Indus Valley Times

ପଦ୍ମ ଛାଡିଲେ ଗମାଙ୍ଗ ବାପ-ପୁଅ, ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା

 Breaking News

ପଦ୍ମ ଛାଡିଲେ ଗମାଙ୍ଗ ବାପ-ପୁଅ, ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା

ପଦ୍ମ ଛାଡିଲେ ଗମାଙ୍ଗ ବାପ-ପୁଅ, ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା
January 25
12:25 2023

ଭୁବନେଶ୍ୱର,୨୫/୧: ବହୁ କଳ୍ପନାଜଳ୍ପନା ପରେ ବିଜେପି ଛାଡ଼ିଲେ ଗମାଙ୍ଗ ବାପପୁଅ। ଉଭୟ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଆଜି ବିଜେପି ଛାଡ଼ିଛନ୍ତି ।
ବିଜେପିର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିକଟକୁ ଉଭୟ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।
୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ଗିରିଧର ଓ ଶିଶିର । ହେଲେ ବିଜେପିରେ ଉଭୟଙ୍କୁ କୋଣଠେସା କରାଯାଉଥିବା ଅଭିଯୋଗ କରି ଆସୁଥିଲେ।
ଏପରିକି କଂଗ୍ରେସ ଛାଡ଼ିବା ପରେ ଏମ୍ପି ଟିକେଟ ଦିଆଯିବା ନିମନ୍ତେ ଶିଶିର ଗମାଙ୍ଗଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଜେପି ପାଳନ କରି ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଦୀର୍ଘ ୭ ବର୍ଷ ପରେ ବିଜେପି ହାତ ଛାଡ଼ିଥିବା ଆଜି ସ୍ପଷ୍ଟ କରିଛନ୍ତି ଗମାଙ୍ଗ ବାପପୁଅ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031