Indus Valley Times

ପଲ୍ୟୁସନ ସାର୍ଟିଫିକେଟ ଲାଗି ଖୋର୍ଦ୍ଧା ପଏଣ୍ଟ ନିକଟରେ ଲମ୍ବାଲାଇନ ,ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଚାଳକ ହନ୍ତସନ୍ତ

 Breaking News

ପଲ୍ୟୁସନ ସାର୍ଟିଫିକେଟ ଲାଗି ଖୋର୍ଦ୍ଧା ପଏଣ୍ଟ ନିକଟରେ ଲମ୍ବାଲାଇନ ,ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଚାଳକ ହନ୍ତସନ୍ତ

December 25
20:03 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨୫/୧୨ : ପଲ୍ୟୁସନ ସାର୍ଟିଫିକେଟ ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ ତା ସହିତ ଅଧିକ ଫାଇନ କଟିବ ।
ଏହାକୁ ନେଇ ଗାଡ଼ି ଚାଳକଙ୍କୁ ପଲ୍ୟୁସନ ସାର୍ଟିଫିକେଟ ଭୟ ଘାରିଛି। ନୂଆବର୍ଷ ରୁ ଏହି ନିୟମ କଡାକଡି ପାଳନ କରାଯିବାକୁ ସ୍ଥିର ହୋଇଥିଲା।
ଗତକାଲି ସଡ଼କ ପରିବହନ ମନ୍ତ୍ରୀ ଜାରି କରାଯାଇଥିବା ଅବଧିକୁ ଏକ ମାସ ବୃଦ୍ଧି କରିଛନ୍ତି ।
ତଥାପି ଗାଡ଼ି ଚାଳକଙ୍କ ମଧ୍ୟରେ ଭୟ ଲାଗିରହିଛି। ଏହାର ଚିତ୍ର ଖୋର୍ଦ୍ଧା ସହରରେ ଥିବା ଏକମାତ୍ର ପଲ୍ୟୁସନ ଟେଷ୍ଟ ପଏଣ୍ଟ ରେ ଦେଖିବାକୁ ମିଳିଛି।
ଘଣ୍ଟାଏ କି ଦି ଘଣ୍ଟା ନୁହେଁ ଏପରିକି କେତେକଙ୍କ କ୍ଷେତ୍ରରେ ଦିନ ପାହି ଯାଉଛି ପଲ୍ୟୁସନ ସାର୍ଟିଫିକେଟ ଖଣ୍ଡେ ହାସଲ କରିବା ପାଇଁ।
ବିଳମ୍ବିତ ପ୍ରକ୍ରିୟା ସମ୍ପର୍କରେ ସେଣ୍ଟର କର୍ମଚାରୀ କୁହନ୍ତି, ଅନେକ ଗାଡ଼ିର ଚାଲାଣ ପୂର୍ବରୁ ରହିଛି ସେମାନେ ଜାଣି ନାହାଁନ୍ତି, ପ୍ରଥମେ ଚାଲାଣ ଜମା କରିବାକୁ ପଡ଼ିବ ତା ପରେ ପଲ୍ୟୁସନ ଟେଷ୍ଟ ହେବ ନଚେତ ହୋଇପାରିବ ନାହିଁ।
ଦ୍ୱିତୀୟ ଟି ଗାଡ଼ି ଆରସି ରେ ଥିବା ମୋବାଇଲ ନମ୍ବରକୁ ଯାଉଥିବା ଓଟିପି ,(ଅନେକ ଆରସି ରେ ଥିବା ମୋବାଇଲ ନମ୍ବର ଗାଡ଼ି ମାଲିକଙ୍କ ପାଖରେ ନ ଥିବାରୁ) ତୃତୀୟ ସମସ୍ୟା ହେଲା ପରିବହନ ୱେବସାଇଟ ଅନେକ ସମୟରେ ସର୍ବର ଲୋ ରହୁଥିବା ଯୋଗୁଁ ବିଳମ୍ବ ହେଉଛି।
ଏ ସବୁ ସମସ୍ୟାକୁ ନେଇ ଗାଡ଼ି ମାଲିକ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ଦେଖିବାକୁ ମିଳିଛି। ସହରରେ ଥିବା ଏକମାତ୍ର ପଲ୍ୟୁସନ ଟେଷ୍ଟ ସେଣ୍ଟର ପୁରୁଣା ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରହିଛି।
ଏଠାରେ ସବୁଦିନ ଗହଳି ଲାଗିରହିଛି। ପ୍ରତ୍ୟେକ ଦିନ ଆଖ ପାଖରୁ ଆସୁଥିବା ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଗାଡ଼ି ଚାଳକ ମାନେ ରାସ୍ତା ପାର୍ଶ୍ଵରେ ଲମ୍ବା ଲାଇନରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି।
