Indus Valley Times

ପଇଡ଼ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ ; ୭୦ ଲକ୍ଷ ଟଙ୍କା ଜବତ ସହ ୨ ଗିରଫ

 Breaking News

ପଇଡ଼ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ ; ୭୦ ଲକ୍ଷ ଟଙ୍କା ଜବତ ସହ ୨ ଗିରଫ

August 23
11:43 2021

ଲମତାପୁଟ, ୨୩/୮ : ପଇଡ଼ ବୋଝେଇ ଟ୍ରକ୍ରେ ଚାଲାଣ ହେଉଥିଲା ଗଞ୍ଜେଇ। ତେବେ ଗଞ୍ଜେଇ ମାଫିଆ ମାନଙ୍କର ଏହି କୌଶଳ କାମ ଦେଲାନି। ପୁଲିସ୍ ସେମାନଙ୍କୁ ଧରିବା ସହିତ ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ।
ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସଗର ଅଞ୍ଚଳରୁ ବିହାରକୁ ଏକ ପଇଡ଼ ବୋଝେଇ ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍ପି କୌଣସି ସୂତ୍ରରୁ ସୂଚନା ପାଇଥିଲେ। ଏହା ପରେ ତାଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ କଞ୍ଚଣା ଗାଁ ନିକଟରେ ନାକାବନ୍ଦୀ କରି ସମସ୍ତ ଗାଡ଼ିକୁ ଯାଞ୍ଚ କରିଥିଲେ।
ମଧ୍ୟରାତ୍ରରେ ଏହି ପଇଡ଼ ବୋଝେଇ ଟ୍ରକ୍ଟି ସେଠାରେ ପହଞ୍ଚିଥିଲା। ଉପସ୍ଥିତ ପୁଲିସ୍ କର୍ମଚାରୀ ଯାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ଭର୍ତ୍ତି ବସ୍ତା ଗୁଡ଼ିକୁ ପାଇଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031