଠିଥିବା ବୃଦ୍ଧା ଶ୍ରମ ସମର୍ପଣ ପରିସରରେ ମଧ୍ୟରେ ଅନ୍ତେବାସି ମାନେ ଆନନ୍ଦ ଉଲ୍ଲାସର ସହ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ବିଶିଷ୍ଟ ଶିଳ୍ପପତି ତଥା ରୋଟାରୀ ଆନ ସାନଧ୍ୱରମଲ୍ଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସମର୍ପଣ ର କାର୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ , ସମ୍ପାଦକ ଅରୁଣ କୁମାର ମହାନ୍ତି, ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକ, ଶ୍ରୀଧର ସାହୁ, ରୋଟାରୀ ଇନରହ୍ବିଲ ପ୍ରତିଷ୍ଠାତା ନିରୁପମା ପଟ୍ଟନାୟକ ଏବଂ ସଭାପତି ସ୍ମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।