Indus Valley Times

ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା

 Breaking News

ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା

ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା
March 15
10:28 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୩ : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୧୦ ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୫୭, ୪୦, ୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୦୩ ଦେୱାନି ମାମଲା ଫଇସଲା କରାଯାଇଥିଲା।
ଏନ. ଆଇ. ଆକ୍ଟ କେସ ୭ ଟି ଫଇସଲା କରାଯାଇ ୧୦,୪୪,୬୦୮ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୧୬ ଟି ମାମଲା ଫଇସଲା କରାଯାଇଥିଲା ।
ଅନ୍ୟାନ୍ୟ ଫୌଜଦାରୀ ୧୭୫ଟି ମାମଲା ଫଇସଲା କରାଯାଇଥିଲା । ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୪୦ ଜଣ ଋଣ ଗ୍ରହିତାଙ୍କଠାରୁ ୬୪,୧୯,୯୬୬ ଟଙ୍କା ଦେବା ପାଇଁ ରାଜିନାମା ସ୍ୱାକ୍ଷରିତ କରାଯାଇଥିଲା । ସେହିପରି ୩୮୨୨ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୬,୭୬,୩୮୩ ଟଙ୍କା ଆଦାୟ କରଯାଇଥିଲା ଏବଂ ରଫାଯୋଗ୍ୟ ଫଉଜଦାରି ମାମଲା ୩ ଟି ଫଇସଲା କରାଯାଇଥିଲା ।
ଦିଦ୍ୟୁତ ସମ୍ବନ୍ଧୀୟ ୭ ଟି ମାମଲା ଫଇସଲା ହୋଇ ୩,୪୨,୨୭୧ ଟଙ୍କା ଆଦାୟ କରାଯାଇଥିଲା ।
ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ଡଃ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ରିଜା ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀମତୀ ଶୃତିସ୍ନିଗ୍ଧା ଦାସ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା, ଉପଖଣ୍ଡ ଫୌଜଦାରୀ ବିଚାରପତି ସମାପିକା ସମଦର୍ଶିନୀ, ଜେ ଏମ ଏଫ ସି ଲଲିତା ପାତ୍ର ଏବଂ ଶୁଶ୍ରିତା ମିଶ୍ର ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ସ୍ୱୟଂ ପ୍ରଭା ଆଚାର‌୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ସମସ୍ତ ନ୍ୟାୟ ଅଧିକାର ମିତ୍ର, ବରିଷ୍ଠ ଅଧିବକ୍ତା ଦଣ୍ଡପାଣି ସ୍ବାଇଁ, ରମେଶ ଚନ୍ଦ୍ର ମହାରଣା ଏବଂ ଜିଲ୍ଲା ଆଇନ ସେବା ପ୍ରାକରଣ ର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031