Indus Valley Times

ନୟାଗଡ :ଶହୀଦ ଦିବାକର ପରିଡ଼ାଙ୍କ ୧୧୨ ତମ ଜୟନ୍ତୀ ସମାରୋହ ସ୍ଥାନୀୟ କେ. ସିଂ କ୍ଲବଠାରେ ପାଳିତ

 Breaking News

ନୟାଗଡ :ଶହୀଦ ଦିବାକର ପରିଡ଼ାଙ୍କ ୧୧୨ ତମ ଜୟନ୍ତୀ ସମାରୋହ ସ୍ଥାନୀୟ କେ. ସିଂ କ୍ଲବଠାରେ ପାଳିତ

November 30
21:27 2022

ବିଶ୍ୱଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୩୦/୧୧: ଶହୀଦ ଦିବାକର ପରିଡ଼ାଙ୍କ ୧୧୨ ତମଜୟନ୍ତୀ ସମାରୋହ ସ୍ଥାନୀୟ କେ. ସିଂ କ୍ଲବଠାରେ ପାଳିତ
ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟି ସଭାପତି ସୌଦାମିନୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେମୁଖ୍ୟ ଅତିଥ୍ ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, କବି ଓଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପକ ଆଦିତ୍ୟ କୁମାର ମିଶ୍ରଅତିଥି ଭାବେ ଯୋଗ ଦେଇଥିଲେ। ସ୍ଵାଧୀନତା ସଂଗ୍ରାମରେସଂଗ୍ରାମୀ ରଘୁ-ଦିବାକର ଅଭିନ୍ନ ଓ ଅବିଚ୍ଛେଦ୍ୟ ବୋଲି ଅତିଥ୍ ମତଦେଇଥିଲେ।
ବାଉଁଶ ଠେଙ୍ଗାରେ ହୋଇଥିବା ଏହି ଆନ୍ଦୋଳନ ଓଠେଙ୍ଗା ବ୍ରିଟିଶ ପାର୍ଲାମେଣ୍ଟକୁ ଯିବା ପ୍ରସଙ୍ଗ ଆଲୋଚନାହୋଇଥିଲା। ରଣପୁରର ସ୍ବାଧୂନତା ଆନ୍ଦୋଳନ ସମଗ୍ର ପୃଥିବୀରେ
ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଦିବାକର ପରିଡ଼ା ଅଗ୍ନିବେଜିଂ ବିପ୍ଳବୀ ଓଏକନିଷ୍ଠ ସଂଗ୍ରାମୀ ଥିଲେ ବୋଲି ଅତିଥ୍ ମତବ୍ୟକ୍ତ କରିଥିଲେ।ରଣପୁର ଆନ୍ଦୋଳନ ଜନଶୃତି ସମ୍ପର୍କରେ ଅତିଥ୍ ଶ୍ରୀଯୁକ୍ତ ଆଚାର୍ଯ୍ୟମତ ରଖୁଥିଲେ। ଗଣମାଧ୍ୟମ ପ୍ରତିନିଧୂ ଚିତ୍ତ ରଞ୍ଜନ ପାଶା, ଅନୀଲକୁମାର ପଣ୍ଡା, ରିତେନ୍ଦ୍ର ଛାଟୋଇ, ଲୋକନାଥ ମିଶ୍ର, ପୁରୁଷୋତ୍ତମମହାପାତ୍ର, ରଜତ ପଟ୍ଟନାୟକ, ପ୍ରଶାନ୍ତ ଜେନା, ଜୟେନ୍ଦ୍ରବେହେରାଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା। ଅନ୍ୟାନ୍ୟ ଫାଉଣ୍ଡେସନଙ୍କୁମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ବିପଦ ସଂକୁକ ଅବସ୍ଥାରେ ମନ୍ଦାକିନୀ ସେତୁ : ସେତୁ ପାଲଟିଛି ମରଣଯନ୍ତା

ନୟାଗଡ଼,୩୦/୧୧: ବିପଦକୁ ଡାକୁଛି ମନ୍ଦାକିନୀ ସେତୁ, ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ
ଏହି ଦୃଶ୍ୟ ହେଉଛି ନୟାଗଡ ଜ଼ିଲ୍ଲା ରଣପୁର ଠାରେ ଥିବା ମନ୍ଦାକିନୀ ସେତୁର । ଏହି ପୋଲ ଟି ୫୫ନଂ ଜାତୀୟ ରାଜପଥ ଏବଂ ୧୬ନଂ ଜାତୀୟ ରାଜପଥ କୁ ସଂଯୋଗ କରୁଥିବାବେଳେ ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ସଂଖକ ଭାରୀଯାନ ଯାତାୟାତ କରିଥାଏ ।
ପୋଲର ତଳ ଅଂଶଫାଟି ଆଁ ଆଁ କରିଥିବାବେଳେ ମଝି ଵିମରେ ଫାଟ ସୃଷ୍ଟି ହୋଇଛି । ତେବେ ଦୁର୍ବଳ ପୋଲ ଉପରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକେ ବିପଦଜ୍ଜନକ ଅବସ୍ଥାରେ ଯାତାୟାତ କରୁଥିବା ବେଳେ କେତେବେଳେ ଯେ ପୋଲଟି ଭାଙ୍ଗି ବଡ଼ଧରଣର ଦୁର୍ଘଟଣା ନଘଟିବ ତାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସୀ ।
ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦାକିନୀ ସେତୁର ପୁନଃନିର୍ମାଣ ପାଇଁ ଦାବୀ କରିଛନ୍ତି ଅଞ୍ଚଳବାସୀ ।
ସେପଟେ ଲୋକଙ୍କ ସୁରକ୍ଷା ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନକରି ସେତୁ କୁ ବିପଦ ସଂକୁଳ ଦର୍ଶାଇ କାମ ସାରିଦେଇଛି ପୂର୍ତ୍ତ ବିଭାଗ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031