Indus Valley Times

ନୟାଗଡ଼ : ବିଶ୍ଵ ବ୍ୟବସାୟିକ ଦିବସ ପାଳିତ

 Breaking News

ନୟାଗଡ଼ : ବିଶ୍ଵ ବ୍ୟବସାୟିକ ଦିବସ ପାଳିତ

October 28
19:12 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୮/୧୦ : ବିଶ୍ୱ ବ୍ୟବସାୟିକ ଚିକିତ୍ସା ଦିବସ ଅବସରରେ ଏକ ମାଗଣା ପୁନର୍ବାସ ଶିବିର ଇଟମଟି ଶିକ୍ଷା ଓ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।
ଇଟମଟି ଗ୍ରାମ ପଂଚାୟତ, ସର୍ବ ଭାରତୀୟ ମାନବିକ ଅଧିକାର ସଂଘ ଏବଂ ପ୍ରିୟଦିନି ରେହବ କେୟାର ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏ ଶିବିରରେ ଆଜି ଦୁଇଶହ ରୁ ଅଧିକ ରୋଗୀଙ୍କୁ ପରାମର୍ଶ ଏବଂ ଚିକିତ୍ସା ପ୍ରଦାନ କରାଯିବା ସହ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା।
ସ୍ଥାନୀୟ ସରପଂଚ ସୋନାଲିକା ମନ୍ଥନ, ଅହୀରା ର ଜ଼ୀଲ୍ଲା ମୁଖ୍ୟ ତଥା ପ୍ରିୟଦିନି ରେହବ କେୟାର ର ନିର୍ଦ୍ଦେସକ ଡ଼ ପ୍ରୀତମ ମହାପାତ୍ର,ସମ୍ପାଦକ ପବିତ୍ର ମୋହନ ସାହୁ ଏବଂ ମହାବିଦ୍ୟାଳୟ ର ଅଧକ୍ଷ ତଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଅଶୋକ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ଶିବିର କୁ ଶରତ କୁମାର ସହୂ,ଆଶିଷ କୁମାର ଅଗ୍ରୱାଲ,କିଶୋର ନାୟକ,ଶ୍ରବଣ କୁମାର ରାମ,ଭାଗିରଥି ବାଇ ଏବଂ ବରିଷ୍ଠ ସମାଜ ସେବୀ ଦାମୋଦର ସାହୁ ସଂଯୋଜନା କରିଥିଲେ।
ଏହି ଅବସରରେ ଅହୀରା ର ରାଜ୍ୟ ସମ୍ପାଦକ ଜୟନ୍ତ କୁମାର ପରିଡା ଏବଂ ଶ୍ରୀମତୀ ବାଗ୍ମୀ ବିଶ୍ୱାଳ ଶିବିର ରେ ଯୋଗ ଦେଇ ଆୟୋଜକ ଏବଂ ପୀଡିତ ମାନଙ୍କୁ ଉତ୍ସାହିତ କରି ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି ହେଉବୋଲି ପ୍ରକାଶ କରିଥିଲେ।ଆଗାମୀ ଦିନରେ ସଂସ୍ଥା ତରଫରୁ ଏହିଭଳି ସେବା ଓଡ଼ିଶାର କୋଣ ଅନୁକୋଣରେ ପହିଞ୍ଚାଇବା ଲକ୍ଷ ରହିଅଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031