Indus Valley Times

ନୟାଗଡ ଜିଲ୍ଲା: ପ୍ରତ୍ୟକ୍ଷ ଆବିର୍ଭୂତା ମା ବାଗ୍‌ଦେବୀ ଙ୍କ ଅଲୌକିକ କିମ୍ବଦନ୍ତୀ

 Breaking News

ନୟାଗଡ ଜିଲ୍ଲା: ପ୍ରତ୍ୟକ୍ଷ ଆବିର୍ଭୂତା ମା ବାଗ୍‌ଦେବୀ ଙ୍କ ଅଲୌକିକ କିମ୍ବଦନ୍ତୀ

July 26
18:28 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୬/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଐତିହ୍ୟ ,ସଂସ୍କୃତି,ପରମ୍ପରା ସବୁଠୁ ନିଆରା।ଏହି ବ୍ଲକ୍ ରେ ବସ ବାସ କରୁଥିବା ଲୋକମାନେ ମା ଙ୍କ ମହିମା କୁ ବିଶ୍ୱାସ କରନ୍ତି।ଏଠାରେ ବାର ମାସରେ ତେର ପର୍ବ ପାଳନ ହୋଇଆସୁଛି। ନୂଆଗାଁ ବ୍ଲକ୍ ରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରୁ ସର୍ବ ପୁରାତନ ହେଉଛି ମା ବାଗ୍‌ଦେବୀ ଙ୍କ ପୀଠ।
ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧୀନରେ ଥିବା କନ୍ଧ ଖାଲମଡ଼ା ଗ୍ରାମ ନିକଟରେ ଥିବା ପୋଡ଼ା ଗଡ଼ ତୋଟରେ ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ମା ବା ଗ ଦେ ବୀ ଙ୍କ ଅଲୌକିକ ଶକ୍ତି ପୀଠ।
ନୂଆଗାଁ ଠାରୁ ବାହା ଡ ଝୋ ଲା ଦେଇ ଯାଇଥିବା ପି , ଡବ୍ଲୁଡି ରାସ୍ତାରେ ଯାଇ ଜାକେଡ଼ା ଗ୍ରାମ ପଞ୍ଚାୟତ ହାଇ ସ୍କୁଲ୍ ଆଗରୁ ଦକ୍ଷିଣ ପାର୍ଶ୍ଵ ଦେଇ ରାସ୍ତାରେ ୫୦୦ ମିଟର ଗଲେ ପଡେ ମା ଙ୍କ ପୀଠ। ମା ବା ଗ ଦେବୀ ଙ୍କ ଅଲୌକିକ କିମ୍ବଦନ୍ତୀ ସବୁଠୁ ନିଆରା। ବହୁ ପୁରୁଖା ଲୋକମାନଙ୍କ କହିବା ଅନୁଯାୟୀ ସହ ସହ ବର୍ଷ ପୂର୍ବେ ମା ବାଗ ଦେବୀ ଫୁଟା ଲିଙ୍ଗ ଭାବେ ଅବିର୍ଭୁ ତା ହୋଇଛନ୍ତି। ନୂଆଗାଁ ପଞ୍ଚାୟତ ଅଧୀନରେ ଥିବା ଖାଲମଡ଼ା ଗ୍ରାମ ସେତେବେଳେ ପୋଡଗଡ ତୋଟା ରେ ଅବସ୍ଥିତ ଥିଲା। ଗ୍ରାମ ର ଲୋକମାନେ ମା ଙ୍କୁ ଆରାଧ୍ୟ ଦେବୀ ଭାବରେ ପୂଜା କରୁଥିଲେ। ମା ଏକ ଛୋଟିଆ ଚା ଳ ଛପର୍ ଘରେ ପୂଜା ପାଉଥିଲେ। ବଣ ଜଙ୍ଗଲ ଘେରି ରହିଥିବା ସତ୍ତ୍ବେ ମା ଙ୍କ ମହିମା ରୁ ବାଘ ଭାଲୁ ଭଳି ହିଂସ୍ର ଜନ୍ତୁ ଲୋକମାନଙ୍କ କିଛି କ୍ଷତି କରିନଥାନ୍ତି ବୋଲି ବହୁ ପୁରୁଖା ଲୋକମାନେ କହିଛନ୍ତି।
