Indus Valley Times

ନୟାଗଡ ଜିଲ୍ଲା ସାମ୍ବାଦିକ ସଙ୍ଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

 Breaking News

ନୟାଗଡ ଜିଲ୍ଲା ସାମ୍ବାଦିକ ସଙ୍ଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

December 18
18:52 2020

ରଣପୁର ପ୍ରତିନିଧିଙ୍କ ରିପୋର୍ଟ
ରଣପୁର, ୧୮/୧୨ : ଓଡିଶା ସାମ୍ବାଦିକ ୟୁନିଅନ ଅନୁବନ୍ଧିତ ନୟାଗଡ ଜିଲ୍ଲା ସାମ୍ବାଦିକ ୟୁନିଅନ ଶୁକ୍ରବାର ରଣପୁରର ପ୍ରସିଦ୍ଧ ତୀର୍ଥସ୍ଥଳୀ ବଜ୍ରକୋଟ ସ୍ଥିତ ମା ଅସୁରକୁମାରୀ ପୀଠରେ ସାମ୍ବାଦିକ ସଞ୍ଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ସ୍ବର୍ଗତ ବରିଷ୍ଠ ସାମ୍ବାଦିକ ଅଶୋକ ରଥ, ତ୍ରିନାଥ ନାୟକ ଓ ମୁରଲୀଧର ପାଣିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ସଙ୍ଘର ନୂତନ କର୍ମକର୍ତା ଚୟନ କରାଯାଇ ଥିଲା । ସଙ୍ଘର ଉପଦେଷ୍ଟା ଭାବେ ସାମ୍ବାଦିକ ସୁଦାମ ଚରଣ ନାୟକ, ସଞ୍ଜୟ କୁମାର ସ୍ୱାଇଁ, ରାମକୃଷ୍ଣ ରଥ, ପ୍ରଦୀପ ସାହୁ ଓ ପ୍ରମୋଦ ମହାପାତ୍ରଙ୍କୁ ଚୟନ କରାଯାଇଥିବା ଜଣା ପଡିଛି । ନୂତନ ସଭାପତି ଭାବେ ବିଶ୍ୱରଞ୍ଜନ ଆଚାର‌୍ୟ୍ୟ, ଉପ-ସଭାପତି ଭାବେ ପ୍ରଶାନ୍ତ କୁମାର ଜେନା ଓ କିଶୋର ମହାପାତ୍ର, ସାଧାରଣ ସମ୍ପାଦକ ଭାବେ ଗୋପାଳ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ଭାବେ ସୁକାନ୍ତ ପଟ୍ଟନାୟକ ଓ ଆଲୋକ ସେନାପତି ଏବଂ କୋଷାଧକ୍ଷ ଭାବେ ଶିବାନନ୍ଦ ଘଡେଇ ଙ୍କୁ ଚୟନ କରା ଯାଇଥିବା ଜଣା ପଡିଛି । ଏକଜୁଟିଭ ମେମ୍ବର ଭାବେ ଭାପୁର ବ୍ଲକର ଗୀତିକାନ୍ତ ପଣ୍ଡା, ଖଣ୍ଡପଡା ବ୍ଲକର ବିରଞ୍ଚି ନାୟକ, ରଣପୁର ବ୍ଲକର ରମେଶ ଚନ୍ଦ୍ର ପ୍ରଧାନ, ନୟାଗଡ ବ୍ଲକର ଦିନମଣି ମହାନ୍ତି, ଓଡ଼ଗାଁ ବ୍ଲକର ଅର୍ଜୁନ ସାହୁ, ନୂଆଗାଁ ବ୍ଲକର ପଞ୍ଚାନନ ସାହୁ, ଦଶପଲ୍ଲା ବ୍ଲକର ପ୍ରକାଶ ଚନ୍ଦ୍ର ମଲିକ, ଗଣିଆ ବ୍ଲକର ଅଜୟ କୁମାର ରାଉତଙ୍କୁ ମନୋନୀତ କରାଯାଇଥିବା ବେଳେ ଲିପ୍ସାରାଣୀ ମହାପାତ୍ର ଓ ପୁଷ୍ପଲତା ପ୍ରଧାନଙ୍କୁ ସଂଗଠିକା ଭାବେ ଚୟନ କରାଯାଇଛି । ନବ ନିର୍ବାଚିତ ସଭାପତି ଓ କର୍ମକର୍ତାଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031