Indus Valley Times

ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ; ଛଳଛଳ ଆଖିରେ ବିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ

 Breaking News

ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ; ଛଳଛଳ ଆଖିରେ ବିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ

ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ; ଛଳଛଳ ଆଖିରେ ବିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ
January 12
11:38 2022

କଟକ, ୧୨/୧: ପଞ୍ଚଭୂତରେ ଲୀନ ହେଲେ ମିହିର। ଛଳଛଳ ଆଖିରେ ବିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ। ଗାର୍ଡ ଅଫ ଅନର ସହ ହେଲା ଶେଷକୃତ୍ୟ।
ଶେଷ ବିଦାୟ ନେଇ ବର୍ଷୀୟାନ୍ ଅଭିନେତା ମିହିର ଦାସ ପରପାରିକୁ ଚାଲିଯାଇଥିବା ବେଳେ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଯାଇଛନ୍ତି। ମିହିରଙ୍କୁ ହରାଇ କେବଳ ଓଡ଼ିଶାବାସୀ ନୁହନ୍ତି ଆଜି ଆକାଶ ବି କାନ୍ଦୁଛି।
ହେଲେ ବର୍ଷା ସତ୍ତ୍ବେ ଲୋକେ ଛତା ଧରି ନିଜ ପ୍ରିୟ ଅଭିନେତାଙ୍କୁ ବିଦାୟ ଦେବାକୁ ପହଞ୍ଚିଥିବା ଦେଖାଯାଇଛି। ଅନ୍ୟପକ୍ଷରେ ବାପାଙ୍କୁ ମୁଖାଗ୍ନି ଦେଇ ଭାଙ୍ଗି ପଡ଼ିଛନ୍ତି ପୁଅ ଅମ୍ଲାନ।
ପ୍ରଥମେ ସିଡ଼ିଏ ସେକ୍ଟର-୮ ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ବାହାରିବା ପରେ ସିଡିଏର ସମସ୍ତ ଅଞ୍ଚଳ ପରିକ୍ରମା କରି କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ରାମଗଡ଼ ଜନ୍ମସ୍ଥାନକୁ ନିଆଯାଇଥିଲା ମିହିର ଦାସଙ୍କ ପାର୍ଥିବ ଶରୀର। ପରେ ସତୀଚଉରା ଶ୍ମଶାନଠାରେ ଗାର୍ଡ଼ ଅଫ ଅନର ସହ ତାଙ୍କର ଶେଷକୃତ୍ୟ ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।
ଉଲ୍ଲେଖଖଯୋଗ୍ୟ, ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031