Indus Valley Times

ପରୀ ଅପହରଣ ହତ୍ୟା ଘଟଣା : ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ନେତ୍ରୀ ଇରାନୀ ରାୟ

 Breaking News

ପରୀ ଅପହରଣ ହତ୍ୟା ଘଟଣା : ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ନେତ୍ରୀ ଇରାନୀ ରାୟ

December 22
20:58 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୨/୧୨: ଥମିବାରେ ଲାଗୁନି ନୟାଗଡ଼ ବହୁଚର୍ଚ୍ଚିତ ପରୀ ଅପହରଣ ହତ୍ୟା ଘଟଣା। ଏସଆଇଟି ଏହି ଘଟଣାରେ ଜଣେ ଯୁବକ ସରୋଜ ସେଠି କୁ ଗିରଫ କରି ରିମାଣ୍ଡରେ ମଧ୍ୟ ନେଇଛି। କିନ୍ତୁ ନୟାଗଡ଼ ବିଜେପି ଏହାକୁ କପୋଳକଳ୍ପିତ ଓ ରାଜ୍ୟ ସରକାରଙ୍କୁ ଖୁସି କରିବାକୁ ଅରୁଣ ବୋଥ୍ରା ଓ ଏସଆଇଟି ଟିମ ପ୍ରୟାସ କରୁଥିବା ଅଭିଯୋଗ କରିଛି । ଘଟଣା ଘଟିବା ଦିନଠାରୁ ଆଜି ପର‌୍ୟ୍ୟନ୍ତ ପ୍ରସାଶନ ମନ୍ତ୍ରୀ ଅରୁଣ ସାହୁ ଏବଂ ରାଜ୍ୟ ସରକାରଙ୍କୁ କ୍ଲିନଚିଟ ଦେବାକୁ ଚେଷ୍ଟା ଚଳାଇ ଆସିଛି। ଅପହରଣ ଓ ହତ୍ୟା ଘଟଣା ଏବଂ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ନାମରେ ବିଭିନ୍ନ ସମୟରେ ଅଡିଓ କ୍ଲିପ୍ ଭାଇରାଲ ହେବା ଘଟଣା , ଯେଉଁ ମାନଙ୍କ ନାମରେ ପରୀ ପରିବାର ପକ୍ଷରୁ ଅଭିଯୋଗ ଆସିଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ ନକରିବା ନୟାଗଡ଼ ବାସିଙ୍କ ମନରେ ସନ୍ଦେହ ସୃଷ୍ଟି କରୁଥିବା ପ୍ରକାଶ କରିଛି ଜିଲ୍ଲା ବିଜେପି। ଏସଆଇଟି ଟିମ୍ ର ତଦନ୍ତ ନିରପେକ୍ଷ ନୁହେଁ ଏଥିପାଇଁ ସିବିଆଇ ତଦନ୍ତ ଦାବି କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ନେତ୍ରୀ ଇରାନୀ ରାୟ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031