ଗ୍ରାମର ଲୋକସଂଖ୍ୟା ବଢିବା ଯୋଗୁଁ ଲୋକମାନେ ବର୍ତ୍ତମାନ ବସକରୁଥିବା ଗ୍ରାମକୁ ଚାଲି ଆସିଥିଲେ।ମା ଙ୍କ ସ୍ଵପ୍ନା ଦେଶ ହେବ ଯୋଗୁ ମା ସେହି ସ୍ଥାନରେ ରହି ପୂଜା ପାଇଲେ।କିମ୍ବଦନ୍ତୀ ଅନୁଯାୟୀ ମା ଙ୍କ ସ୍ବପ୍ନାଦେଶ ଥିଲା ପୌଷ ମାସରେ ଢ଼ିଙ୍କି ଦ୍ବାରା କେହି ବି ଚୁନା କୁଟିବେ ନାହିଁ। ମୋ ପୂଜକ ନିଜେ ଚୁନା କୁଟି ମୋ ପୂଜା କରି ସରିବାପରେ ପୌଷ ମାସ ପରେ ଚୁନା କୁଟିଲେ ଗ୍ରାମ ର ସମସ୍ତ ବିପଦ ଯେପରି ନିଆଁ ଓ ହିଂସ୍ର ଜନ୍ତୁ କବଳରୁ ଗ୍ରାମବାସୀ ଙ୍କୁ ରକ୍ଷା ମିଳି ଥାଏ ବୋଲି ମା ଙ୍କ କିମ୍ବଦନ୍ତୀ ରହିଛି।
ସେହିଭଳି ଦୋଳପୂର୍ଣ୍ଣମୀ ରେ ଆମ୍ବ ,ମହୁଲ ମା ଙ୍କୁ ପୂଜା କରାଯାଇ ଗ୍ରାମବାସୀ ଆମ୍ବ ମହୁଲ ଖାଇବାର ପ୍ରଥା ରହିଛି।ସବୁଠୁ ନିଆରା ଆଗିପୋ ଡ଼ା । ଅଁ ଳକ୍ଷ ପତ୍ର ,ଶିମ୍ବ ଫୁଲ ଆଦି ଏକ ତ୍ରିତ୍ କରାଯାଇ ମା ଙ୍କ ଉଦ୍ଦେଶ୍ୟରେ ଅଗ୍ନି ସଂଯୋଗ କରାଯାଇ ଅ ଗୀ ପୋ ଡ଼ା ପର୍ବ ପାଳନ କରାଯାଏ।ଅଗୀ ପୋଡ଼ା ପର୍ବ ପାଳନ ହେବ ଦ୍ବାରା ମା ବିଭିନ୍ନ ସଂକ୍ରାମକ ରୋଗ ରୁ ଗ୍ରାମ ବାସୀ ଙ୍କୁ ସୁରକ୍ଷା ଦେଇଥାନ୍ତି।ଏପରିକି ମା ଙ୍କୁ ସ୍ମରଣ କଲେ ବାଘ ବି ଜଙ୍ଗଲକୁ ଚାଲିଯାଉଥିବା ପୁରୁଖା ଲୋକମାନେ କହିଛନ୍ତି।
ପୀଠ ନିକଟରେ ଥିବା ବରଗଛ କହେ ମାଙ୍କ ଶକ୍ତି ର କାହାଣୀ। ବହୁ ବର୍ଷ ପୂର୍ବେ ମା ଙ୍କ ପୂଜକ ଶ୍ରୀଧର ରାଉତ ଙ୍କୁ ମାରିବା ପାଇଁ କିଛି ଡକାୟତ ବରଗଛ ଉପରେ ଚଢ଼ି ଲୁଚିଥିଲେ। କିନ୍ତୁ ହଠାତ୍ ବରଗଛ ଟି ଅତି ଭୟଙ୍କର ଭାବେ ଫୁଲିବାକୁ ଲାଗିଲା । ଏଭଳି ଭୟଙ୍କର ଦୃଶ୍ୟ ଦେଖି ଡକାୟତ ମାନେ ଚିତ୍କାର କରିବାକୁ ଲାଗିଲେ। ପୂଜକ ଏଭଳି ବିଚିତ୍ର ଦୃଶ୍ୟ ଦେଖି ମା ଙ୍କୁ ସ୍ମରଣ କରିବା ମାତ୍ରେ ବରଗଛ ଟି ପୂର୍ବ ଅବସ୍ଥା କୁ ଫେରିଆସିଥଲା। ଡକାୟତ ମାନେ ପୂଜକଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ମା ଙ୍କ ସରଣା ପର୍ଣ୍ଣ ହୋଇଥିବା ବର୍ତମା ନ ପୂଜକ ଗନ୍ଧର୍ବ ରାଉତ କହିଛନ୍ତି।
