Indus Valley Times

‘ପରିଣୀତି ନୁହେଁ ମୋତେ ରାଜନୀତିର ପ୍ରଶ୍ନ ପଚାର’, ଡେଟିଂ ଖବର ମଧ୍ୟରେ ମୁହଁ ଖୋଲିଲେ ରାଘବ ଚଢା

 Breaking News

‘ପରିଣୀତି ନୁହେଁ ମୋତେ ରାଜନୀତିର ପ୍ରଶ୍ନ ପଚାର’, ଡେଟିଂ ଖବର ମଧ୍ୟରେ ମୁହଁ ଖୋଲିଲେ ରାଘବ ଚଢା

‘ପରିଣୀତି ନୁହେଁ ମୋତେ ରାଜନୀତିର ପ୍ରଶ୍ନ ପଚାର’, ଡେଟିଂ ଖବର ମଧ୍ୟରେ ମୁହଁ ଖୋଲିଲେ ରାଘବ ଚଢା
March 24
19:02 2023

ନୂଆଦିଲ୍ଲୀ,୨୪/୩: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ଡିନର ଏବଂ ଲଞ୍ଚ ଫଟୋ ଭାଇରାଲ ହେବାରେ ଲାଗିଛି। ଉଭୟ ପରସ୍ପରକୁ ଡେଟିଂ କରୁଥିବା କାଲି ଠାରୁ ସୋଶାଲ ମିଡିଆରେ ପ୍ରଚାର ହେଉଛି। ତେବେ ଏସବୁ ଚର୍ଚ୍ଚା ଭିତରେ ରାଘବଙ୍କୁ ଡେଟିଂ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ ଦେଇଥିବା ଉତ୍ତର ଏବେ ପୁଣି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ପରିଣୀତିଙ୍କ ସହ ଲଞ୍ଚ ଓ ଡିନର ବେଳେ ନଜର ଆସିଥିବା ରାଘବକଙ୍କୁ ଆଜି ଏ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସ୍ମିତ ହାସ୍ୟ ଦେଇ ରାଘବ କହିଛନ୍ତି, “ଆପଣମାନେ ମୋତେ ରାଜନୀତିର ପ୍ରଶ୍ନ କରନ୍ତୁ। ପରିଣୀତିଙ୍କ ସମ୍ପର୍କରେ ପ୍ରଶ୍ନ କରନ୍ତୁ ନାହିଁ।”
ତାଙ୍କୁ ପୁଣି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ ଲୋକମାନେ ଆପଣ ଓ ପରିଣୀତିଙ୍କ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି। ଏହାର ଜବାରେ ସେ କହିଥିଲେ ଯେ “ଏହାର ଜବାବ ଦିଆଯିବ।” ଉତ୍ତର ଦେବା ବେଳେ ରାଘବ ସାମାନ୍ୟ ଲାଜେଇ ଯାଇଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।
୨୨ ତାରିଖ ରାତିରେ ରାଘବ ଓ ପରିଣୀତି ଏକାଠି ଡିନର କରିଥିଲେ। ସେହିପରି ୨୩ ତାରିଖ ମଧ୍ୟାହ୍ନରେ ଲଞ୍ଚ ବେଳେ ସେମାନଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଫଟୋ ଭାଇରାଲ ହେବା ପରେ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ଗୋଟିଏ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ରାଘବ ଓ ପରିଣୀତି କେବଳ ଭଲ ସାଙ୍ଗ। ସେମାନେ ଡେଟିଂ କରୁ ନାହାନ୍ତି। ଉଭୟ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଏକାଠି ପାଠ ମଧ୍ୟ ପଢ଼ୁଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031