Indus Valley Times

ଶିକ୍ଷିତ ବେକାରି ମାନଙ୍କୁ ନିଯୁ୍‌କ୍ତି ପ୍ରଦାନରେ ନବୀନ ସରକାର ବିଫଳ: ନୟାଗଡ କଂଗ୍ରସ ସଭାପତି ରଣଜିତ ଦାଶ

 Breaking News

ଶିକ୍ଷିତ ବେକାରି ମାନଙ୍କୁ ନିଯୁ୍‌କ୍ତି ପ୍ରଦାନରେ ନବୀନ ସରକାର ବିଫଳ: ନୟାଗଡ କଂଗ୍ରସ ସଭାପତି ରଣଜିତ ଦାଶ

July 20
19:52 2021

କିଶେ।ର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୦/୭ : ବିଜୁ ଜନତା ଦଳ ସରକାର ନୟାଗଡ ଜିଲ୍ଲାର ପାଠପଢୁଆ ବେକାର ଯୁବକଯୁବତୀ ମାନଙ୍କୁ ସରକାରୀ ଓ ବେସରକାରୀ ନିଯୁକ୍ତି ଦେବା କ୍ଷେତ୍ରରେ ଚରମ ଅବହେଳା କରିଥିବା ଜିଲ୍ଲା କର୍ମନିୟୋଜନ ଅଧିକାରୀଙ୍କ ସୂଚନା ଆଇନ ପ୍ରଦତ୍ତ ତଥ୍ୟରୁ ସ୍ପଷ୍ଟ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଗୁରୁତ୍ୱପୂର୍ଣ୍ଣ ପ୍ରେସବାର୍ତାରେ କହିଛନ୍ତି । ୨୦୦୧ ମସିହା ଠାରୁ ୨୦୨୧ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ନୟାଗଡ ଜିଲ୍ଲାରେ ୧୫୭୩୦ ଜଣ ଯୁବକ ଯୁବତୀ ସରକାରୀ ଚାକିରୀ ପାଇଁ ନାମ ପଞ୍ଜିକୃତ କରିଥିବା ବେଳେ ୨୧ ବର୍ଷରେ ନବୀନ ସରକାର ସର୍ବମୋଟ ୧୦୫୬ ଜଣଙ୍କୁ ଚାକିରୀ ଦେଇଛନ୍ତି ଅର୍ଥାତ ବର୍ଷକୁ ମାତ୍ର ୫୦ ଜଣଙ୍କୁ କର୍ମନିଯୁକ୍ତି ଦେଇଥିବା ସରକାରୀ ତଥ୍ୟ କହୁଥିବା ବେଳେ ବେସରକାରୀ ନିଯୁକ୍ତି ଏବଂ ବୈଶ୍ୟୟିକ ଶିକ୍ଷାପ୍ରାପ୍ତ ଡିଗ୍ରୀ,ଡିପ୍ଲୋମା ଏବଂ ଆଇଟିଆଇ ବେକାରଙ୍କୁ ନିଯୁକ୍ତି ଦେବାରେ ଜିଲ୍ଲା କର୍ମନିୟୋଜନ ସଂସ୍ଥାର ନୀରବତାକୁ ନୟାଗଡର ହଜାରହଜାର ବେକାର ଯୁବକଯୁବତୀ ଏବଂ ସେମାନଙ୍କର ଅଭିଭାବକ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବୋଲି କଂଗ୍ରେସ କହିଛି ।
୨୦୧୯ ମସିହାରେ ଆମ ନୟାଗଡ ଜିଲ୍ଲାରେ ବିଜୁ ଯୁବ ବାହିନୀ ନାଁରେ ଅପବ୍ୟୟ ହୋଇଥିବା ୧୮ କୋଟି ଟଙ୍କାକୁ ଯଦି ସର୍ବନିମ୍ନ ଏକଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଦିଆ ଯାଇଥିଲେ ଜିଲ୍ଲାର ୧୮୦୦ ବେକାର ଯୁବକଯୁବତୀ ଛୋଟଛୋଟ କର୍ମସଂସ୍ଥାନ ପାଇ ପାରିଥାନ୍ତେ ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି । ନୟାଗଡ ବିଧାୟକ ମହାଶୟ ନୟାଗଡର କୋଠାବାଡି,ରାସ୍ତା ଏବଂ ପାର୍କ ନିର୍ମାଣ ପାଇଁ ଯନ୍ତ୍ରୀ ମାନଙ୍କ ସହ ଘନଘନ ସମୀକ୍ଷା ବୈଠକ କରୁଛନ୍ତି କିନ୍ତୁ ବେକାର ଯୁବକ ଯୁବତୀ ମାନଙ୍କ ରୋଜଗାର ପାଇଁ ୧୭ ବର୍ଷ ବିଧାୟକତ୍ବ କାର୍ଯ୍ୟକାଳ ଭିତରେ ଟିକେବି ଆନ୍ତରିକତା ଦେଖାଇ ନଥିବା ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଆମ ପାଇଁ ବଡ଼ ଆମ ନୟାଗଡର ଅର୍ଥ କଣ ବିଧାୟକ ମହାଶୟ ଟିକେ ନୟାଗଡ ବାସୀଙ୍କୁ ବୁଝାଇ ଦିଅନ୍ତୁ ବୋଲି କୁହାଯାଇଛି । ବେକାର ଯୁବକଯୁବତୀ ମାନଙ୍କୁ ରୋଜଗାର ଦେବାରେ ସମ୍ପୂର୍ଣ୍ଣ ଅବହେଳା ପାଇଁ ଜିଲ୍ଲାର ମନ୍ତ୍ରୀ ସାଂସଦ ବିଧାୟକ ମାନଙ୍କ ଫୋଟୋଚିତ୍ରରେ ଜୋତକ୍ଷମାଳ ପକାଇ ଯୁବଛାତ୍ର ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜୋତା ପଲିସ ମାଧ୍ୟମରେ ଅଭିନଵ ଢଙ୍ଗରେ ପ୍ରତିବାଦ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ ମିଳିତ ପ୍ରେସ ବିବୃତିରେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031