Indus Valley Times

ନୟାଗଡ଼ : ବର୍ଷ ବର୍ଷ ଧରି ଗାଦି ମାଡି ବସିଛନ୍ତି ବ୍ଲକ କୃଷି କର୍ମଚାରୀ

 Breaking News

ନୟାଗଡ଼ : ବର୍ଷ ବର୍ଷ ଧରି ଗାଦି ମାଡି ବସିଛନ୍ତି ବ୍ଲକ କୃଷି କର୍ମଚାରୀ

August 28
16:59 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ, ୨୮/୮ : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଳକ କୃଷି କାର୍ଯ୍ୟାଳୟ ରେ କର୍ମଚାରୀ ମାନେ ଦିର୍ଘ ବର୍ଷ ଧରି ଗାଦି ମାଡିବସିଥିବା ଜଣାପଡିଛି। ଖୋଦ୍ କୃଷି ମନ୍ତ୍ରୀ ଙ୍କ ଏରିଆ ରେ କୃଷି କର୍ମଚାରୀ ମାନଙ୍କର ୫ ବର୍ଷ ରୁ ଊର୍ଦ୍ଧ୍ୱ ସମୟ ରହିଲେ ମଧ୍ୟ ବଦଳି ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସରକାରୀ ନିୟମ ଅନୁସାରେ ଜଣେ କର୍ମଚାରୀ ଗୋଟିଏ ଜାଗାରେ ୫ ବର୍ଷ ରୁ ଅଧିକ ସମୟ ରହି ପାରିବେ ନାହିଁ କିନ୍ତୁ ଏଠାରେ ପୁରା ଓଲଟା। ଓଡ଼ଗାଁ ବ୍ଳକ ରେ ଦୁଇଜଣ ସହକାରୀ କୃଷି ଅଧିକାରୀ ଅଛନ୍ତି ଓଡ଼ଗାଁ ରେ ମୀରା ରୋଜାଲିନ ଓ ଶରଣକୁଳ ରେ ଲୋପାମୁଦ୍ରା ସାହୁ ଉଭୟ ୫ ବର୍ଷ ରୁ ଊର୍ଦ୍ଧ୍ୱ ସମୟ ଓଡ଼ଗାଁ ରେ ରହିଲେଣି। ଲୋପାମୁଦ୍ରା ସାହୁ ଙ୍କୁ ଶରଣକୁଳ ରେ କେବେ ଦେଖା ମିଳେନି, ସେ ସଦାବେଳେ ଓଡ଼ଗାଁ ରେ ରୁହନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା କୃଷି ଓଭୋରଶର( ଅଧିଦର୍ଶକ)ଶୈଳେନ୍ଦ୍ରୀ ଦାଶ ଏଠାରେ ୨୦ ରୁ ଊର୍ଦ୍ଧ୍ୱ ବର୍ଷ ହେଲା ଏଠାରେ ରହିଲେଣି ,ସେ ୧୫ ବର୍ଷ ଗ୍ରାମ୍ୟ କୃଷି ଅଧିକାରୀ ଓ ପଦୋନ୍ନତି ପାଇ ପୁଣି ସେଇ ବ୍ଳକ ରେ ୫ ବର୍ଷ ରୁ ଊର୍ଦ୍ଧ୍ୱ ହେଲା ଓଭରସର ରହିଲେଣି।
କୃଷିକ୍ଷେତ୍ର ରେ କୌଣସି ଦିନ ତାଙ୍କୁ ଦେଖା ମିଳେନି ଓ ଅଫିସ ରେ କୃଷକ ମାନଙ୍କ ଠାରୁ ଚାନ୍ଦା ଆଦାୟ କରନ୍ତି , କୃଷକ ମାନଙ୍କ ପାଇଁ ଆସୁଥିବା ୫୦ ପ୍ରତିଶତ ରିହାତି ମୁଲ୍ୟ ର କିଟ ନାଶକ ଔଷଧକୁ ସେ ରିହାତି ନ ଦେଇ ୭୫ ପ୍ରତିଶତ ପଇସା ରଖୁଛନ୍ତି । ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।
ସେହିପରି ଶରଣକୁଳ ଗ୍ରାମ୍ୟ କୃଷି ଅଧିକାରୀ ସାଗରିକା ବାରିକ ୯ ବର୍ଷ ରୁ ଊର୍ଦ୍ଧ୍ୱ, ଶିଖରପୁର ଗ୍ରାମ୍ୟ କୃଷି ଅଧିକାରୀ ସୂର୍ଯ୍ୟଦିପ୍ତ ନାୟକ ଓ ଗୋଲଗାଁ ଗ୍ରାମ୍ୟ କୃଷି ଅଧିକାରୀ କୃଷ୍ଣ ଚନ୍ଦ୍ର ପରିଡା୯ ବର୍ଷ ରୁ ଊର୍ଦ୍ଧ୍ୱ ,ଓଡ଼ଗାଁ ଦୀପକ କୁମାର ବିଶ୍ୱାଳ ୪ ବର୍ଷ ରୁ ଅଧିକ ସମୟ ମାଡି ବସି ରହିଛନ୍ତି। ସେମାନଙ୍କୁ ଯଥା ଶୀଘ୍ର ବଦଳି କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031