Indus Valley Times

ପଂଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

 Breaking News

ପଂଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

January 24
19:48 2022

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ତା ୨୪/୧ : ଆଗାମୀ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ରାଜ୍ୟ ନିର୍ବାଚନ କମିଶନର ଧାର୍ଯ୍ୟ କରିଥିବା ନିର୍ବାଚନ ମାର୍ଗଦର୍ଶିକାକୁ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନେ ଅନୁପାଳନ କରିବାକୁ ଅନୁରୋଧ କରିଥିଲେ ।
ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଡଃ ପ୍ରତାପ କୁମାର ମିଶ୍ର ରାଜନୈତିକ ଦଳ ଓ ପ୍ରାର୍ଥୀ ମାନେ କମିଶନରଙ୍କ ନିୟମକୁ କଡ଼ାକଡି଼ ପାଳନ ପାଇଁ ପରାମର୍ଶ ଦେଇଥିଲେ । ଏସ୍.ପି. ରାହୁଲ ପି.ଆର. ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରତ୍ୟେକ ପ୍ରାର୍ଥୀ ଓ ରାଜନୈତିକ ଦଳ ସହଯୋଗ କରିବାକୁ ଅନୁରୋଧ କରିବା ସହ କମିଶନ ଧାର୍ଯ୍ୟ କରିଥିବା ନିୟମକୁ ପାଳନ କଲେ ଏକ ଆଦର୍ଶ ନିର୍ବାଚନ ପରିଚାଳନା କରିପାରିବା ବୋଲି କହିଥିଲେ ।
ଚଳିତ ମାସ ୧୧ ତାରିଖରେ ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ସହ ଆଦର୍ଶ ଆଚରଣ ବିଧି ଲାଗୁ କରିଚ୍ଥନ୍ତି । ଏହା ପେଂବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବଳବତର ରହିବ । ଇତି ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ଯାଂଚ, କାର୍ଯ୍ୟ ପରିସମାପ୍ତି ଘଟିଥିବା ବେଳେ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଥିବା ଚୁଡାନ୍ତ ପ୍ରାର୍ଥୀ ତାଲିକା ୨୫ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସ୍ପଷ୍ଟ ହୋଇଯିବ ।
ଧର୍ମଶାଳା ଓ ଯାଜପୁର ବ୍ଳ୍କରେ ପେଂବୃୟାରୀ ୧୬ ତାରିଖରେ, ଦଶରଥପୁର ଓ ବଡଚଣା ବ୍ଳ୍କରେ ୧୮ ତାରିଖରେ, କୋରାଇ ଓ ବିଂଝାରପୁର ବ୍ଳ୍କରେ ୨୦ ତାରିଖରେ, ସୁକିନ୍ଦା ଓ ଦାନଗଦୀ ବ୍ଳ୍କରେ ୨୨ ତାରିଖରେ ଏବଂ ବରୀ ଓ ରସୁଲପୁର ବ୍ଳ୍କରେ ପେଂବୃୟାରୀ ୨୪ ତାରିଖରେ ମତଦାନ ପୂର୍ବାହ୍ନ ୭ ଘଟିକା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମତ ଗଣନା ପେଂବୃୟାରୀ ୨୬ ରୁ ୨୮ ତାରିଖ ପର‌୍ୟ୍ୟନ୍ତ ସଂପୃକ୍ତ ବ୍ଳ୍କ କାର୍ଯ୍ୟାଳୟ ମାନଙ୍କରେ ସକାଳ ୮ ଘଟିକା ଠାରୁ ଅନୁଷ୍ଠିତ ହେବ ବୋଲି ଶ୍ରୀ ମଲ୍ଳିକ କହିବା ସହ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ପ୍ରତ୍ୟେକ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା, ସାବୁନ ପାଣିରେ ହାତ ଧୋଇବା, ସାନିଟାଇଜ କରିବା, ଦୁଇ ଡୋଜ କୋଭିଡ ଟୀକା ନେଇଥିବା ବ୍ୟକ୍ତି ମାନେ ନିର୍ବାଚନ, ପରିଚାଳନା, ଗଣତି ଦାୟିତ୍ୱ କାର୍ଯ୍ୟ କରିପାରିବେ ।
