Indus Valley Times

ନୟାଗଡ ଜିଲ୍ଲା ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୬୭୮୮ ଟି ମାମଲା ଫଏସଲା ୯ଟି

 Breaking News

ନୟାଗଡ ଜିଲ୍ଲା ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୬୭୮୮ ଟି ମାମଲା ଫଏସଲା ୯ଟି

September 14
10:34 2025


ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୪ / ୯ : ଜାତୀୟ ଆଇନ ସେବା ପ୍ରାଧ୍ଵରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲାଆଇନ ସେବା ପ୍ରାଧ୍ୱକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଓ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ
ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।
ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୦,୮୫,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା ।
ସେହିପରି ୧୪୨ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ଫଇସଲା କରାଯାଇ ୧୪,୬୬,୧୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୧୫ଟି ମାମଲା, ଅନ୍ୟାନ୍ୟ ଫୌଜଦାରୀ ୧୯୨ଟି ମାମଲା ଫଇସଲା କରଯାଇଥିଲା ।
ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୧୩ଜଣ ଋଣ ଗ୍ରହିତାଙ୍କଠାରୁ ୪୨,୩୮,୧୮୫.୨୬ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ସେହିପରି ୬୭୮୮ଟିପରାଜସ୍ୱ ମାମଲା ଫଇସଲା କରାଯାଇ ୫,୪୯,୧୮୬ ଟଙ୍କା ଆଦାୟ କରଯାଇଥିଲା ଏବଂ ଅନ୍ୟାନ୍ୟ ଦେୱାନି ୭୯ ଟି ମାମଲାର ଫଇସଲା ହୋଇଥିଲା । ବିଦ୍ୟୁତ ସମ୍ବନ୍ଧୀୟ ୦୩ଟି ମାମଲା ଫଇସଲା
ହୋଇଥିଲା ।ରଫାଯୋଗ୍ୟ ଫୌଜଦାରି ମାମଲା ୦୧ଟି ଫଇସଲା କରାଯାଇ ୧୫୦୦ ଟଙ୍କା ଆଦାୟ କରଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ଡଃ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ରିଜା ରାୟ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା, ବରିଷ୍ଠ ଦେୱାନି ଅଦାଲତ ବିଚାରପତି(ଏଲ ଆର ଆଣ୍ଡ ଏଲ ଟିଭି ) ଶ୍ରୀ ରବି ନାରାୟଣ ବେହେରା, ଉପଖଣ୍ଡ ଫୌଜଦାରୀ ବିଚାରପତି ସମାପିକା ସମଦର୍ଶିନୀ,ଜେ ଏମ ଏଫ ସି ଲଲିତା ପାତ୍ର ଏବଂ ଶୁଶ୍ରିତା ମିଶ୍ର । ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶୃତିସ୍ନିଗ୍ଧା ଦାସ, ଜିଲ୍ଲା ଆଇନ ସେବା ପ୍ରାଧ୍ଵରଣ ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ, ବରିଷ୍ଠ
ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ସ୍ବୟଂ ପ୍ରଭା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ସରକାରୀ ଓକିଲ ଶ୍ରୀ ଦଣ୍ଡପାଣି ସ୍ବାଇଁ, ବରିଷ୍ଠ ଅଧୂବକ୍ତା ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଏବଂ ଜିଲ୍ଲା ଆଇନ ସେବା ପ୍ରାଧ୍ଵରଣ ର ସମସ୍ତ କର୍ମଚାରୀ ଓ ସମସ୍ତ ନ୍ୟାୟ ଅସ୍ଵୀକାର ମିତ୍ର
ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031