Indus Valley Times

ପହଲଗମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରତିବାଦରେ ଦାରିଙ୍ଗବାଡି ଦୋକାନବଜାର ବନ୍ଦ: ସାପ୍ତାହିକ ହାଟ ଠପ୍‌

 Breaking News

ପହଲଗମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରତିବାଦରେ ଦାରିଙ୍ଗବାଡି ଦୋକାନବଜାର ବନ୍ଦ: ସାପ୍ତାହିକ ହାଟ ଠପ୍‌

May 04
21:03 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୪/୫: ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କୀବାଦଙ୍କ ଗୁଳିକରୀ ହତ୍ୟା କରାଯିବା ପ୍ରତିବାଦରେ ରବିବାର ଦାରିଙ୍ଗବାଡିରେ ଦୋକାନବଜାର ବନ୍ଦ କରିଦିଆଯାଇଛି।
ଏଥି ସହ ରବିବାର ସପ୍ତାହିକ ହାଟ ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ହାଟକୁ ମଧ୍ୟ ବନ୍ଦ କରାଇଥିଲେ।
ଫଳରେ ହାଟ ବ୍ୟବସାୟୀ କରିବାକୁ ଆସିଥିବା ବ୍ୟବସାୟୀ ମାନେ ଦୂର ଦୁରାନ୍ତରୁ ଆସି ବ୍ୟବସାୟ ନକରିପାରି ନିରାଶରେ ଫେରିଛନ୍ତି।
ସେହିପରି ହାଟକୁ ନିଜ ଅମଳ ସାମଗ୍ରୀ ବିକ୍ରି ପାଇଁ ଆସିଥିବା ଚାଷୀ ମାନେ ମଧ୍ୟ ନିରାଶ ହୋଇ ଫେରିଛନ୍ତି। ପ୍ରକାଶ ଯେ, ପହଲଗାମ ଘଟଣାକୁ ନେଇ ଜିଲା ଓ ବ୍ଲକ ହେଡକ୍ୱାଟରରେ ଶ୍ରୀରାମ ସେନା ଓଡିଶା ପ୍ରଦେଶ(ଭାରତ), ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଏହାର ପ୍ରଭାବ ଦାରିଙ୍ଗବାଡିରେ ଦେଖିବାକୁ ମିଳିଛି।
ସେମାନଙ୍କ ପ୍ରତିବାଦର କାରଣ ସମ୍ପର୍କରେ କୁହାଯାଇଛି ଯେ, ପଶ୍ଚିମ ବଙ୍ଗ ଓ କଶ୍ମୀରରେ ହିନ୍ଦୁ ମାନଙ୍କୁ ନୃଶଂସଭାବେ ହତ୍ୟା କରାଯାଇଛି।
ଏଭଳି ଅମାନୁଷିକ କାର୍ଯ୍ୟକଳାପ ପାଇଁ ସରକାର ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯିବା ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ବଜରଙ୍ଗ ଦଳ,ଶ୍ରୀ ରାମ ସେନା ପକ୍ଷରୁ ନିବେଦନ କରାଯାଇଛି।
ଆମ୍ବ ତୋଳିବା ବେଳେ ଗଛରୁ ପଡି ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ
ବାଲିଗୁଡା, ