Indus Valley Times

ପଞ୍ଜାବରେ ଚମକିଲେ ପାରାଦୀପ ଝିଅ ନିବେଦିତା : ଉଚ୍ଚଡିଆଁ ରେ ସ୍ୱର୍ଣ୍ଣ ପଦକ

 Breaking News

ପଞ୍ଜାବରେ ଚମକିଲେ ପାରାଦୀପ ଝିଅ ନିବେଦିତା : ଉଚ୍ଚଡିଆଁ ରେ ସ୍ୱର୍ଣ୍ଣ ପଦକ

November 27
09:07 2022

ପାରାଦୀପ ,୨୬/୧୧: ପଞ୍ଜାବର ପଟିଆଲାରେ ଚମକିଲେ ପାରାଦୀପ ଝିଅ ନିବେଦିତା । ଖବରରୁ ପ୍ରକାଶ, ପଞ୍ଜାବର ଭଲିବଲରେ ବିପିଇଡି କରୁଥିବା ପାରାଦୀପର ଝିଅ ନିବେଦିତା ତରାଇ ଗତ ୨୫ ତାରିଖରେ ୟୁନିଭରସିଟି ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉଚ୍ଚକୁଦ(ହାଇଜମ୍ପ) ପ୍ରତିଯୋଗିତାରେ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପାରାଦୀପର ଧୁନଚନ୍ଦ୍ର ତରାଇଙ୍କ କନ୍ୟା ନିବେଦିତା ତରାଇ ଏହି କୃତିତ୍ୱ ହାସଲ କରି ନିଜ ବାପମାଆଙ୍କ ସମେତ ପାରାଦୀପର ନାମ ଗୌରବାନ୍ୱିତ କରିଛନ୍ତି । ସୂଚନା ଥାଉକି, ନିବେଦିତାଙ୍କ ପିତା ଧୁନଚନ୍ଦ୍ର ପାରାଦୀପ ବନ୍ଦରର କର୍ମଚାରୀ ହୋଇଥିବା ବେଳେ ବୃହତ ବନ୍ଦର ଖେଳକୁଦ ପ୍ରତିଯୋଗିତାରେ ଅନେକ ପଦକ ଜିଣି ପାରାଦୀପ ବନ୍ଦର ପାଇଁ ସୁନାମ ଆଣି ପାରିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031