Indus Valley Times

ନୟାଗଡ: ଇଟମାଟି ଶିକ୍ଷା , ବୈଶୟିକ ଉଚ୍ଚମାଧମିକ ବିଦ୍ୟାଳୟ ରେ ଅଭିଭାବକ ଓ ଶିକ୍ଷକ ସମାବେଶ

 Breaking News

ନୟାଗଡ: ଇଟମାଟି ଶିକ୍ଷା , ବୈଶୟିକ ଉଚ୍ଚମାଧମିକ ବିଦ୍ୟାଳୟ ରେ ଅଭିଭାବକ ଓ ଶିକ୍ଷକ ସମାବେଶ

January 29
12:16 2023

ବିଶ୍ୱ ଭୂଷଣ ମହାପାତ୍ର / ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୯/୧: ନୟାଗଡର ,ଇଟମାଟି ଶିକ୍ଷା ଓ ବୈଶୟିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଅଭିଭାବକ ଓ ଶିକ୍ଷକ ସମାବେଶ ହୋଇଯାଇଛି ।
ଗୁଣାତ୍ମକ ଶିକ୍ଷାର ବିକାଶ ଓ ପ୍ରଚଳନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଅଭିଭାବକ ଓ ଶିକ୍ଷକ ସମାବେଶ କାର୍ଯ୍ୟକ୍ରମ ରେ। ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶିବ ଶଙ୍କର ପ୍ରଧାନ ମୁଖ୍ୟ ଅତିଥି ଭାବେ ଓ ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡ. ବସନ୍ତ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।
ଅଧ୍ୟାପକ ଅଭିମନ୍ୟୁ ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମାବେଶର ଉଦ୍ଦେଶ୍ୟ ଓ ଅଭିମୁଖ୍ୟକୁ ପ୍ରକାଶ କରିଥିଲେ ।
ଅଧ୍ୟକ୍ଷ ନାୟକ ଗୁଣାତ୍ମକ ଶିକ୍ଷା ପାଇଁ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ସମନ୍ୱିତ ପ୍ରଚେଷ୍ଟା ରହିବା ପାଇଁ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ଅଭିଭାବକଙ୍କର ତ୍ୟାଗହୁତ ଜୀବନ ସମ୍ପର୍କରେ ଦୃଷ୍ଟାନ୍ତ ମୂଳକ ଉଦାହରଣ ପ୍ରଦାନ କରିଥିଲେ ।
ମୁଖ୍ୟଅତିଥି ଶିବଶଙ୍କର ପ୍ରଧାନ ବ୍ୟକ୍ତିଗତ ଭାବେ ଅଭିଭାବକମାନଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ କାର‌୍ୟ୍ୟକ୍ରମର ସଫଳତା ପାଇଁ ସନ୍ତୋଷ ପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ଦଳର ବସନ୍ତ କୁମାର ନାୟକ ଗୁଣାତ୍ମକ ଶିକ୍ଷା ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଓ ନୀତି ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଶିକ୍ଷା ହିଁ ଦାୟିତ୍ୱବାନ ନାଗରିକ ସୃଷ୍ଟି କରିବା ପାଇଁ ଏକମାତ୍ର ଅସ୍ତ୍ରବୋଲି ମତବ୍ୟକ୍ତ କରିଥିଲେ ।
ଅଧ୍ୟାପକ ଅଭୟ କୁମାର ଲେଙ୍କା ମହାବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା ଓ ଉନ୍ନତିମାନର ଶିକ୍ଷାଦାନ ସମ୍ପର୍କରେ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର ବଂଶୀଧର ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ଛାତ୍ରବୃତ୍ତି ସମ୍ପର୍କରେ ଆଲୋଚନା କରିଥିଲେ ।
ଉପସ୍ଥିତ ଥିବା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।
ଅଭିଭାବକ ମାନଙ୍କର ମତାମତ ଓ ପରାମର୍ଶ ଗ୍ରହଣ କରାଯାଇଥିଲା । ଏପରି କାର୍ଯ୍ୟକ୍ରମ ପାଇଁ ଅଭିଭାବକ ମହଲରେ ସନ୍ତୋଷ ପରିଲିଖିତ ହୋଇଥିଲା । କାର୍ଯ୍ୟକ୍ରମ ଅଧ୍ୟାପକ ପ୍ରଶାନ୍ତ କୁମାର ରଥ, ଅଧ୍ୟାପିକା ଭାରତୀ ମିଶ୍ର, ସୁପ୍ରିୟା ମହାପାତ୍ର, ନୀରୋଜ ନଳିନୀ ଦାସ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031