Indus Valley Times

ନୟାଗଡ଼ ମୁନିସିପାଲଟି ଗାଡ଼ିର ଅପବ୍ୟବହାର ଅଭିଯୋଗ ଆଣିଲେ କଂଗ୍ରେସ ସଭାପତି

 Breaking News

ନୟାଗଡ଼ ମୁନିସିପାଲଟି ଗାଡ଼ିର ଅପବ୍ୟବହାର ଅଭିଯୋଗ ଆଣିଲେ କଂଗ୍ରେସ ସଭାପତି

July 02
21:20 2021

କିଶୋର ମହାପାତ୍ରଙ୍କ ରିପୋର୍ଟ

      ନୟାଗଡ଼, ୨/୭ : ନୟାଗଡ ମୁନିସିପାଲିଟିରେ ଦୀର୍ଘ ବର୍ଷ ଧରି ନିର୍ବାଚିତ କାଉନସିଲ ବଡି ନଥିବା ଯୋଗୁଁ ଏହି ସଂସ୍ଥାରେ ଏବେ ମନମାନି ବଢ଼ିବଢ଼ି ଚାଲିଛି ।କୋଭିଡ ପରିଚାଳନା ପାଇଁ ନୟାଗଡ ମୁନିସିପାଲିଟିରେ ଆୟୁଷ ଡାକ୍ତର ମାନଙ୍କ ପାଇଁ ୫ ଗୋଟି ବୋଲେରୋ ଗାଡି ଭଡାସୂତ୍ରେ ଲାଗିଛି । ଏବେ ନୟାଗଡ ପୌରାଞ୍ଚଳରେ କୋଭିଡ ପଜିଟିଭ ସଂଖ୍ୟା କମିକମି ଯାଇଥିବାରୁ ଏଠାରେ କୋଭିଡ ପାଇଁ ନିୟୋଜିତ ଥିବା ସମସ୍ତ ଆୟୁଷ ଡାକ୍ତର ମାନଙ୍କୁ ରାଜ୍ୟ ସରକାର ସେମାନଙ୍କ ପୂର୍ବ କାର୍ଯ୍ୟସ୍ଥଳକୁ ଆଜିକୁ ୧୫ ଦିନ ପୂର୍ବରୁ ଫେରାଇ ନେଇ ସାରିଲେଣି କିନ୍ତୁ ପୂର୍ବବତ ସେହି ବୋଲେରୋ ଗୁଡିକୁ କୋଭିଡ ଡ୍ୟୁଟି ଦେଖାଯାଇ ମୁନିସିପାଲିଟିର ବିଭିନ୍ନ ଅଧିକାରୀଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଯାଇ ଗାଡି ଭଡା ସହ ଦିନକୁ ଶହଶହ ଲିଟର ଡିଜେଲ ବାରବାଦ କରାଯାଉଛି । କୋଭିଡ ପରିଚାଳନା ନାଁରେ ଜନସାଧାରଣଙ୍କ ଟିକସ ଟଙ୍କାର ଅପବ୍ୟୟ ହେଉଥିଲାବେଳ ଏଥିପ୍ରତି ମୁନିସିପାଲିଟି ପ୍ରଶକ୍ଷଶିକା ତଥା ଜିଲ୍ଲାପାଳ ଙ୍କ ମଧ୍ୟ ଅଙ୍କୁଶ ଲାଗୁ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି ଏବଂ ତୁରନ୍ତ ଅପବ୍ୟୟ ରୋକିବା ପାଇଁ ଗାଡିଗୁଡିକ ପ୍ରତ୍ୟାହାର କରାଯାଉ । ଆଜି ସରକାରୀ କାର୍ଯ୍ୟଦିବସ ନୟାଗଡ ମୁନିସିପାଲିଟିର ମାରୁତି ଏର୍ଟିଗା କାର ଜିଲ୍ଲାପାଳଙ୍କ ସମ୍ପର୍କୀୟଙ୍କୁ ନେଇ ଗଣିଆରୁ ସତକୋଶିଆ ଅଭୟକ୍ଷଅରଣ୍ୟ ଆଡେ ଯାଇଥିବାର ଜଣାଯାଇଛି ଯାହାକି ତଦନ୍ତ ସାପେକ୍ଷ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି । ମୁନିସିପାଲିଟିରେ କୋଭିଡ ଡ୍ୟୁଟିରେ ଲାଗିଥିବା ବୋଲେରୋ ଗାଡି ତତ ସହ ଡିଜେଲର ଅପ ବ୍ୟବହାର ବନ୍ଦ କରାଯାଉ ।  

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031