Indus Valley Times

ପଞ୍ଚାୟତ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ

 Breaking News

ପଞ୍ଚାୟତ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ

ପଞ୍ଚାୟତ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ
April 05
22:45 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୫/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ନୂଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ଶିଶୁ ବାଟିକାରେ ନାମ ଲେଖାଇଥିବା ୮ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ପରେ ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ଶିକ୍ଷଣ କିଟ ପ୍ରଦାନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଲାଭ କରି ଦେଶର ଉନ୍ନତିରେ ଅଂଶୀଦାର ହେବାକୁ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ କିମନ୍ତି ମଳିକ, ସରୋଜିନୀ ମଳିକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
” କଳା ରୁଦ୍ର ମଣିକି ଭଜ ହୋ” ସ୍ୱର ରେ କମ୍ପିଲା ସମଗ୍ର ଅଞ୍ଚଳ : ୩୭ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଉଦଯାପିତ , ହଜାର ହଜାର ଭକ୍ତ ଙ୍କ ସମାଗମ
ବାଲିଗୁଡା, ୫/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜନ ହୋଇ ଶାନ୍ତି ଶୃଙ୍ଖଳା ଭାବେ ଉଦଯାପିତ ହୋଇଯାଇଛି।
ତେର ଶମ୍ଭୁ ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା କ୍ଷ ଏହି ଅବସରରେ ଏଥିରେ ବାଲିଗୁଡ଼ା, ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍‌ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍‌ବାଡ଼ି (ଦାରିଙ୍ଗବାଡ଼ି) ଅଞ୍ଚଳ ର ଦଣ୍ଡଥଳ ଯୋଗ ଦେଇ ନିଜ ନିଜର ନାଚ ପରିବେଷଣ କରିଥିଲେ କ୍ଷ ରବିବାର ଦିନ ସକାଳେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚନା କରି ବରଣ କରାଯାଇ ଥିଲା । ମଧ୍ୟାହ୍ନରେ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଅନୁଷ୍ଠିତ ଧୂଳିଦଣ୍ଡରେ ଦଣ୍ଡୁଆଙ୍କ ବିଭିନ୍ନ କାଠୁରିଆ ନୃତ୍ୟ ଜଙ୍ଗଲ ସୁରକ୍ଷା ଏବଂ ଜନ୍ତୁ ସୁରକ୍ଷା ନେଇ ବାଘନାଟ ,ବୀଣାକାର, ବିଲରେ ଧାନରୁଆ ଇତ୍ୟାଦି ନାଟକ ବେଶ୍ ଆକର୍ଷିତ କରିଥିଲା।
ଅପରାହ୍ନରେ ନିକଟସ୍ଥ ପୁଷ୍କରିଣୀ ରେ ପାଣିଦଣ୍ଡ ପରେ ସନ୍ଧ୍ୟାରେ ସ୍ଥାନୀୟ ବଜାର ଛକ ନିକଟରେ ୧୩ ଦଣ୍ଡର ଆକର୍ଷଣୀୟ ମହା ମିଳନ ଉତ୍ସବରେ ଢୋଲିଆ, ପାଟଭୁକ୍ତା, ମହୁରିଆ ଙ୍କ ମିଳନ ହୋଇଥିବା ବେଳେ ଯାହାକୁ ହଜାର ହଜାର ଭକ୍ତ ଓ ଦର୍ଶକ ଉପଭୋଗ କରିଥିଲେ ।
ଏହି ମିଳନ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏସ ଡି ପି ଓ ଶୁଭମ ଭୋସଲେ ଉପସ୍ଥିତ ଥିଲେ ।
