Indus Valley Times

ପଞ୍ଜାବ ସରକାରଙ୍କ ଭଳି ଓଡ଼ିଶା ସରକାର କେନ୍ଦ୍ରର ନୂଆ କୃଷି ଆଇନ ବିରୁଦ୍ଧରେ ବିଧେୟକ ଆଣିବାକୁ ପିସିସି କିଷାନ କଂଗ୍ରେସର ଦୃଢ଼ ଦାବି

 Breaking News

ପଞ୍ଜାବ ସରକାରଙ୍କ ଭଳି ଓଡ଼ିଶା ସରକାର କେନ୍ଦ୍ରର ନୂଆ କୃଷି ଆଇନ ବିରୁଦ୍ଧରେ ବିଧେୟକ ଆଣିବାକୁ ପିସିସି କିଷାନ କଂଗ୍ରେସର ଦୃଢ଼ ଦାବି

October 21
12:52 2020

Odisha Pradesh Congress demands Punjab-like agri-law in state

ସୁକାନ୍ତ ମହାନ୍ତିଙ୍କ ରିପୋର୍ଟ
ଭୁବନେଶ୍ୱର, ତା ୨୧ ।୧୦ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ତିନୋଟି କୃଷି ଆଇନକୁ ପଞ୍ଜାବ ସରକାର ଗ୍ରହଣ ନ କରି ତାଙ୍କ ବିଧାନସଭାରେ ଯେଉଁ ବିଧେୟକ ଗୃହୀତ କରିଛନ୍ତି ଏହା ସମଗ୍ର ଚାଷୀସମାଜ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ନୂଆ କୃଷି ଆଇନଦ୍ୱାରା କୃଷକ, ଖାଉଟି ଓ ଶ୍ରମିକମାନଙ୍କର ଯେଉଁ କ୍ଷତି ହେବାର ଥିଲା ତାହା ପଞ୍ଜାବର ଜନପ୍ରିୟ ସରକାରଙ୍କ ଦ୍ୱାରା ଦୃଢ଼ ପ୍ରତିରୋଧ କରାଯାଇଛି ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କହିଛନ୍ତି ।
ସେହିଭଳି ସମ୍ବିଧାନର ଧାରା ୨୫୪(୨) ଆଧାରରେ ପ୍ରତି ରାଜ୍ୟରେ ଏହି ବିଧେୟକ ଗୃହୀତ କରାଯାଇ ପାରିବ । ଅନ୍ୟ ପକ୍ଷରେ ମଧ୍ୟ ସମ୍ବିଧାନର ଧାରା ୭ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ କରାଯାଇଛି । ଏହି ଅନୁଚ୍ଛେଦ ଅନୁଯାୟୀ କୃଷି ପ୍ରସଙ୍ଗ ରାଜ୍ୟ ତାଲିକାଭୂକ୍ତ । ତେଣୁ ଓଡ଼ିଶା ସରକାର କାଳ ବିଳମ୍ବ ନ କରି ପଞ୍ଜାବ ସରକାରଙ୍କ ଭଳି ରାଜ୍ୟର ଚାଷୀଙ୍କ ହିତ ପାଇଁ ଏହି ପରି ଏକ ଆଇନର ବିଧେୟକ ଆଣିବାକୁ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ।
କେନ୍ଦ୍ର ସରକାର ଯେଉଁ କୃଷି ଉତ୍ପାଦନ ସରଳୀକରଣ ଆଇନ, କୃଷକ ରାଜିନାମା ଓ କୃଷକ ସେବା ଆଇନ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରଣୟନ କରିଛନ୍ତି ଓଡ଼ିଶା ରାଜ୍ୟରେ ଏହାର ତୁରନ୍ତ ସଂଶୋଧନ କରାଯିବା ଏକାନ୍ତ ଜରୁରୀ । କାରଣ ଓଡ଼ିଶାର ୮୨ ପ୍ରତିଶତ ଚାଷୀ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ କେନ୍ଦ୍ର ନିୟମ ଅନୁଯାୟୀ ଏମାନେ କୌଣସି କ୍ଷେତ୍ରରେ ଲାଭବାନ ହୋଇ ପାରିବେନାହିଁ ବୋଲି ସେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031