Indus Valley Times

ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୀତ

 Breaking News

ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୀତ

ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୀତ
February 27
11:04 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୭/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୟନ ସ୍ଥାନୀୟ ମା\’ପାଟଖଣ୍ଡା ମନ୍ଦିରର ସମ୍ମିଳନୀ କକ୍ଷରେ ରାଜକିଶୋର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ୨୦୨୩ ବର୍ଷ ର ଆୟ ବ୍ୟୟ ହିସାବ ସମ୍ପର୍କରେ ଆଲୋଚନା କରିବା ସହିତ ସମିତିର ଆଗାମୀ ୩୫ ତମ ବାର୍ଷିକ ୧୩ ଶମ୍ଭୁ ମିଳନ କିପରି ସମସ୍ତ ଙ୍କ ସହଯୋଗ ରେ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ କରାଯାଇଥିଲା ।
ଏ ନେଇ ପରବର୍ତ୍ତୀ ବୈଠକ ମାର୍ଚ୍ଚ ୩ ତାରିଖରେ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ପରେ ପରେ ସମିତିର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ କିଶୋର କୁମାର ପାଳ ମନୋନୀତ ହୋଇଥିବା ବେଳେ ଉପସଭାପତି ସୁଜିତ କୁମାର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର‌୍ୟ୍ୟ, ସହ ସମ୍ପାଦକ ଭଗବାନ ପଣ୍ଡା, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା, ମୁଖ୍ୟ ଉପଦେଷ୍ଟା ଭାବେ ସୁରେଶ ଚନ୍ଦ୍ର ମହାନ୍ତି, ସହଯୋଗୀ ଉପଦେଷ୍ଟା ଭାବେ ଲୋକନାଥ ପାଢ଼ୀ, ହିମାଂଶୁ ଶେଖର ଦାସ, ମଦନ ମୋହନ ପାଢ଼ୀ, ରାଜ କିଶୋର ଦାସ, ସଂଗ୍ରାମ କେଶରୀ ସାବତ, ସ୍ଵପ୍ନେଶ୍ଵର ସାହୁ, ଦଣ୍ଡ ଅଧିକାରୀ ଶିବରାମ ପ୍ରାଧନୀ, ସହ ଦଣ୍ଡ ଅଧିକାରୀ ଜଗନ୍ନାଥ ରାଓ, ତବତିଆ ମହାରଣା, ଅଧିକାରୀ ଭାବେ ମନୋଜ କୁମାର ପାଳ,ଏବଂ କାର‌୍ୟ୍ୟକାରୀ ସଦସ୍ୟ ଭାବେ ଦୟାନିଧି ସାହୁ, ସୁବାଷ ଚନ୍ଦ୍ର କହଁର, ଦୁଃଖିଶ୍ୟାମ ମହାରଣା, ରଶ୍ମି ରଞ୍ଜନ ମହାରଣା, ସନ୍ତୋଷ କୁମାର ପାତ୍ର, ଶ୍ରୀନିବାସ ଦୋରା, ଶ୍ୟାମ ସୁନ୍ଦର ଦାସ, ପଦ୍ମନ ନାୟକ, ପ୍ରଶାନ୍ତ କୁମାର ସାହୁ, ସୁବାଷ ଚନ୍ଦ୍ର ଆଚାରୀ, ରଞ୍ଜିତ କୁମାର ମହାନ୍ତି ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ସଭାପତି ଶ୍ରୀ ପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ମା’ ବରାଳ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ବିଶାଳ କଳସ ଶୋଭାଯାତ୍ରା
ବାଲିଗୁଡ଼ା, ୨୭/୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ଅଧିଷ୍ଠାତ୍ରୀ ଦେବୀ ମା\’ ବରାଳ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ପ୍ରଥମେ ଅଙ୍କୁରା ରୋପଣ ପୂଜା ସମାପ୍ତ ହେବା ପରେ ସୋମବାର ଅନୁଷ୍ଠିତ ହୋଇଛି ବିଶାଳ କଳସ ଶୋଭାଯାତ୍ରା ।
ମା’ ବରାଳ ଦେବୀଙ୍କ ପୀଠରେ ସକାଳ ନିତି ସମାପନ ହେବାପରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମାନେ ଏକତ୍ରିତ ହୋଇ ନାମ ସଂକୀର୍ତ୍ତନ ସହ ଖଡ଼ଗ ନଦୀ କୂଳରେ ପହଁଚିଥିଲେ । ସେଠାରେ ପୂଜାର୍ଚ୍ଚନା କରି ଜଳ ନେଇ ନାମ ସଂକୀର୍ତ୍ତନ ସହ ବିରାଟ କଳସ ଶୋଭାଯାତ୍ରାରେ ମା\’ଙ୍କ ପୀଠକୁ ଯାଇଥିଲେ । ଏହି କାର‌୍ୟ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିବ ।
ମଙ୍ଗଳ ବାର ଠାରୁ ୨୪ ପ୍ରହର ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ସହ ରତ୍ନମୁଦ, ମନ୍ଦିର ପ୍ରତିଷ୍ଠା ସହ ମା\’ଙ୍କ ବିଗ୍ରହ ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ଟୁନା ଦାସ । ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ବାଲିଗୁଡ଼ା ସହରରେ ଭକ୍ତିଭାବ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ ମା\’ଙ୍କ ଏହି ପ୍ରାଚୀନ ମନ୍ଦିରଟି ଦୀର୍ଘ ଦିନ ଧରି ପ୍ରତିଷ୍ଠା ହୋଇନଥିବା ବେଳେ ସହରର ଜଣାଶୁଣା ବ୍ୟକ୍ତି ଟୁନା ଦାସ ଏହି କାର‌୍ୟ୍ୟକ୍ରମକୁ ହାତକୁ ନେଇଛନ୍ତି ।
ଏହି ଅବସରରେ ବିଧାୟକ ଚକ୍ରମଣି କହଁର ଯୋଗଦେଇ ବେସ୍ ଆତ୍ମ ସନ୍ତୁଷ୍ଟି ଲାଭ କରିବା ସହ ଟୁନା ଦାସଙ୍କ ଏଭଳି ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏଥିସହିତ ବାଲିଗୁଡ଼ା ଅଞ୍ଚଳର ଜନସାଧାରଣଙ୍କ ମଙ୍ଗଳ କାମନା କରିଛନ୍ତି ମା\’ଙ୍କ ନିକଟରେ । ଏହି ଅବସରରେ ବିଧାୟକଙ୍କ ସମେତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକଙ୍କ ସମେତ ହଜାର ହଜାର ଭକ୍ତ ଯୋଗଦେଇ ମା\’ଙ୍କ ଭକ୍ତିକୃପା ଲାଭ କରିଛନ୍ତି ।
ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ବାଲିଗୁଡା, ୨୭/୨: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ କୁ ବାଲିଗୁଡା ପୋଲିସ ସୋମବାର ଗିରଫ କରିଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅର୍ନ୍ତଗତ ପାଙ୍ଗାପଡ଼ା ଗ୍ରାମର ଶପନ ପାଟ୍ଟମାଝୀ ହୋଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ଘର ନିର୍ମାଣ କାମ କରିବାକୁ ଯାଇ ଗୁମୁଡୁମାହାରୁ ଘର ମାଲିକଙ୍କ ସମ୍ପର୍କୀୟଙ୍କ ୧୭ ବର୍ଷର ନାବାଳିକା ଝିଅକୁ ଗତ ଡ଼ିସେମ୍ବର ୨୬ ତାରିଖରେ ଅପହରଣ କରିନେଇ ତା ସହ ଦୁଷ୍କର୍ମ କରିବା ପରେ ବାଲିଗୁଡ଼ାରେ ଛାଡ଼ି ଚାଲିଯାଇଥିଲା ଶପନ ।
ସମ୍ପୃକ୍ତ ନାବାଳିକା ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।
ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ଧାରା ୩୭୬(୧),୩୬୩,୫୦୬,ଓ ଆଇପିସି ୬ ପୋକ୍ସୋ ଦଫା ଅନୁଯାୟୀ ପାଙ୍ଗାପଡ଼ା ଗ୍ରାମରୁ ଅଭିଯୁକ୍ତ ଶପନ ପାଟ୍ଟମାଝୀକୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।

