Indus Valley Times

ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍ୱାମୀ ଅନୁଭବ ମହାନ୍ତି

 Breaking News

ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍ୱାମୀ ଅନୁଭବ ମହାନ୍ତି

August 07
17:29 2021

ଭୁବନେଶ୍ୱର, ୭/୮ : ତମାମ ବାଦ-ବିବାଦ , ମତାନ୍ତର-ମନାନ୍ତର ଓ କୋର୍ଟ କଚେରୀ ସତ୍ତ୍ୱେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଉଇସ କରିଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଶନିବାର ବର୍ଷାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ। ଏନେଇ ସୋଶାଲ ମିଡିଆରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ ବି କରିଛନ୍ତି।
ସେଥିରେ ସେ ଲେଖିଛନ୍ତି ଯେ, ଆମେ ଦୁହେଁ ଭଲ ସ୍ୱାମୀ-ସ୍ତ୍ରୀ ହୋଇପାରିଲୁନି ସତ କିନ୍ତୁ ଉଭୟେ ଚିର ଦିନ ପାଇଁ ଉତ୍ତମ ବନ୍ଧୁ ହୋଇ ରହିପାରିବୁ । ମୋର ପରିବାର, ଶୁଭେଚ୍ଛୁକ, ସମର୍ଥକଙ୍କ ପକ୍ଷରୁ ଆପଣଙ୍କୁ ଜନ୍ମଦିନ ଅବସରେ ଶୁଭେଚ୍ଛା। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ, ସଫଳତା ଓ ସମୃଦ୍ଧିର କାମନା କରିଛନ୍ତି ଅନୁଭବ।
ଆଉ ସାଂସଦ ଅନୁଭବଙ୍କ ଏହି ବନ୍ଧୁତ୍ୱଭରା ପୋଷ୍ଟକୁ ପୁଣି ଦୁଇ ପ୍ରେମପକ୍ଷୀ ଏକାଠି ହେବା ନେଇ ଚର୍ଚ୍ଚା ହେଉଛି। ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଯୋଡ଼ି ହେବା ନେଇ ମଧ୍ୟ ସୋଶାଲ ମଡିଆରେ ଚର୍ଚ୍ଚା ହେଉଛି। ଓଲିଉଡ୍ ଜଗତର ହିଟ ଯୋଡ଼ି କୁହାଯାଉଥିବା ଅନୁଭବ ଓ ବର୍ଷା ଦୁହେଁ ପ୍ରେମ ବିବାହ କରିଥିଲେ।
ପରବର୍ତ୍ତୀ ସମୟରେ ଉଭୟଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇ କଥା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଛି। ପତ୍ନୀ ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିବା ବେଳେ ଅନୁଭବ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ମାମଲା ଆବେଦନ କରିଛନ୍ତି। ଯାହା ଏବେ ଏହା ବିଚାରାଧୀନ ରହିଛି। ତେବେ ଅନୁଭବଙ୍କର ଆଜିର ପୋଷ୍ଟକୁ ନେଇ ପୁଣିଥରେ ଉଭୟଙ୍କ ସମ୍ପର୍କରେ ନୂଆ ସମ୍ଭାବନା ସୃଷ୍ଟି ହେବା ନେଇ ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031