ଏଥିରେ ଅନେକ ବରିଷ୍ଠ ବ୍ୟକ୍ତି ଅପେକ୍ଷା କରିଥିବାର ନଜରକୁ ଆସିଛି।
ଗତକାଲି ଲାଇନରେ ଠିଆ ହୋଇଥିବା ଖୋର୍ଦ୍ଧା ସହରର ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ତଥା ରାଜଧାନୀ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବୃନ୍ଦାବନ ପଣ୍ଡା ନିଜର ପତିକ୍ରିୟାରେ କହିଥିଲେ ସରକାର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଯେଉଁ ଆଇନ ପ୍ରଣୟନ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ।
କିନ୍ତୁ ତାହା କିପରି ସହଜ ଓ ସରଳ ଭାବରେ ଲୋକମାନେ ସୁବିଧା ପାଇପାରିବେ ସେଥିପ୍ରତି ସରକାର ବ୍ୟବସ୍ଥା କରିବା ଦରକାର।
ଗହଳି ଏଡ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା ହେଲେ ଲୋକମାନେ ସୁବିଧାରେ ଏବଂ ଶୀଘ୍ର ସେବା ପାଇ ପାରିବେ। ଏଠି ଏକମାତ୍ର ପଲ୍ୟୁସନ ଟେଷ୍ଟ ସେଣ୍ଟର ଥିବାରୁ ଲୋକଙ୍କ ଗହଳି ସହିତ ଟେକନିକାଲ ସମସ୍ୟାକୁ ନେଇ ଘଣ୍ଟା ଘଣ୍ଟା।
ଧରି ଅପେକ୍ଷା କରିବାକୁ ପଡୁଥିବା ନିଜ ପ୍ରତିକ୍ରିୟାରେ କହିଥିଲେ।
ଏହି ପରି ଅନେକଙ୍କ ମତ ଥିଲା ଯଦି ଜିଲ୍ଲା ପ୍ରଶାସନ ସହରରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକରେ ଟେଷ୍ଟ ସେଣ୍ଟର କରି ଦିଅନ୍ତେ ତେବେ ଏତେ ଗହଳି ହୁଅନ୍ତା ନାହିଁ। ସହରରେ ଥିବା କେତେକ ପେଟ୍ରୋଲ ପମ୍ପରେ କର୍ମଚାରୀ ମାନେ ଗାଡ଼ି ଚାଳକଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଛି।
ନିଷ୍ପତ୍ତି ଅନୁଯାୟୀ ପ୍ରଥମ ଥର ପାଇଁ ପିୟୁସିସି ଚାଲାଣ କାଟୁଥିଲେ ଛାଡ଼ କରାଯିବ। ସୂଚନାଯୋଗ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶନାମା ମୋଟର ଯାନ ଆଇନ ୧୯୮୮ ର ଧାରା ୧୯୦(୨) ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀର ନିୟମ ୧୧୫ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।
ଏଥିନେଇ ଗାଡ଼ି ଚାଳକ ପଲ୍ୟୁସନ ସାର୍ଟିଫିକେଟ ପାଇଁ ଲମ୍ବା ଲାଇନ ଲଗାଇଛନ୍ତି।
ବୈଧ ପିୟୁସିସି ସାର୍ଟିଫିକେଟ ନ ଥିଲେ ପେଟ୍ରୋଲ ଡିଜେଲ ନମିଳିବା ନିୟମ ଲାଗୁ ହେବା ପରେ ଚାଳକ ମାନେ ତୁରନ୍ତ ସାର୍ଟିଫିକେଟ କରିବା ପାଇଁ ଧାଇଁ ଆସିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031