Indus Valley Times

ପରଲୋକରେ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକ

 Breaking News

ପରଲୋକରେ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକ

ପରଲୋକରେ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକ
January 14
08:45 2022

ବାରିପଦା,୧୪/୧: ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।
ବାରିପଦାସ୍ଥିତ ତାଙ୍କ ବାସଭନବରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବହୁ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ବୃତ୍ତିରେ ଇଞ୍ଜିନିୟର ଥିବା ସରୋଜ ୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ର ଜରିଆରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଫୁଲଚନ୍ଦନ, ଝିଅଟି ସେତା ପରି, ଅଭିଳାଷ ଓ ହାକିମବାବୁ ଭଳି ବହୁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା ମଧ୍ୟ କରିଥିଲେ। ଫିଲ୍ମ ଅଭିଳାଷ ଓ ଫୁଲଚନ୍ଦନ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ମଧ୍ୟ ହାସଲ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031