Indus Valley Times

ପଞ୍ଚାୟତ ଫଳାଫଳ: ଆଜି ୩୦୯ ଜିଲ୍ଲା ପରିଷଦ ଜୋନରେ ଚାଲିଛି ଭୋଟ ଗଣତି

 Breaking News

ପଞ୍ଚାୟତ ଫଳାଫଳ: ଆଜି ୩୦୯ ଜିଲ୍ଲା ପରିଷଦ ଜୋନରେ ଚାଲିଛି ଭୋଟ ଗଣତି

ପଞ୍ଚାୟତ ଫଳାଫଳ: ଆଜି ୩୦୯ ଜିଲ୍ଲା ପରିଷଦ ଜୋନରେ ଚାଲିଛି ଭୋଟ ଗଣତି
February 27
10:54 2022

ଭୁବନେଶ୍ୱର ୨୭/୨: ପଞ୍ଚାୟତ ଫଳାଫଳ । ଆଜି ଦ୍ୱିତୀୟ ଦିନରେ ୩୦୯ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍ ଗଣତି ଚାଲିଛି । ଶନିବାର ପ୍ରଥମ ଦିନରୁ ବିଜେଡି ଯେଭଳି ସଫଳତା ପାଇଛି, ତାହା ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍ ଦଖଲ କରିବ। ରାଜ୍ୟରେ ମୋଟ ୮୫୩ ଜିଲ୍ଲା ପରିଷଦ ଜୋନରୁ ୨୦୧୭ରେ ବିଜେଡି ୪୭୬ରେ ବିଜୟୀ ହୋଇଥିଲା ।
ତେବେ ମୟୂରଭଂଜରୁ ମାଲକାନଗିରି । ପୁରୀରୁ ନୂଆପଡ଼ା । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଶଙ୍ଖନାଦ । ଦୁଇ ବିରୋଧୀ ବିଜେପି ଓ କଂଗ୍ରେସଠୁ ବହୁ ଆଗରେ ବିଜେଡି । ପ୍ରଥମ ଦିନ ପଞ୍ଚାୟତ ଭୋଟ୍ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଶାସକ ବିଜେଡି ପାଇଁ ସୁନାମି ସଦୃଶ ହୋଇଛି । ଶନିବାର ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଜୋନରୁ ବିଜେଡି ଏକାକୀ ୨୮୨ଟି ପୋଛି ନେଉଛି । ବିଜେପି ମାତ୍ର ୧୨ଟି, କଂଗ୍ରେସ ୧୬ଟି ଓ ଅନ୍ୟ ଦଳ ୫ଟିରେ ଜିତିବାକୁ ଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031