Indus Valley Times

ପଶ୍ଚିମରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, କାଲି ପରି ଆଜି ବି ଜଳୁଛି ଝାରସୁଗୁଡ଼ା

 Breaking News

ପଶ୍ଚିମରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, କାଲି ପରି ଆଜି ବି ଜଳୁଛି ଝାରସୁଗୁଡ଼ା

ପଶ୍ଚିମରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, କାଲି ପରି ଆଜି ବି ଜଳୁଛି ଝାରସୁଗୁଡ଼ା
April 24
17:23 2026

ଭୁବନେଶ୍ୱର,୨୪/୪: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ବେଳେ ଖରାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା।
ସକାଳୁ ଟାଇଁ ଟାଇଁ ଖରା ଡରାଉଥିବା ବେଳେ ଦିନସାରା ତତଲା ପବନ ଦେହକୁ ପୋଡି ଦେଉଛି। ଏଭଳି ପରିସ୍ଥିତିରେ ଆହୁରି ଦୁଇଦିନ ଅର୍ଥାତ୍ ୨୫ ତାରିଖ ଯାଏ ରାଜ୍ୟରେ ହିଟ୍ ଓ୍ବେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଶୁକ୍ରବାର ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରୀ ପାର୍ କରିଛି। ଦ୍ୱିତୀୟରେ ସମ୍ବଲପୁରର ତାପମାତ୍ରା ୪୨.୮ ଡିଗ୍ରୀରେ ପହଞ୍ଚିଛି। ହିରାକୁଦରେ ୪୨.୬ ଡିଗ୍ରୀ ରେକର୍ଡ କରାଯାଇଇଥିବା ବେଳେ ରାଉରକେଲାରେ ୪୨.୨ ଡିଗ୍ରୀ ରହିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୩୮.୬ ଡିଗ୍ରୀ ରହିଛି।
ଅନ୍ୟପକ୍ଷେ ଆହୁରି ଦୁଇଦିନ ଅର୍ଥାତ୍ ୨୫ ତାରିଖ ଯାଏ ରାଜ୍ୟରେ ହିଟ୍ ଓ୍ବେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଗୁରୁବାର ରାଜ୍ୟର ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡା ଓ ତାଳଚେରରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଚଳିତବର୍ଷ ପ୍ରଥମଥର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୨.୧ ଡିଗ୍ରୀ ଛୁଇଁଥିଲା।
ଶୁକ୍ରବାର ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, କେନ୍ଦୁଝର, ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ର୍ନିଂ ଜାରି କରାଯାଇଛି। ଏଥିସହ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ଗରମ ଓ ଗୁଳୁଗୁଳି ପାଇଁ ଓ୍ବାର୍ନିଂ ଦିଆଯାଇଛି।
ଅପରପକ୍ଷେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲାର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ଓ ପବନ ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
ସେହିପରି ୨୬ ତାରିଖରୁ ରାଜ୍ୟରେ ପାଗ ବଦଳିବା ନେଇ ମଧ୍ୟ ସମ୍ଭାବନା ରହିଛି। ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହିତ ବର୍ଷା ପବନ ହେବା ନେଇ ଆକଳନ କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୬ ଓ ୨୭ ତାରିଖରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031