Indus Valley Times

ନୟାଗଡ଼: ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା

 Breaking News

ନୟାଗଡ଼: ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା

ନୟାଗଡ଼: ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା
September 10
19:09 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୯ : ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଗିତାଞ୍ଜଳୀ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ଠାରେ ବ୍ଳକ୍ ସ୍ତରୀୟ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ ପ୍ରତି ବିଦ୍ୟାଳୟରେ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଭାଷା, ଗଣିତ, ପରିବେଶରେ କେତେ ଦକ୍ଷତା ହାସଲ କରିଛନ୍ତି ତା\’ର ସ୍ତର ଜାଣିବା ପାଇଁ ସର୍ବ ଭାରତୀୟ ସ୍ତରରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହେବ।
ବ୍ଳକ୍ ର ଛାତ୍ର ଛାତ୍ରୀମାନେ କିପରି ଭଲ ସ୍ତରରେ ରହିବେ ସେଥିପାଇଁ ବ୍ଳକ୍ର ବିଭିନ୍ନ ବିଦ୍ୟାଳୟରୁ ବଛା ବଛା ୩୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପ୍ରତ୍ୟେକ ଶ୍ରେଣୀର ୧୫ଟି ଲେଖାଏଁ ପ୍ରଶ୍ନପତ୍ର ସେଟ୍ ପ୍ରସ୍ତୁତ କରାଯାଇଛି।ଉକ୍ତ ନମୁନା ପ୍ରଶ୍ନକୁ ନେଇ ପିଲାମାନଙ୍କ ନିକଟରେ ପହଞ୍ଚି ପାରିଲେ ସେମାନଙ୍କ ଶିକ୍ଷଣ ସ୍ତର ବୃଦ୍ଧି ରେ ସହାୟକ ହୋଇ ପାରିବ ବୋଲି ଶ୍ରୀମତୀ ସାହୁ କହିଛନ୍ତି।
ଏହାପରେ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ।ଯାଦ୍ୱାରା କି ନମୁନା ପ୍ରଶ୍ନ ଅଧିକ ନେଇ ଆମେ ଛାତ୍ର ଛାତ୍ରୀ ଙ୍କ ନିକଟରେ ପହଞ୍ଚି ବା କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ପିତା ମାତାଙ୍କ ଲିଖିତ ଅନୁମତି ନେଇ ଯଥାସମ୍ଭବ କମ୍ ପିଲାଙ୍କୁ ଡ଼କାଇ ସେଗୁଡ଼ିକୁ ଅଭ୍ୟସ୍ତ କରାଇଲେ ପିଲାମାନଙ୍କ ଦକ୍ଷତା ବୃଦ୍ଧି ହେବା ସହିତ ରାଜ୍ୟ ତଥା ଦେଶରେ ଆମ୍ଭ ବ୍ଳକ୍/ଜିଲ୍ଲା ଉତ୍ତମ ପ୍ରଦର୍ଶନ କରି ଉତ୍ତମ ସ୍ଥାନ ବଜାୟ ରଖିପାରିବ ବୋଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ କହିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ସୈ।ଦାମିନୀ ମହାପାତ୍ର, ରଞ୍ଜନ କୁମାର ଦାଶ,ସୁଶାନ୍ତ ମିଶ୍ର,ମନୋଜ କୁମାର ନାୟକ,ରଶ୍ମିତା କର,ଉଷାରାଣୀପଣ୍ଡା,ଯଶୋବନ୍ତ ପଟ୍ଟନାୟକ,ଭାବଗ୍ରାହୀ ମହାପାତ୍ର,ପ୍ରଦ୍ୟୁମ୍ନ ସାହୁ,ପ୍ରକାଶ ଦାଶ,ବୁଦ୍ଧିଆ ପାତ୍ର,ରଘୁନାଥ ଦାଶ,ଶୁଭଶ୍ରୀ ପୃଷ୍ଟି ପ୍ରମୁଖ ୩୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବେଳେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଶୁଶେନ୍ଦୁ ଷଡ଼ଙ୍ଗୀ ଏବଂ ଶିକ୍ଷକ ନରେଶ ପାଣିଗ୍ରାହୀ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031