Indus Valley Times

ନୟାଗଡ଼: ବୀରଯବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

 Breaking News

ନୟାଗଡ଼: ବୀରଯବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

December 13
19:54 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୩/୧୨ : ନୟାଗଡ଼ ବିମାନ ଦୁର୍ଘଟଣାରେ ସହିଦ ବୀର ଯବାନ ମାନଙ୍କ ଉଦେଶ୍ୟରେ ନୟାଗଡ଼ ସେବା ଉତ୍ସବ ସମିତି ଓ ୟୁଥ ଫର ଆକ୍ସନ ମିଳିତ ଆନୁକୂଲ୍ୟରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ୟ ୧୨ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ଏହି ଅବସରରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟି, ନୟାଗଡ଼ର ବରପୁତ୍ର ବୈଜ୍ଞାନିକ ତ୍ରିଲୋଚନ ପ୍ରଧାନ ଓ ସେବା ଉତ୍ସବ ସମିତିର ସ୍ବେଛାସେବୀ କାହ୍ନାଙ୍କ ସ୍ମୃତି ଉଦେଶ୍ୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଦେଶ ଓ ଜାତି ପାଇଁ ଏହି ସବୁ ବ୍ୟକ୍ତିତ୍ୱ ମାନେ ଆମ ପାଇଁ ଅଜସ୍ର ପ୍ରେରଣାର ଉତ୍ସ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା ।
ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ସ୍ମୃତି ସଭାରେ ବିଶିଷ୍ଟ ସମାଜସେବି ଦାମୋଦର ସାହୁ, ୟୁଥଫର ଆକ୍ସନର ଜିଲ୍ଲା ଉପଦେଷ୍ଟା ସଞ୍ଜୟ କୁମାର ନାୟକ, ସମଜସେବୀ ସନ୍ତୋଷ ପ୍ରଧାନ, ସାମ୍ବାଦିକ ରାମକୃଷ୍ଣ ରଥ, କୃଷକ ନେତା ରଣଜିତ ଦଳବେହେରା, ସେବା ଉତ୍ସବର ଯୁବ ସ୍ବେଛାସେବୀ ଜ୍ୟୋତିରଞ୍ଜନ ମହାପାତ୍ର, ସହଦେଵ ଜେନା, ସମାଜସେବୀ ଉମେଶ ପାତ୍ର, ଚିନ୍ତାମଣି ବିଶ୍ୱାଳ, ୟୁଥ ଫର ଆକ୍ସନର ସ୍ବେଚ୍ଛାସେବୀ ଅଶୋକ ଭଟ, ପୁର୍ନେନ୍ଦୁ ସାହୁ, ଅଚ୍ୟୁତ ସାହୁ, ସମୀର ଭଟ, ହେଲପିଙ୍ଗ ହାଣ୍ଡ ଫାଉଣ୍ଡେସନର ମୃତ୍ୟୁଞ୍ଜୟ ନନ୍ଦ ପ୍ରମୁଖ ସାମିଲ ହୋଇ ଅମର ଆତ୍ମାର ସଦଗତି କାମନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031