Indus Valley Times

ପଦ୍ମ ଧରିଲେ ଅରବିନ୍ଦ ଢାଲି, ବିଜେପିରେ ସାମିଲ ହେଲେ ଜୟଦେବ ବିଧାୟକ

 Breaking News

ପଦ୍ମ ଧରିଲେ ଅରବିନ୍ଦ ଢାଲି, ବିଜେପିରେ ସାମିଲ ହେଲେ ଜୟଦେବ ବିଧାୟକ

ପଦ୍ମ ଧରିଲେ ଅରବିନ୍ଦ ଢାଲି, ବିଜେପିରେ ସାମିଲ ହେଲେ ଜୟଦେବ ବିଧାୟକ
March 03
14:51 2024

ଭୁବନେଶ୍ବର, ୩/୩: ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେପିରେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ମିଶିଛନ୍ତି ଅରବିନ୍ଦ ଢାଲି।
ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଅରବିନ୍ଦ ଢାଲି।
ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଗତକାଲି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଥିଲେ। ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ। ୨୦୦୯ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ଶ୍ରୀ ଢାଲି ପୁଣି ବିଜେପିକୁ ଫେରିବେ ବୋଲି ଗଣମାଧ୍ୟମରେ କହିଥିଲେ। ରବିବାର ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଛନ୍ତି। ୧୯୯୨ରେ ମାଲକାନଗିରିରୁ ବିଜେପି ଟିକେଟରେ ବିଧାୟକ ହୋଇଥିଲେ। ୫ଥରିଆ ଏହି ବିଧାୟକ ବିଜେପି-ବିଜେଡି ମେଣ୍ଟ ସରକାରରେ ପରିବହନ ମନ୍ତ୍ରୀ ଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031