Indus Valley Times

ପଦ୍ମପୁରରେ କିଏ ମାରିବ ବାଜିମାତ୍ – ବିଜେଡି, ବିଜେପି ନା କଂଗ୍ରେସ ?

 Breaking News

ପଦ୍ମପୁରରେ କିଏ ମାରିବ ବାଜିମାତ୍ – ବିଜେଡି, ବିଜେପି ନା କଂଗ୍ରେସ ?

November 09
21:54 2022

ସ୍ୱାଗତିକା ଭୂତିଆଙ୍କ ସ୍ୱତନ୍ତ୍ର ଆଲେଖ୍ୟ
ଭୁବନେଶ୍ୱର, ୯/୧୧/୨୦୨୨: ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି ରାଜନୈତିକ ଶିବିର । ଆଗକୁ ଆସୁଛି ପଦ୍ମପୁର ଉପନିର୍ବାଚନ । ଉଷ୍ମ ହେଉଛି ରାଜନୈତିକ ପାଣିପାଗ । ରାଜ୍ୟର ତିନି ପ୍ରମୁଖ ଦଳଙ୍କର ଆରମ୍ଭ ହୋଇ ଗଲାଣି ଅଙ୍କ କଷା ।
ନିକଟ ଅତୀତରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନର ଫଳାଫଳକୁ ନେଇ ସମୀକ୍ଷା ବି ଆରମ୍ଭ କରିଛନ୍ତି ହାରିଥିବା ଦଳ । ବିଜୟୀ ହୋଇଥିବା ବିଜେପି ମଧ୍ୟ କିଭଳି ପଦ୍ମପୁର ଉପନିର୍ବାଚନରେ ପୁର୍ବ ନିର୍ବାଚନର ସଫଳତା ବଜାଇ ରଖିବ ସେନେଇ ଆରମ୍ଭ କରି ଦେଇଛି ମାଷ୍ଟର ପ୍ଲାନ୍ ।
ପୁର୍ବରୁ ପ୍ରାୟ ସମସ୍ତ ଉପନିର୍ବାଚନ ବିଜୟୀ ହାସଲ କରିଆସୁଥିବା ଶାସକ ବିଜୁ ଜନତା ଦଳ ଧାମନଗର ଉପନିର୍ବାଚନରେ ପରାଜୟ ହାସଲ କରିବା ସହଜରେ ଗ୍ରହଣ କରିପାରୁନି ଦଳ । ସମସ୍ତ କଳବଳ ପ୍ରୟୋଗ ସତ୍ତ୍ୱେ କିଭଳି ବିଜୁ ଜନତା ଦଳ ଧାମନଗର ନିର୍ବାଚନୀମଣ୍ଡଳିର ଜନତାଙ୍କୁ ପ୍ରଭାବିତ କରିପାରିଲାନି, ତାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ହେଉଛି । ବିଜେଡି ଶିବିରରେ ମଧ୍ୟ ଏନେଇ ଆରମ୍ଭ ହୋଇଛି ସମୀକ୍ଷା । ଧାମନଗର ଉପନିର୍ବାଚନରେ ଦଳ ଯେଉଁ ଷ୍ଟ୍ରାଟେଜି ଆପଣେଇ ଥିଲା ତାହା ପଦ୍ମପୁର୍ ଉପନିର୍ବାଚନରେ ଦେଖିବାକୁ ମିଳିବ ନା ଭିନ୍ନ ଷ୍ଟ୍ରାଟେଜି ଆପଣେଇବ ଜନତାଙ୍କୁ ନିଜ ଆଡକୁ ଅକୃଷ୍ଠ କରିବା ତାହା ଦେଖିବାକୁ ଅପେକ୍ଷା ରହିବ ।
ଏହାରି ଭିତରେ ବିଜେଡି ପଦ୍ମପୁରୁ ଉପନିର୍ବାଚନ ପାଇଁ ନେତାମାନଙ୍କୁ ଦାୟିତ୍ୱ ବାଣ୍ଟିବା ଆରମ୍ଭ କରିଦେଲାଣି । ଧାମନଗର ଉପନିର୍ବାଚନରେ ଦାୟିତ୍ୱ ନେଇଥିବା ନେତାଙ୍କୁ ବାଦ୍ ଦେଇଛି ଦଳ । ପଦ୍ମପୁର ପାଇଁ ନୂଆ ନେତା, ନୂଆ ତାଲିକା । ବରିଷ୍ଠ ନେତାଙ୍କ ଉପରେ ଗୁରୁ ଦାୟିତ୍ୱ ଦେଇଛି ଦଳ । ପ୍ରଚାର ଓ ନିର୍ବାଚନ ପରିଚାଳନା ଦାୟିତ୍ୱ ଉପସଭାପତି ପ୍ରସନ୍ନ ଅଚାର‌୍ୟ୍ୟ ଓ ପୁର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତକୁ ଯାଇଛି । ଏହା ସହ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପଦ୍ମପୁର ବ୍ଲକ , ନବ ଦାସଙ୍କୁ ପାଇକମାଳ ଓ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଝାରବନ୍ଦ ବ୍ଲକ ଦାୟିତ୍ୱ ଦିଆଯାଇଛି । ଏହାଛଡା ବିଭିନ୍ନ ଜୋନ୍ ଦାୟିତ୍ୱରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଓ ମନ୍ତ୍ରୀମାନଙ୍କୁ ଆଗରେ ରଖାଯାଇଛି ।