ପ୍ରାର୍ଥୀ ଘରକୁ ଘର ୫ ଜଣ ସମର୍ଥକଙ୍କ ସହ ମାସ୍କ ପରିଧାନ କରି ଭୋଟ ପ୍ରଚାର କରିପାରିବେ । ପ୍ରାର୍ଥୀ ବା ଦଳ ମାନେ ବୈଦୁତିକ, ଭର୍ଚୁଆଲ ବା ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର କରିବାକୁ କମିଶନ ପରାମର୍ଶ ଦେଇଚ୍ଥନ୍ତି ।
ପ୍ରାର୍ଥୀ ଯଦି କୋଭିଡ଼ ସଂକ୍ରମିତ ହେଲେ ତେବେ ଇଲୋକ୍ଟ୍ରୋନିକ ମିଡିଆ ବା ସାମାଜିକ ମିଡିଆ ମାଧ୍ୟମରେ ପ୍ରଚାର କରିବେ । କୈାଣସି ରୋଡ ସୋ, ପଦଯାତ୍ରା, ସାଇକେଲ, ବାଇକ ବା ଗାଡି ରାଲି କରାଯାଇପାରିବ ନାହିଁ । କୈାଣସି ବିଜୟ ଶୋଭାଯାତ୍ରା ମଧ୍ୟ ହୋଇପାରିବ ନାହିଁ । ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ସର୍ବାଧିକ ୫ ଲକ୍ଷ, ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।
କୈାଣସି ରାଜନୈତିକ ଦଳ ବା ପ୍ରାର୍ଥୀ ବିଭିନ୍ନ ଗୋଷ୍ଠୀ, ସମ୍ପ୍ରଦାୟ ମଧ୍ୟରେ ଧର୍ମ, ଲିଙ୍ଗ, ଜନ୍ମ ସ୍ଥାନ, ଭାଷା , ଜାତି ବା ଗୋଷ୍ଠୀ ଭିତିରେ ଶତ୍ରୁତା, ଅସୂୟା ଭାବ ବା ଘୃଣା ଭାବ ସୃଷ୍ଟି ହେବା ପରି ଶବ୍ଦ ଲିଖିତ ବା ମୈାଖିକ ଭାବେ ବ୍ୟବହାର କରିବେ ନାହିଁ । ହିଂସାତ୍ମକ କାର‌୍ୟ୍ୟକଳାପର ଆଶ୍ରୟ ନେବେନାହିଁ ବା ଉତ୍ସାହିତ କରିବେ ନାହିଁ ।
କୈାଣସି ଧାର୍ମିକ ସ୍ଥାନ, ସରକାରୀ ଭବନ ବା କାର୍ଯ୍ୟାଳୟ ବା ଶିକ୍ଷାନୁଷ୍ଠାନ ପରିସରରେ ନିର୍ବାଚନ ସଭା, କର୍ମୀ ସମ୍ମିଳନୀ ଇତ୍ୟାଦି କରିପାରିବେ ନାହିଁ । ଆଶାୟୀ ପ୍ରାର୍ଥୀଙ୍କୁ ବାଧା ବା ଭୟ ପ୍ରଦର୍ଶନ କରାଇବେ ନାହିଁ ।
ଅନ୍ୟ ମାନଙ୍କ ମଧ୍ୟରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳାପାଳ (ପ୍ରଶାସନ) ମହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦେ୍ଦ ଶକ ଅଶୋକ କୁମାର ବେହୁରିଆ, ଉପଜିଲ୍ଳପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଳା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ବୈଠକରେ କଂଗ୍ରେସ ଦଳର ସନ୍ତୋଷ କୁମାର ନନ୍ଦ, ଭା.ଜ.ପା. ର ସୁଦିପ୍ତ କୁମାର ପ ଣ୍ଡା ବି.ଏସ୍.ପି.ର ମନୋଜ କୁମାର ଜେନା ଓ ବି.ଜେ.ଡି.ର ସରୋଜ କୁମାର ମହାପାତ୍ର ଯୋଗଦେବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031