ପରିଚାଳନା ସମିତିର ମୁଖ୍ୟ ପରିଚାଳକ ରାଜକିଶୋର ଦାଶ, ସଭାପତି କିଶୋର ଚନ୍ଦ୍ର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର‌୍ୟ୍ୟ, କୋଷାଧକ୍ଷ ବଂଶୀଧର ପଣ୍ଡା, ଅଧିକାରୀ ଶିବରାମ ପ୍ରଧାନୀ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରାତ୍ର ୮ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଏହା ପରେପରେ ଝୁଣାଦଣ୍ଡର ମହା ପଟୁଆର ଆୟୋଜନ ହୋଇଥିଲା ଏହି ମିଳନ ଉତ୍ସବରେ ଟାଉନର ବିପଦର ବନ୍ଧୁ, ବେହେରା ସଂଘ, ସତ୍ୟ ସାଇ ସେବା ସମିତି, ହାଟ ବେପାରୀ ସଂଘ ସମେତ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ, ସ୍ୱେଚ୍ଛାସେବୀ ତଥା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଷ୍ଟଲ କରି ଦିନ ତମାମ କନିକା ଭୋଗ, ଅର୍ଣ୍ଣ ଭୋଗ, ଦହି ପଣା ସହ ବିଭିନ୍ନ ପ୍ରକାର ପାନୀୟ ଜଳ ବଣ୍ଟନ କରିଥିଲେ ।
ଏହି ତେର ଶମ୍ଭୁ ଦଣ୍ଡ ନାଚକୁ ଆଖି ଆଗରେ ରଖି ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ ଙ୍କ ନିର୍ଦେଶ ରେ ଥାନା ଅଧିକାରୀ ଶିବ ଶଙ୍କର ସିଂ ଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଟାଉନର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତାଧିନ କରିଥିଲେ ।
ଏଥିରେ ସମିତି ର ଶତାଧିକ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ପରିଚାଳନା କରିଥିବାରୁ ଶାନ୍ତି ଶୃଙ୍ଖଳା ର ସହ ସମାପନ ହୋଇଥିଲା ।
ବୁଲା ବିକାଳୀ ବନାମ କୁଖ୍ୟାତ ଡକାୟତ : ଆନ୍ତଃଜିଲ୍ଲା ର ତିନି କୁଖ୍ୟାତ ଡକାୟତ ଗିରଫ , ସୁନା ରୂପା ବାଇକ ଓ ନଗଦ ଟଙ୍କା ଉଦ୍ଧାର
ବାଲିଗୁଡା, ୫/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏକ ତାଲା ପଡ଼ିଥିବା ଘରୁ ହୋଇଥିବା ଚୋରୀ ଜିନିଷ କୁ ଉଦ୍ଧାର କରିବା ସହ ଉକ୍ତ ଘଟଣା ରେ ସଂଶ୍ଲିଷ୍ଟ ଥିବା ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ଏସ ଡି ପି ଓ ଶୁଭମ ଭୋସଲେ ଏକ ଖବରଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ।
ଘଟଣା ରୁ ପ୍ରକାଶ ଯେ, କୋଟଗଡ ଥାନା ଅନ୍ତର୍ଗତ ରେଟାବାଲି ଗ୍ରାମର ପବିତ୍ର ନାୟକଙ୍କ ଏତଲା ପ୍ରକାରେ ମାର୍ଚ୍ଚ ମାସ ୨୨ ତାରିଖ ରେ ସେ ତାଙ୍କ ବ୍ୟକ୍ତିଗତ କାମ ପାଇଁ ନିକଟସ୍ଥ ବଣ୍ଡାପିପିଲି ବଜାରକୁ ଯାଇଥିଲେ ଏବଂ ତାଙ୍କ ପରିବାର ସଦସ୍ୟ ଘର ତାଲା ପକାଇ ମହୁଲ ଫୁଲ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଘରେ ପହଞ୍ଚିବା ପରେ ସେ ଦେଖିଲେ ଯେ, ତାଙ୍କ ଘରର ପଛ ଦ୍ୱାର ଖୋଲା ଥିଲା ଏବଂ ଘର ଯାଞ୍ଚ କରିବା ସମୟରେ ଏକ ବାକ୍ସରେ ରଖାଯାଇଥିବା ସୁନା ଏବଂ ରୂପା ଅଳଙ୍କାର ଏବଂ ନଗଦ ଥିବା ଏକ ଲକ୍ଷ ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ଶ୍ରୀ ନାୟକ ସଙ୍ଗେ ସଙ୍ଗେ ମାର୍ଚ୍ଚ ୨୩ ତାରିଖ ରେ କୋଟଗଡ ଥାନା ରେ ଏତଲା ଦାଏର କରିଥିଲେ ।
