Indus Valley Times

ପରୀ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଲେ ବିଜେପି ବିଧାୟକ

 Breaking News

ପରୀ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଲେ ବିଜେପି ବିଧାୟକ

December 01
21:55 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧/୧୨: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ପାଞ୍ଚ ବର୍ଷ ଝିଅ ପରୀ ଅପହରଣ ଓ ହତ୍ୟା ଘଟଣା କୁ ପାଞ୍ଚ ମାସ ବିତିବାକୁ ଯାଇଥିବା ବେଳେ ନୟାଗଡ଼ ସଦର ଥାନା ହାତ ଖାଲି । ରାଜ୍ୟ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ବିଜେପି ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଟଳ। ସୋମବାର ଦିନ ବିଜେପି ନେତ୍ରୀ ଇରାନୀ ରାୟ ଙ୍କ ନେତୃତ୍ବରେ ବିଜେପି ଦଳର ବିଧାୟକ ମାନେ ପରୀର ପରିବାରବର୍ଗଙ୍କୁ ସମବେଦନା ଜଣାଇବା ଲାଗି ଯଦୁପୁର ଗ୍ରାମର ପହଞ୍ଚି ଥିଲେ। ବିଧାୟକ ମାନେ ପରୀ ପରିବାର କୁ ମିଶିବା ସହିତ ଲକ୍ଷ୍ମୀ ପ୍ରସାଦ ସରପଞ୍ଚ ସୋମ୍ୟରଞ୍ଜନ ଙ୍କ ମିଶି ତାଙ୍କର ନିର୍ଭିକ ସାହସିକତା ପାଇଁ ଧନ୍ୟବାଦ ଦେଇଥିଲେ। ଖବର ସଂଗ୍ରହ ସମୟରେ ବାବୁଲି ନାୟକଙ୍କ ପରିବାର ପକ୍ଷରୁ ସାମ୍ବାଦିକ ମାନଙ୍କୁ ମଧ୍ୟ ବିରୋଧ ର ସମ୍ମୁଖ ହେବାକୁ ପଡ଼ିଥିଲା । କାହିଁକି ଖବର ପ୍ରକାଶ କରୁଛ କହି ବିରୋଧ ମଧ୍ୟ କରିଥିଲେ। ପରୀ ହତ୍ୟାକାରୀ କୁ ଦଣ୍ଡ ନମିଳିବା ପର‌୍ୟ୍ୟନ୍ତ ଏ ସଙ୍ଘର୍ଷ ଜାରି ରହିବ ବୋଲି ବିଜେପି ନେତ୍ରୀ ଇରାନୀ ରାୟ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031