Indus Valley Times

ପଶ୍ଚିମ ଓଡ଼ିଶାର ନନ୍ଦନକାନନର ମାନ୍ୟତା ଲାଭ କରିବ ବୌଦ୍ଧର ପରିବେଶ ପାର୍କ

 Breaking News

ପଶ୍ଚିମ ଓଡ଼ିଶାର ନନ୍ଦନକାନନର ମାନ୍ୟତା ଲାଭ କରିବ ବୌଦ୍ଧର ପରିବେଶ ପାର୍କ

November 02
11:31 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୧୧ : ମଙ୍ଗଳବାର ଦିନ ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ,ମୁଖ୍ୟ କାର‌୍ୟ୍ୟନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଏବଂ ବୈଷୟିକ ପରାମର୍ଶଦାତା ସୁନିଲ କୁମାର ନାୟକ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖଜୁରୀପଡା ସ୍ଥିତ ଯାଯାବରଠାରେ ପହଞ୍ଚିଥିଲେ ।
ଜିଲା ପ୍ରଶାସନ ପକ୍ଷରୁ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଯାଯାବରଠାରେ ଏକ ସମୀକ୍ଷା ବୈଠକରେ ଅକ୍ଟୋବର ୨୧ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଡବ୍ଲୁଓଡିସି ଇକୋ ପାର୍କ ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର‌୍ୟ୍ୟର ସମୀକ୍ଷା କରାଯାଇଥିଲା ।
୧୮ କୋଟିର ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୪ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିବାବେଳେ ବର୍ତମାନ ୨ କୋଟି ଟଙ୍କା ଯୋଗାଇଦିଆଯାଇଛି ଏବଂ ପରବର୍ତ୍ତି ସମୟରେ ଆଉ ୨ କୋଟି ଟଙ୍କା ପ୍ରଦାନ କରାଯିବ ।
ଏହାର ଦାୟିତ୍ୱ ଜିଲାପରିଷଦ କାର‌୍ୟ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ପ୍ରକଳ୍ପର କାର‌୍ୟ୍ୟ ଜିଲା ବନଖଣ୍ଡ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ ସମିତି ହରଭଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ । ଏଥିରେ ସ୍ଥାନୀୟ ଜନପ୍ରତିନିଧି,ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଆଗାମୀ ଦିନରେ ଏହା ଏକ ସୁନ୍ଦର ପ୍ରକଳ୍ପ ଭାବରେ ବିକଶିତ ହେବାକୁ ଯାଉଅଛି ।
ଏହି ପରିବେଶ ପାର୍କକୁ ପର‌୍ୟ୍ୟଟକମାନଙ୍କୁ ଆକୃଷ୍ଟ କରିବା ଭଳି ବ୍ୟବସ୍ଥା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହାବ୍ୟତୀତ ବନ୍ୟଜନ୍ତୁଙ୍କ ଉଦ୍ଧାର ତଥା ସଂରକ୍ଷଣ କେନ୍ଦ୍ର, ପକ୍ଷୀ ପାର୍କ,ନୂଆପଡା ଡ୍ୟାମରେ ନୌକା ବିହାର,ସଫାରୀ,କାଫେଟୋରିଆ,ୟୋଗା ଉଦ୍ୟାନ, ବଟରଫ୍ଲାଏ ଉଦ୍ୟାନ, ଜଙ୍ଗଲ ମଧ୍ୟରେ ପ୍ରାକୃତିକ ଶୋଭାରାଜି ଉପଭୋଗ ପାଇଁ ଚଲାପଥ ସୃଷ୍ଟି, ହାଇକିଂ ଟ୍ରାକ୍, ଫୁଡକୋର୍ଟ, ଲେଣ୍ଡ ସ୍କେପିଂ, ଶିଶୁ ଉଦ୍ୟାନ ଆଦି ସୃଷ୍ଟି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଆସନ୍ତା ଡିସେମ୍ବର ୩୧ ତାରିଖ ମଧ୍ୟରେ ୧୫ ଜଣ ସ୍ଥାନୀୟ ପୁଅ ଝିଅଙ୍କୁ ଟୁରିଷ୍ଟ ଗାଇଡ ଭାବରେ ପ୍ରଶିକ୍ଷିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଯାଯାବରଠାରେ ଆସନ୍ତା ୧୦ ତାରିଖ ମଧ୍ୟରେ ସ୍ୱୟଂସହାୟିକା ଗୋଷ୍ଠୀ ପକ୍ଷରୁ କାଫେ,ଓମଫେଡ ଓ ବୁଣାକାର ସାମଗ୍ରୀ ବିକ୍ରୟ ଷ୍ଟଲ ଖୋଲାଯାଇ ବିଭିନ୍ନ ସମାଗ୍ରୀର ପ୍ରଦର୍ଶନ ଏବଂ ବିକ୍ରୟ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପରେ ପରେ ଜନକଲ୍ୟାଣ ସ୍ୱୟଂସହାୟକ ଗୋଷ୍ଠୀ ଏବଂ ମା ପିତାବଳୀ ଗୋଷ୍ଠୀ ଖଜୁରିପଡାର ମହିଳାମାନଙ୍କ ସହିତ ଅଧ୍ୟକ୍ଷ ଓ ଅଧିକାରୀମାନଙ୍କ ଆଲୋଚନା ହୋଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ସ୍ଥାନୀୟ ଖାଦ୍ୟର ସ୍ୱାତନ୍ତ୍ରତା ବଜାୟ ରଖି ପରିବେଶ ପାର୍କ ଆସୁଥିବା ପର‌୍ୟ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ଓ ଅନ୍ୟ ଅତିଥିମାନେ ଯାଯାବର ପରିସରରେ ବୃକ୍ଷ ରୋପଣ କରିଥିଲେ ।
ଏହି ବୈଠକରେ ଜିଲାପାଳ ସତ୍ୟ ରଞ୍ଜନ ସାହୁ,ଜିଲାପରିଷଦ କାର‌୍ୟ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପନିର୍ଦ୍ଦେଶକ ଡିପିଏମୟୁ ଇ.ସୋରେଙ୍ଗ,ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର କହଁର, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର ଓ ସମ୍ବିତ କୁମାର ବିଶ୍ୱାଳ, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାଏକ, ଉପାଧ୍ୟକ୍ଷ ହରଭଙ୍ଗା ବ୍ଲକ ସରୋଜ କୁମାର ପ୍ରଧାନ, ମଥୁରା ସରପଞ୍ଚ ପ୍ରଦିପ କୁମାର କହଁର ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥପତି ପାୱାର ପଏଣ୍ଟ ମାଧ୍ୟମରେ ପରିବେଶ ପାର୍କ ନିର୍ମାଣ ସଂପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031