Indus Valley Times

ପଦ୍ମପୁର ଉପ ନିର୍ବାଚନ: ୧୧ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର କାଏମ, ଦୁଇ ଜଣଙ୍କ ନାକଚ

 Breaking News

ପଦ୍ମପୁର ଉପ ନିର୍ବାଚନ: ୧୧ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର କାଏମ, ଦୁଇ ଜଣଙ୍କ ନାକଚ

ପଦ୍ମପୁର ଉପ ନିର୍ବାଚନ: ୧୧ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର କାଏମ, ଦୁଇ ଜଣଙ୍କ ନାକଚ
November 18
18:21 2022

ପଦ୍ମପୁର/ଭୁବନେଶ୍ବର, ୧୮/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୧୩ ପ୍ରାର୍ଥୀଙ୍କର ନାମାଙ୍କନ ଆଜି ଯାଞ୍ଚ ସରିଛି। ପ୍ରାର୍ଥିପତ୍ର ଯାଞ୍ଚ ସରିବା ପରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି।
ନାମାଙ୍କନ ନାକଚ ହୋଇଥିବା ପ୍ରାର୍ଥୀ ହେଲେ ଜୟନ୍ତ ଥପା ଓ ଦେବବ୍ରତ ସୁନାନୀ। ଉଭୟ ଜୟନ୍ତ ଓ ଦେବଦତ୍ତ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ। ରିଟର୍ଣ୍ଣି ଅଧିକାରୀ ତ୍ରିଲୋଚନ ପାତ୍ର ଏହି ସୂଚନା ଦେଇଛନ୍ତି।
ପଦ୍ମପୁର ଉପନିର୍ବାଚନ ପାଇଁ ୨ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଯିବା ପରେ ଏବେ ନିର୍ବାଚନ ପଡ଼ିଆରେ ୧୧ ଜଣ ପ୍ରାର୍ଥୀଙ୍କ ଲଢେଇ ହେବ। ପଦ୍ମପୁରୁକୁ ହାତେଇବା ପାଇଁ ପ୍ରମୁଖ ରାଜନୈତିକ ଦଳ ଯଥା ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ନିଜର ଶକ୍ତି ଲଗାଇବ। ଏଥିପାଇଁ ଏହି ୩ ଦଳ ନିଜ ନିଜ ସ୍ତରରେ ରଣନୀତି ଆରମ୍ଭ କରିଦେଇଛନ୍ତି।
କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ରିକ୍ରେସନ ସେଣ୍ଟରଠାରେ ଏକ ସାଧାରଣ ସଭା କରିଥିଲେ।
ଏଥିରେ ଦଳର ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ପ୍ରସାଦ ହରିଚନ୍ଦନ, ଜିଲ୍ଲା ସଭାପତି ନିହାର ମହାନନ୍ଦ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ସେଠାରୁ ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ।
ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିରାଡ଼ମ୍ବର ଭାବରେ ଆସି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମୁଖପାତ୍ର ଗୋଲକ ମହାପାତ୍ର ସମେତ ବହୁ ସ୍ଥାନୀୟ କର୍ମୀ ଉପସ୍ଥିତ ଥିଲେ।
ସେହିପରି, ଓଜିପି ତରଫରୁ ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ ବିଦ୍ୟାଧର ପାଣ୍ଡବଙ୍କ ସହିତ ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ, ଗଙ୍ଗାଧର ସାହା, ଦେବବ୍ରତ ସୁନାନୀ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031