Indus Valley Times

ପବିତ୍ର ଶ୍ରୀଗୁଣ୍ଡିଚାରେ ଲୋକାର୍ପଣ ହେଲା ନୟାଗଡ଼ ଦର୍ପଣ ୱେବ ପୋର୍ଟାଲ

 Breaking News

ପବିତ୍ର ଶ୍ରୀଗୁଣ୍ଡିଚାରେ ଲୋକାର୍ପଣ ହେଲା ନୟାଗଡ଼ ଦର୍ପଣ ୱେବ ପୋର୍ଟାଲ

July 12
17:40 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୨/୭ : ନୟାଗଡ଼ ଜିଲ୍ଲାର ଘରେ ଘରେ ପରିଚିତ ତଥା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ବ୍ୟକ୍ତିତ୍ୱ ଏବଂ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସୁବିଧା ଅସୁବିଧାର ଖବର ପ୍ରସାରଣ କରି ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇପାରିଥିବା ପାକ୍ଷିକ ଖବର କାଗଜ “ନୟାଗଡ଼ ଦର୍ପଣ” ତା’ର ୱେବ ପୋର୍ଟାଲ www.nayagarhdarpan.com ଆରମ୍ଭ କରିଛି। ଆଜି ପବିତ୍ର ରଥ ଯାତ୍ରା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନୟାଗଡ଼ର ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ “ନୟାଗଡ଼ ଦର୍ପଣ” ୱେବ ପୋର୍ଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ବିଶ୍ୱନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିଶୁ ସହିତ୍ୟିକା ବସିରନ ବିବି, ଉମେଶ ଚନ୍ଦ୍ର ମହାପାତ୍ର, ନୟାଗଡ଼ ଜିଲ୍ଲା ଡିଜିଟାଲ ମେଡିଆ ସାମ୍ବାଦିକ ସଙ୍ଘ ସଭାପତି ଅନୱର ଅଲ୍ଲୀ, ସାମ୍ବାଦିକ କିଶୋର ମହାପାତ୍ର, ଗୋକୁଳ ଷଡଙ୍ଗୀ, ପ୍ରଭାତ ମହାପାତ୍ର, ବିକ୍ରମ କେଶରୀ ନାୟକ, ମଧୁସୂଦନ ପରିଡ଼ା, କାହ୍ନୁ ଚରଣ ସ୍ୱାଇଁ, ନୟାଗଡ଼ ଦର୍ପଣ ପରିଚାଳକ ଯଯାତି କେଶରୀ ମହାପାତ୍ରଙ୍କ ସମେତ ନୟାଗଡ଼ ଦର୍ପଣର ପ୍ରତିଷ୍ଠାତା ହରିଶ ପ୍ରଧାନ ଯୋଗଦେଇଥିଲେ। ନିମନ୍ତ୍ରିତ ଅତିଥିମାନେ ତାଙ୍କର ସୁଚିନ୍ତିତ ସ୍ୱମତାମତରେ କହିଥିଲେ ଯେ, ବର୍ତ୍ତମାନ ସମୟରେ ପ୍ରତ୍ୟେକଟି ଖବରକୁ ପାଠକଙ୍କ ନିକଟରେ ସଂଗେ ସଂଗେ ପହଞ୍ଚାଇବା ହେଉ “ନୟାଗଡ଼ ଦର୍ପଣ”ର ମୂଳ ଲକ୍ଷ୍ୟ। ପରିଶେଷରେ “ନୟାଗଡ଼ ଦର୍ପଣ”ର ଦୀର୍ଘ ସ୍ଥାୟୀତ୍ୱ କାମନା କରିଥିଲେ। କୋଭିଡ ନିୟମ ଅନୁପାଳନ ପୂର୍ବକ ଏହି ଉତ୍ସବଟି ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031