ସ୍ବାମୀଙ୍କ ନିର୍ଯ୍ୟାତନା ସହି ନ ପାରି ସ୍ତ୍ରୀ ନେଇଛନ୍ତି ସ୍ବାମୀଙ୍କ ଜୀବନ
ବାଲିଗୁଡା,୨୭/୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସିନ୍ଦୂରକୁ ନିଜେ ପୋଛିଛନ୍ତି ସ୍ତ୍ରୀ। ସ୍ବାମୀଙ୍କ ନିର୍ଯ୍ୟାତନା ସହି ନ ପାରି ସ୍ତ୍ରୀ ନେଇଛନ୍ତି ଏଭଳି ନିଷ୍ପତ୍ତି। ପ୍ରକାଶ ଯେ, ସ୍ତ୍ରୀଙ୍କ ମାଡ଼ରେ ସ୍ବାମୀ ନେତ୍ର ମାଝି(୬୩)ଙ୍କ ରବିବାର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ତେବେ ବୃଦ୍ଧଙ୍କ ପୁଅ ଓ ବୋହୂ ଅନ୍ୟ ରାଜ୍ୟରେ ଥିବାରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇପାରିନି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ୍ ନଂ ୨୯/୨୪ରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି।
ମୃତକ ନେତ୍ର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ନେତ୍ର ତାଙ୍କ ସ୍ତ୍ରୀ ଶୁଭନ୍ତିଙ୍କ କାନଫୁଲକୁ ଟାଣିଥିଲେ। ଫଳରେ ଶୁଭନ୍ତି ଯନ୍ତ୍ରଣା ସହି ନ ପାରି ପାଖରେ ଥିବା ଏକ କାଠଫାଳିଆରେ ପିଟିଥିଲେ ଫଳରେ ନେତ୍ରଙ୍କ ମୁଣ୍ଡ ପଛ ପାଖରେ ଗଭୀର ମାଡ଼ ହୋଇଥିଲା ଓ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031