Indus Valley Times

ପରୀକ୍ଷାରେ ପୁଣି ତ୍ରୁଟି : ଆର୍‌ଆଇ ଓ ଅମିନ ପରୀକ୍ଷାରେ ସର୍ଭର ଡାଉନ

 Breaking News

ପରୀକ୍ଷାରେ ପୁଣି ତ୍ରୁଟି : ଆର୍‌ଆଇ ଓ ଅମିନ ପରୀକ୍ଷାରେ ସର୍ଭର ଡାଉନ

November 06
12:13 2025

ଭୁବନେଶ୍ୱର , ୬/୧୧ : ପରୀକ୍ଷାରେ ପୁଣି ତ୍ରୁଟି । ଆର୍‌ଆଇ ଓ ଅମିନ ପରୀକ୍ଷାରେ ସର୍ଭର ଡାଉନ । କାକଟପୁର ଓଞଉ ସମେତ ବିଭିନ୍ନ ସ୍ଥାନରେ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଛାତ୍ରଛାତ୍ରୀ । ଯାହାଫଳରେ ପରୀକ୍ଷାରେ କିଛି ସମୟ ପାଇଁ ବିଳମ୍ବ ହୋଇଥିବା ମଧ୍ୟ ଜଣାପଡିଛି ।
ଖବର ଅନୁଯାୟୀ, ଗୁରୁବାର ଦିନ ଅନେକ ସ୍ଥାନରେ ଆରଆଇ ଓ ଅମିନ ପରୀକ୍ଷା ହେବାର ଥିଲା । ଏହି ସବୁ ସ୍ଥାନମାନଙ୍କରେ ପୂର୍ବ ପ୍ରସ୍ତୁତି ମଧ୍ୟ ହୋଇଥିଲା । ହେଲେ ପରୀକ୍ଷା ଆରମ୍ଭ ପୂର୍ବରୁ ଦେଖାଦେଲା ତ୍ରୁଟି। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ୍ ହୋଇଥିଲା । ଯାହାଫଳରେ ପରୀକ୍ଷାରେ କିଛି ସମୟ ପାଇଁ ବିଳମ୍ବ ହୋଇଥିଲା ।
ଏପିରିକି ପ୍ରାୟ ଅନେକ ସମୟ ଧରି ଛାତ୍ରଛାତ୍ରୀମାନେ ଅନେକ ସମୟ ଧରି ବସିରହିଥିଲେ । ଯାହାଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ କିଛି ସମୟ ପରେ ସର୍ଭର ଠିକ୍ ହୋଇଥିଲା । ଆଉ ଆରମ୍ଭ ହୋଇଥିଲା ପରୀକ୍ଷା । କାକଟପୁର ଆଇଟିସି ସମେତ ଅନେକ ସ୍ଥାନରେ ଏପରି ଅସୁବିଧା ହୋଇଥିବାର ଦେଖିବାକୁ ମିଳିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031