Indus Valley Times

ନୟାଗଡ଼ : ବଦଳିପରେ ବି ଗାଦି ଛାଡୁନାହାନ୍ତି ଶ୍ରମବିଭାଗ କର୍ମଚାରୀ

 Breaking News

ନୟାଗଡ଼ : ବଦଳିପରେ ବି ଗାଦି ଛାଡୁନାହାନ୍ତି ଶ୍ରମବିଭାଗ କର୍ମଚାରୀ

August 24
19:16 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୪/୮ : ନୟାଗଡ଼ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଅଫିସରେ ବହୁ କର୍ମଚାରୀ ଦୀର୍ଘ ୫ରୁ୭ ବର୍ଷହେଲା କାର୍ଯ୍ୟ କରିଆସୁଛନ୍ତି। ନିର୍ମାଣଶ୍ରମିକଙ୍କୁ ରିନ୍ୟୁଆଲକରିବା,ଶିକ୍ଷା,ବିବାହ, ମୃତ୍ୟୁକାଳୀନ ସହାୟତା ଆଦି କରାଇଦେବା ନିମନ୍ତେ ପ୍ରଚୁର ଟଙ୍କା ଆଦାୟ କରିଆସୁଛନ୍ତି।
ମଦ ମାଂସ ନଦେଲେ କାମ ହେଉନଥିବାର ବହୁବାର ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ଲାଞ୍ଚଖାଇ ଭିଜିଲାନ୍ସ ଜାଲରେ ମଧ୍ୟ ପୂର୍ବରୁ ଏହି ଅଫିସରେ କାର୍ଯ୍ୟରତ କର୍ମଚାରୀ ଜେଲଯାଇଛନ୍ତି। ଗତ ୫ବର୍ଷ ଭିତରେ ୨ଜଣ ୱେଲଫେୟାର୍ କୋର୍ଡିନେଟର୍ ବିଦାହୋଇଛନ୍ତି।
ମାତ୍ର ଦୁର୍ନୀତି କମିବାର ନାଁ ଧରୁନି। ବର୍ତମାନ ଜଣେ ୪ର୍ଥଶ୍ରେଣୀ କର୍ମଚାରୀ ରମେଶ ସେଠୀଙ୍କର ଗଜପତି ଜିଲ୍ଲାକୁ ବଦଳି କରାଯାଇଥିବାବେଳେ ମଙ୍ଗଳ କୋର୍ଡିନେଟର୍ କାହ୍ନୁଚରଣ ପ୍ରଧାନଙ୍କ ର କନ୍ଧମାଳ ଏବଂ ଡାଟାଏଣ୍ଟ୍ରି ଅପରେଟର୍ ପବିତ୍ର ଜେନାଙ୍କର ଜଗତସିଂହପୁରଜିଲ୍ଲାକୁ ବଦଳି ନିର୍ଦ୍ଦେଶ ଆସିଥିଲେ ମଧ୍ୟ ସେମାନେ ଏଠାରୁ ଯିବାକୁ ନାରାଜ।
ଜୋରଜବରଦସ୍ତ ଗାଦିମାଡି ରହିଥିବାବେଳେ ଅନ୍ୟ ଜିଲ୍ଲାରୁ ରିଲିଭ୍ ହୋଇ ଆସିଥିବା କର୍ମଚାରୀ ମାନଙ୍କୁ ବିଭିନ୍ନ ଧମକଚମକ ଦେବାସହ ଆକ୍ରମଣ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ କି,ଏମାନେ ଅସ୍ଥାୟୀ କର୍ମଚାରୀ ହୋଇଥିଲେ ମଧ୍ୟ ନିଜ ଦରମାର ୧୦ଗୁଣ ଅଧିକ ହାତଗୁଞ୍ଜା ପାଉଥିବାରୁ ଏବଂ ନିଜ ଜିଲ୍ଲାରେ ରହି ଏକଛତ୍ରଶାସନ ଚଳାଇଥିବାରୁ ଏଭଳି ସୁବିଧା ଅନ୍ୟ ଜିଲ୍ଲାରେ ମିଳିବା ସନ୍ଦେହ ! ତେଣୁ ଏଭଳି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବାକୁ ନୟାଗଡ଼ର ବହୁ ଶ୍ରମିକ, ବୁଦ୍ଧିଜୀବୀ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031