କୋଟଗଡ଼ ଥାନା କେସ ନଂ.-୫୩/୨୬ ଓ ଦଫା ୟୁ ଏସ ୩୩୧ (୩) / ୩୦୫ (ଏ) ବି ଏନ ଏସ ପ୍ରକାରେ ଏତଲା କୁ ଭିର୍ତ୍ତି କରି କୋଟଗଡ ପୋଲିସ ଏସ ଆଇ ଜିତେନ୍ଦ୍ର କୁମାର ବେହେରା ତଦନ୍ତ ଅବ୍ୟାହତ ରଖି ମୋବାଇଲ୍ ଟ୍ରାକିଙ୍କ ତଥା ବୈଷୟିକ ତଥ୍ୟ ବିଶ୍ଳେଷଣ କରି ମାମଲାର ତଦନ୍ତ କରିବା ସମୟରେ ସନ୍ଦିଗ୍ଧ ବ୍ୟକ୍ତି ପ୍ରତାପ ଜାନି (୨୧), ଚଇତୁ ଜାନି (୧୮) ଓ ମିଲୁ ଜାନି (୨୩) ଚିହ୍ନଟ ହୋଇଥିଲେ।
ସେମାନଙ୍କ ଚରିତ୍ର ଯାଞ୍ଚ କରିବା ପରେ, ସେମାନେ ପୂର୍ବରୁ ବିଭିନ୍ନ ଜିଲ୍ଲାର ବିଭିନ୍ନ ଥାନାରେ ବିଭିନ୍ନ ଚୋରି ମାମଲାରେ ଜଡିତ ଥିବା ଜଣାପଡିବାରୁ କନ୍ଧମାଳ ର ସାଇବର ସେଲ୍ ସହାୟତାରେ ପୋଲିସ ସେମାନଙ୍କୁ ଗିରଫ କରିଥିଲେ ।
ଉକ୍ତ ଅଭିଯୁକ୍ତ ମାନଙ୍କୁ ପଚରା ଉଚରା କରିବା ପରେ ସେମାନେ ସ୍ୱୀକାର କରିଥିଲେ ଯେ, ସେମାନେ ବିଭିନ୍ନ ଆଦିବାସୀ ଅଞ୍ଚଳର ବିଭିନ୍ନ ଆଭ୍ୟନ୍ତରୀଣ ଇଲାକାରେ ବିଭିନ୍ନ ପକେଟରେ ସୁନ୍ଦର ସୁନ୍ଦର ଜିନିଷ ବିକ୍ରି କରନ୍ତି। ମାର୍ଚ୍ଚ ୨୨ ରେ ଏହି ତିନି ଅଭିଯୁକ୍ତ ରେଟାବାଲି ଗ୍ରାମକୁ ଯାଇଥିଲେ ଏବଂ ସେମାନେ ଦେଖିଲେ ଯେ ଗୋଟିଏ ଘର ତାଲା ପଡ଼ିଛି ଏବଂ ନିକଟବର୍ତ୍ତୀ ଅଞ୍ଚଳରେ କେହି ନାହାଁନ୍ତି।
ଏହା ଦେଖି ପ୍ରତାପ ଜାନି ଏବଂ ଚୈତୁ ଜାନି ପବିତ୍ର ନାୟକଙ୍କ ଘରେ ପ୍ରବେଶ କଲେ ଏବଂ ମିଲୁ ଜାନି ବାହାରେ ରହି କୌଣସି ବ୍ୟକ୍ତିଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ ।
ସେମାନେ ଏକ ବାକ୍ସରେ ରଖାଯାଇଥିବା ସୁନା ରୂପା ଅଳଙ୍କାର ଏବଂ ନଗଦ ଏକ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ ଏବଂ ତା’ପରେ ସେମାନେ ବାକ୍ସଟିକୁ ମୁନିଗୁଡା ଯିବା ରାସ୍ତା ପାଖରେ ଥିବା ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବୋଲି ଅଭିଯୁକ୍ତ ମାନେ ପ୍ରକାଶ କରିଛନ୍ତି ।
ଗିରଫ ତିନି ଅଭିଯୁକ୍ତ ମାନେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ତୁମ୍ବରଲା ଗ୍ରାମ ଜାନି ସାହିର ପ୍ରତାପ ଜାନି (୨୧), ଚଇତୁ ଜାନି (୧୮), ମିଲୁ ଜାନି (୨୩) ବୋଲି ପୋଲିସ ପ୍ରକାଶ କରିଥିବା ବେଳେ ସେମାନଙ୍କ ନିକଟରୁ ମଙ୍ଗଳସୂତ୍ରର ସୁନା ଫୁଲ ୦୪ ଟି, ସୁନା କାନ ମୁଦି ଗୋଟିଏ ଯୋଡ଼ା, ରୂପା ହାତ ମୁଦି ୦୯ ଖଣ୍ଡ , ରୂପା କଙ୍କଣ ଗୋଟିଏ , ରୂପା ଚେନ ଦୁଇଟି , ମୋଟର ସାଇକେଲ ଦୁଇଟି, ଚୋରି ଟଙ୍କାରୁ ତିନୋଟି ମୋବାଇଲ୍ ଫୋନ୍ କିଣା ଯାଇ ଥିଲା ତାକୁ ମଧ୍ୟ ଜବତ କରାଯାଇଛି ଏବଂ ନଗଦ ପଚିଶ ହଜାର ସାତ ଶହ କୋଡ଼ିଏ ଟଙ୍କା (୨୫୭୨୦/-) ସହ ଏହି ସମସ୍ତ ଚୋରି ଜିନିଷ ଗୁଡ଼ିକ ଯେଉଁ ବାକ୍ସରେ ରଖାଯାଇଥିଲା ତାକୁ ମଧ୍ୟ ଜବତ କରାଯାଇଥିବା ବିଷୟ ଏସ ଡି ପି ଓ ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930