Indus Valley Times

ପରିବେଶ ଅସନ୍ତୁଳନତା ଚୋରାଇ ନେଇ ଶୀତ ଓ ଶିଶିର

 Breaking News

ପରିବେଶ ଅସନ୍ତୁଳନତା ଚୋରାଇ ନେଇ ଶୀତ ଓ ଶିଶିର

November 24
21:04 2021

ସ୍ୱାଗତିକା ଭୂତିଆ
ନଭେମ୍ବର ମାସ ଆସି ଶେଷ ହେବାକୁ ବସିଲାଣି । କିନ୍ତୁ ଏ ଯାଏ ଶୀତ ପଡିନି  କି ଶିତୁଆ  ସକାଳର ସ୍ପର୍ଶ ବି ଅନୁଭବ ହୋଇନି । ସାଧାରଣତଃ ଦୀପାବଳୀ ପରେ ପରେ ଶୀତ ମାଡିଆସେ ଆଉ ଏତେବେଳକୁ କାକରରେ ଆଚ୍ଛାଦିତ ହୋଇଯାଏ ବାୟୁମଣ୍ଡଳ ।
ହେଲେ ଚଳିତ ବର୍ଷ ଶୀତ ତା’ର ଆଗମନ ନେଇ ଲୁଚକାଳି ଖେଳୁଛି । ଥଣ୍ଡାର ଅନୁପସ୍ଥିତିରେ ଲୋକମାନେ ଏ ପର୍ଯର୍୍ୟନ୍ତ ଶୀତ ପୋଷାକ ବାହାର କରି ନାହାଁନ୍ତି । ଏବେ ରାତିର ତାପମାତ୍ରା ୧୮ରୁ ୨୦ ଡିଗ୍ରୀ ପାଖାପାଖି ରହୁଛି ।
ଡେରିରେ ଶୀତ ଆସିବା ନେଇ ପରିବେଶବୀତ୍‌ମାନେ କୁହନ୍ତି ଯେ ଜଳବାୟୁ ପରିବର୍ତନ ଯୋଗୁଁ ଆମକୁ ଏଭଳି ପରିସ୍ଥିତ ସାମ୍ନା କରିବାକୁ ପଡୁଛି । ଯାହା ଆଗାମୀ ଦିନମାନଙ୍କ ପାଇଁ ବିପଦ ସଙ୍କେତ ସଦୃଶ ।
ପରିବେଶବୀତ୍‌ମାନେ ଆହୁରି କୁହନ୍ତି ଯେ ବର୍ତ୍ତମାନ ଯେଉଁଭଳି ଭାବେରେ ଜଙ୍ଗଳକୁ କାଟି ସଫା କରିଦିଆ ଯାଉଛି ତା’ ସାଙ୍ଗକୁ ମାତ୍ରାଧିକ ଜୀବାସ୍ମ ତୈଳ ଯଥା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ କୋଇଲାର ବ୍ୟବହାର କରାଯାଉଛି । ଏସବୁ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ । ଜଙ୍ଗଲ ଧଂସ ଦ୍ୱାରା ବାୟୁ ପ୍ରଦୁଷଣ ମାତ୍ରାଧିକ ଭାବରେ ବଢ଼ିଚାଲିଛି । ଯାହା ରାତିର ତାପମାତ୍ରାକୁ ବଢ଼ାଉଛି ।
ବୟସ୍କ ବ୍ୟକ୍ତିମାନେ କୁହନ୍ତି, କିଛି ବର୍ଷ ତଳେ ରାଜଧାନୀ ଏବଂ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ଖୁବ୍ ଶୀତ ଅନୁଭବ ହୁଏ ।
ଶୀତର ସ୍ପର୍ଷରେ  ଗଛ ଲତାରେ ସବୁଜିମା ଭରିଯାଏ ଆଉ ସେ ଦୃଶ୍ୟ ଦେଖିଲେ ମନମୁଗ୍ଧ ହୋଇଯାଏ । ଆଉ ଶୀତ ଦିନେ ପ୍ରକୃତିର ସୌନ୍ଦର୍ଯ୍ୟକୁ  ଉପଭୋଗ କରାଯାଉଥିଲା । ଶୀତର ସ୍ପର୍ଶରେ ଗଛଲତା ନୂଆ ପତ୍ର କଁଅଳିବା ଆରମ୍ଭ କରେ ଆଉ ସବୁଆଡେ ସବୁଜିମାରେ ଭରିଯାଏ ପୂରା ପ୍ରକୃତି । ଶୀତରେ ସ୍ପର୍ଶରେ ପ୍ରକୃତି ପୁଲକିତ ହୋଇ ଉଠୁଥିଲା । ହେଲେ ସେ ସମୟ ଧୀରେ ଧୀରେ ବଦଳିବାକୁ ଲାଗିଛି ।
ରାଜ୍ୟ ରାଜଧାନୀ ଓ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରୁ ଜଙ୍ଗଲ କାଟି ନିର୍ମାଣ କାର୍ଯ୍ୟ କରୁଛନ୍ତି ।
ସେହିଭଳି ମଧ୍ୟ ଓଡ଼ିଶାରେ କନ୍ଧମାଳ, ଢ଼େଙ୍କାନାଳ ଓ ଦକ୍ଷିଣ ଓଡ଼ିଶା ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ପ୍ରବଳ ଶୀତ ଅନୁଭ ବ ହେଉଛି । ଉପକୂଳବର୍ତ୍ତି ଅଂଚଳରେ ଅସାଧାରଣ ଶୀତ ଆଗମୀ ଦିନ ପାଇଁ ସତର୍କ ଘଂଟି ହୋଇପଡିଛି । ଏହା ସହ ଜଳବାୟୁର ବିପରୀତମୁଖୀ ପରିବର୍ତନ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି ବିଭିନ୍ନ ପ୍ରକାରର ରୋଗ ହେଉଛି । ସେଥିପାଇଁ ପରିବେଶ ବୀତ୍‌ମାନେ ସବୁବେଳେ ଉପଦେଶ ଦେଇ ଆସୁଛନ୍ତି ପ୍ରଚୁର ପରିମାଣରେ ଗଛ ଲଗାଇବା ପାଇଁ ଏବଂ ଇନ୍ଧନ ଦ୍ରବ୍ୟର ବ୍ୟବହାର କମ୍ କରିବା ପାଇଁ ।  
ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମୟରେ ଏହା ଆମ ସମସ୍ତଙ୍କ ପାଇଁ ସତର୍କ ଘଂଟି ହୋଇଛି । ଏବେ ଆମକୁ ସତର୍କ ହୋଇ ସଜାଗ ହେବାର ସମୟ ଆସିଛି । ଭବିଷ୍ୟତର ବିପତିକୁ ଏଡାଇବା ପାଇଁ  ମାନବ ସମାଜ ଜାଗ୍ରତ ହେବାକୁ ପଡିବ । 

 Cold waves play hide and seek with coastal Odisha

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031