Indus Valley Times

ନୟାଗଡ଼ :ଭିନ୍ନକ୍ଷମ ପରିଚୟ ପତ୍ର ପ୍ରସଙ୍ଗ, ସିଡିଏମଙ୍କୁ ଭେଟିଲେ ଜନ ପ୍ରତିନିଧି

 Breaking News

ନୟାଗଡ଼ :ଭିନ୍ନକ୍ଷମ ପରିଚୟ ପତ୍ର ପ୍ରସଙ୍ଗ, ସିଡିଏମଙ୍କୁ ଭେଟିଲେ ଜନ ପ୍ରତିନିଧି

November 25
09:08 2022

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୫/୧୧: ନୟାଗଡ଼ ବ୍ଲକର ଅଧିକାଂସ ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ମାନେ ସେମାନଙ୍କ ପରିଚୟ ପତ୍ର ଧରି ଭିର୍ନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଥିଲେ । ତେବେ ଉକ୍ତ ଭିନ୍ନକ୍ଷମ ପ୍ରଣାମପତ୍ର ସଠିକ ଅଛି କି ନାହିଁ ତାହା ଜାଣିବା ପାଇଁ ନୟାଗଡ଼ ବ୍ଲକ ପକ୍ଷରୁ ସିଡ଼ିଏମଙ୍କୁ ମାସେ ହେଲା ଚିଠି କରିଥିଲେ ।
ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବେଦନ କରିଥିଲେ ମଧ୍ୟ ଏହା ସଠିକ ସମୟରେ ମିଳୁନାହିଁ । ଯେଉଁଥି ପାଇଁକି ଭିନ୍ନକ୍ଷମମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ସେମାନେ ବାରମ୍ବାର ବ୍ଲକର ଦ୍ୱାରସ୍ଥ ହେଉଛନ୍ତି । ସିଡିଏମଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସଠିକ ସମୟରେ ଯାଞ୍ଚ କରାଯାଉନଥିବା ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି ।
ଏଥିସହିତ ଇଟାମାଟି ଜିଲ୍ଲା ପରିଷଦ ଯୋନର ବଡ଼ପଣ୍ଡୁସର ସ୍ୱାସ୍ଥ୍ୟକେନ୍ଦ୍ରରେ ଷ୍ଟାଫ ନର୍ସ ଅଭାବ ରହିଥିବାରୁ ଏହା ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଡଏମଙ୍କୁ ଦାବି କରିଛନ୍ତି ଜନପ୍ରତିନିଧି ।
ବ୍ଲକ ଅଧ୍ୟକ୍ଷ କିଶୋରଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଅଁର, କ୍ଷୀରୋଦ କୁମାର ମହାପାତ୍ର, ସରୋଜ ରଣସିଂ, ଆଶିଷ କୁମାର ଅଗ୍ରୱାଲ ଓ ନୟାଗଡ଼ ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031