ଯେଉଁ ଭକ୍ତ ମାନେ ମା ଙ୍କୁ ମାଟି ଘୋଡ଼ା ଅର୍ପଣ କରିବାକୁ ଚାହାନ୍ତି ସେହି ମାଟି ଘୋଡ଼ା କେବଳ ସଂକ୍ରାନ୍ତି ରାତିରେ ଏକାକୀ କୁମ୍ଭାର ତିଆରି କରୁଥିବାର ଲୋକକଥା ରହିଛି।ବର୍ତ୍ତମାନ ଖାଲ ମ ଡ଼ା ଗ୍ରାମ ସମେତ ୨୨ଗୋଟି ଆଦିବାସୀ ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି
ମା ବାଗଦେବୀ। ଅମାବାସ୍ୟା, ସଂକ୍ରାନ୍ତି ଏବଂ ଭଲ ମନ୍ଦ ଦିନ ର ନିଶା ରାତ୍ରୀରେ ମା ଗ୍ରାମ ପରିକ୍ରମା କରିଥାନ୍ତି।ଅର୍ଧରାତ୍ର ସମୟରେ ଘୁଙ୍ଗୁର ଶବ୍ଦ ଓ ଘୋଡ଼ା ର ଟପ୍ ଟପ୍ ଶବ୍ଦ ଅନେକ ଲୋକ ଶୁଣିଥିବା ର ପ୍ରମାଣ ମିଳିଛି।ପ୍ରତିବର୍ଷ ମାଘ ମାସ ପୂର୍ଣ୍ଣମୀ ଦିନଠାରୁ ଦୁଇ ଦିନ ଧରି ମା ଙ୍କ ଯାତ୍ରା ଉତ୍ସବ ପାଳିତ ହୁଏ। ଭକ୍ତ ମାନେ କରୁଥିବା ମାନସିକ ଶୀଘ୍ର ପୂର୍ଣ୍ଣ ହୁଏ ବୋଲି ମା ଙ୍କ ଭକ୍ତ ମାନେ କହିଛନ୍ତି।
ତେଣୁ ମା ଙ୍କୁ ଦର୍ଶନ କରିବାପାଇଁ ବ୍ଲକ୍ ର କୋଣ ଅନୁକୋଣ ରୁ ଭକ୍ତ ମାନଙ୍କ ସୁଅ ଛୁଟି ଥାଏ।ମା ଙ୍କ ପୀଠକୁ ଗଲେ ଏକ ଅଲୌକିକ ଭାବ ନା ସୃଷ୍ଟି ହେବା ସହ ଆଲୋକିତ ଶକ୍ତିର ଅଭାସ୍ ଭକ୍ତ ମାନେ ଅନୁଭବ କରୁଥିବା କହିଛନ୍ତି।ମାଙ୍କ ଦର୍ଶନ ସହ ପ୍ରାକୃତିକ ସୌନ୍ଦର‌୍ୟ୍ୟ ର ମଜା ନେବା ସହ ଜଙ୍ଗଲ ଭିତରେ ଝରଣା ର ଶୀତଳ ଜଳ ରେ ସ୍ନାନ କରିବା ସହ ଭୋଜି ଭାତ ର ଆୟୋଜନ କରିଥାନ୍ତି।ବର୍ତ୍ତମାନ ମା ଙ୍କ ମନ୍ଦିର ନିର୍ମାଣ ବହୁବର୍ଷ ପୂର୍ବରୁ ହୋଇସାରିଛି। କିନ୍ତୁ ମା ଙ୍କ ପୀଠ କୁ ଯିବା ପାଇଁ ପକ୍କା ରାସ୍ତା ଟି ଏ ନାହିଁ। ଏଭଳି ଏକ ଅଲୌକିକ କିମ୍ବଦନ୍ତୀ ରେ ପରିପୂର୍ଣ୍ଣ ଶକ୍ତି ପୀଠ କୁ ପର‌୍ୟ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଖାଲମ ଡ଼ା ଗ୍ରାମବାସୀ ଙ୍କ ସମେତ ୨୨ଟି ଆଦିବାସୀ ମୌଜାର ଗ୍ରାମବାସୀ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031