ସେପଟେ ପଦ୍ମପୁରୁରେ ପଦ୍ମ ଫୁଟାଇବା ପାଇଁ ବିଜେପିର ବଡ ଲକ୍ଷ୍ୟ । ପ୍ରଥମ ଥର ପାଇଁ ବିଜେପି ଉପନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଛି । ଯାହାକୁ ସେ ଆଗାମୀ ନିର୍ବାଚନରେ ମଧ୍ୟ ବଜାୟ ରଖିବାକୁ ଚାହିଁବ । କିନ୍ତୁ ଭାରତୀୟ ଜନତା ପାର୍ଟି ପାଇଁ ମଧ୍ୟ ପଦ୍ମମପୁର ଉପନିର୍ବାଚନଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି ମନେ ହେଉଛି । କାରଣ ଓଡ଼ିଶାର ୧୪୭ଟି ବିଧାନସଭାରେ ଭିନ୍ନ ପ୍ରତିଦ୍ୱନ୍ଦୀ ରହିଥାନ୍ତି । ସବୁ ନିର୍ବାଚନମଣ୍ଡଳୀରେ ରାଜୁ ଦାସଙ୍କ ଭଳି ବିଦ୍ରୋହୀ ନେତା ନଥିବେ । ଧାମନଗର ଭଳି ବିଜୟ ଯଦି ପଦ୍ମପୁରରେ ଦଳ ହାସଲ କଲା, ତେବେ ଆଗାମୀ ୨୦୨୪ ନିର୍ବାଚନ ଲଢ଼ିବା ପାଇଁ ବିଜେପି ପାଖରେ ବଳ ଦ୍ୱିଗୁଣିତ ହେବ ଏବଂ ଲୋକଙ୍କ ଭିତରେ ଏକ ପରିବର୍ତ୍ତ ନର ଆଶା ସଞ୍ଚାର ହେବ ।
ପଦ୍ମପୁର ଉପନିର୍ବାଚନ ଜିତିବା ପାଇଁ କଂଗ୍ରେସ ଯଦିଓ ଆତ୍ମବିଶ୍ୱାସ ରଖିଛି, ତଥାପି ଲୋକଙ୍କ ହୃଦୟ ଜିଣିବା ଦଳ ପାଇଁ ଏକ କଷ୍ଟକର ବ୍ୟାପାର ହେବ । ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି । ଯାହା ଧାମନଗର ଉପନିର୍ବାଚନରେ ପ୍ରତିଫଳିତ ହେଲା । ୨୦୧୯ ମସିହା ଠାରୁ ରାଜ୍ୟରେ ଅନୁଷ୍ଠିତ ହେବଉଥିବା ସମସ୍ତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତି ନୈରାଶ୍ୟନକ ହେଉଛି । କଂଗ୍ରେସ ଶିବିରରେ ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା ମଧ୍ୟ କରାଯାଉଛି । ହେଲେ ନିର୍ବାଚନ ପରେ ଯଥା ପୁର୍ବଂ ତଥା ପରଂ ଭଳି ସ୍ଥିତି ଦେଖିବାକୁ ମିଳୁଛି । ତେଣୁ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ କିଭଳି ଭୋଟରଙ୍କୁ ପ୍ରଭାବିତ କରିବ । ଭୋଟର କେତେ ଦଳ ଉପରେ ବା ପ୍ରାର୍ଥୀ ଉପରେ ଭରସା କରିବେ ତାହା ନିର୍ବାଚନ ଫଳାଫଳ ହିଁ କହିବ ।
ଅନ୍ୟପଟେ ପଦ୍ମପୁରୁର ନିର୍ବାଚନମଣ୍ଡଳି ଭୋଟରମାନେ ମଧ୍ୟ ନେତାଙ୍କ ସମ୍ମୁଖୀନ ହେବା ପାଇଁ ମାଳମାଳ ପ୍ରସଙ୍ଗ ରଖିଛନ୍ତି । ଯେଉଁ ନେତା ଭୋଟ ମାଗିବାକୁ ଭୋଟରଙ୍କ ପାଖକୁ ଯିବେ, ସେହି ଅଞ୍ଚଳର ସମସ୍ୟା ଦୂର କରିବାରେ କେତେ ପ୍ରତିବଦ୍ଧ ତାହା ପରଖିବେ ଭୋଟର । ନେତାଙ୍କ ପାଖରେ ନିଜର ଦାବି ରଖିବା ସହ ଜନତାଙ୍କ ପ୍ରଶ୍ନର ସମ୍ମୁଖୀନ ହେବା ପାଇଁ ଭୋଟର ପୂରା ବନ୍ଦୋବସ୍ତ କରିସାରିଛନ୍ତି ।
ତେବେ ଦେଖିବାକୁ ଅପେକ୍ଷା ରହିଲା ପଦ୍ମପୁରରେ ଉପନିର୍ବାଚନ ଲଢ଼ିବାପାଇଁ ତିନି ଦଳର ପ୍ରସ୍ତୁତି କିଭଳି ହେଉଛି ଓ ନିର୍ବାଚନି ମୁକୁଟ ପିନ୍ଧିବା ପାଇଁ କେଉଁ ଦଳ କେତେ ପ୍ରୟାସ କରୁଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031