Indus Valley Times

ପରୀ ହତ୍ୟାକାରୀକୁ ଗିରଫ ଦାବିରେ ଆମରଣ ଅନଶନରେ ବସିଲେ ସାନ୍ତାନୁ ବିଶୋଇ ଓ ଭୁବନ ଚାନ୍ଦ ହାତୀ

 Breaking News

ପରୀ ହତ୍ୟାକାରୀକୁ ଗିରଫ ଦାବିରେ ଆମରଣ ଅନଶନରେ ବସିଲେ ସାନ୍ତାନୁ ବିଶୋଇ ଓ ଭୁବନ ଚାନ୍ଦ ହାତୀ

October 29
20:07 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ,୨୯/୧୦: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ନାବାଳିକା ପାଞ୍ଚ ବର୍ଷ ର ଝିଅ ପରୀ ଅପହରଣ ଓ ହତ୍ୟା ଘଟଣା ଦିର୍ଘ ତିନି ମାସରୁ ଉର୍ଦ୍ଧ୍ବ ସମୟ ବିତାଉଥିଲେ ମଧ୍ୟ ଆଜିବି ନୟାଗଡ଼ ସଦର ଥାନା ହାତ ଖାଲି। ଏହାର ପ୍ରତିବାଦରେ ଓଡ଼ଗାଁ ଥାନା ଅନ୍ତର୍ଗତ ଦାଣ୍ଡୋର ଗ୍ରାମର ସାନ୍ତାନୁ ବିଶୋଇ ଓ ଇଟାମାଟି ପଞ୍ଚାୟତ ବିରୁଡା ଗ୍ରାମର ଭୁବନ ଚାନ୍ଦ ହାତୀ ଦୁଇ ସଚେତନ ନାଗରିକ ଜିଲ୍ଲାପାଳ ଙ୍କ କାର‌୍ୟ୍ୟାଳୟ ନିକଟରେ ହତ୍ୟାକାରୀ ଙ୍କୁ ଗିରଫ ଦାବିରେ ଆମରଣ ଅନଶନ ରେ ବସିଥିଲେ। ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା ତ ଦୂରର କଥା ଦେଖାମଧ୍ୟ ହେଲେ ନାହିଁ। ପୋଲିସ ଆସାମୀମାନଙ୍କୁ ଧରିବା ସମ୍ପର୍କରେ ନଭାବି ସେମାନଙ୍କୁ ଚିକିତ୍ସା ବାହାନାରେ ଅନଶନ ସ୍ଥଳରୁ ଉଠାଇ ନେଇ ଡାକ୍ତରଖାନାରେ ରଖିଛି। ସେହି ଦୁଇ ଜଣ ଡାକ୍ତରଖାନାରେ ମଧ୍ୟ ସେମାନଙ୍କ ଅନଶନ ଜାରି ରଖିଛନ୍ତି। ସେମାନଙ୍କୁ ଯେଉଁ ଠାରେ ରଖିଲେ ମଧ୍ୟ ପରୀର ହତ୍ୟାକାରୀ କୁ ନ ଧରିବା ପର‌୍ୟ୍ୟନ୍ତ ସେମାନେ ଅନଶନ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031