Indus Valley Times

ନୟାଗଡ: ପ୍ରଭାତ କୁମାର ମହାରଣାଙ୍କୁ ନନ୍ଦିଘୋର ଗ୍ରାମରେ ପଞ୍ଚାୟତ ତରଫରୁ ଗ୍ରାମବାସୀ ଙ୍କ ସମ୍ବର୍ଦ୍ଧନା

 Breaking News

ନୟାଗଡ: ପ୍ରଭାତ କୁମାର ମହାରଣାଙ୍କୁ ନନ୍ଦିଘୋର ଗ୍ରାମରେ ପଞ୍ଚାୟତ ତରଫରୁ ଗ୍ରାମବାସୀ ଙ୍କ ସମ୍ବର୍ଦ୍ଧନା

September 19
22:02 2021

ନୟାଗଡ଼,୧୯/୯: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ମଞ୍ଚ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ ପ୍ରଭାତ କୁମାର ମହାରଣା ଙ୍କୁ ତାଙ୍କ ଜନ୍ମମାଟି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମରେ ପଞ୍ଚାୟତ ତରଫରୁ ଗ୍ରାମବାସୀ ମାନେ ସମ୍ବର୍ଦ୍ଧନା କରିଛନ୍ତି।
ଏହି ସମ୍ବର୍ଦ୍ଧନା ଉତ୍ସବରେ ସରପଞ୍ଚ ଶ୍ରୀମତୀ ଶ୍ବେତାଲୀନା ମିଶ୍ର ସଭାପତିତ୍ବରେ ଗଜେନ୍ଦ୍ର କୁମାର ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ ସାମ୍ବାଦିକ ତଥା ନାଟ୍ୟକାର ପ୍ରଦୀପ୍ତ କୁମାର ରଥ , ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ଚିନ୍ତାମଣି ମିଶ୍ର, ନାଟ୍ୟକାର,ନିର୍ଦ୍ଦେଶକ , ତଥା ଶିକ୍ଷକ ଶରତ କୁମାର ଆଚାର‌୍ୟ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଉତ୍ସବରେ ଶ୍ରୀଯୁକ୍ତ ମହାରଣା ଏହା ତାଙ୍କୁ ସମ୍ବର୍ଦ୍ଧନା ନୁହେଁ ଜନ୍ମ ମାଟିର ସ୍ନେହ ଶ୍ରଦ୍ଧା ଏବଂ ଆର୍ଶୀବାଦ ବୋଲି ପ୍ରକାଶ କରିବା ସହିତ ଗାଆଁ ରେ ନିଜର ପିଲାଦିନର ଅନୁଭୁତି ପ୍ରକାଶ କରିଥିଲେ।
ପ୍ରଭାତ ର ଶିକ୍ଷକ ହୋଇଥିବାରୁ ମୁଁ ନିଜକୁ
ଗର୍ବିତ ଅନୁଭବ କରୁଥିବା ଶିକ୍ଷକ ଶ୍ରୀଯୁକ୍ତ ଚିନ୍ତାମଣି ମିଶ୍ର ପ୍ରକାଶ କରିଥିଲେ। ଶ୍ରୀଯୁକ୍ତ ଶରତ କୁମାର ଆଚାର‌୍ୟ୍ୟ ନୟାଗଡ଼ ନାଟ୍ୟ ଇତିହାସ ରେ ପ୍ରଭାତ ମହାରଣାଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ପ୍ରକାଶ କରିଥିବାବେଳେ ସାମ୍ବାଦିକ ପ୍ରଦିପ୍ତ ରଥ ଶ୍ରୀଯୁକ୍ତ ମହାରଣାଙ୍କୁ ଶୂଭେତ୍ସା ଜଣାଇବା ସହ ନାଟକ ମାଧ୍ୟମରେ ସମାଜର ପରିବର୍ତ୍ତନ ହୋଇପାରିବ ବୋଲି ପ୍ରକାଶ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031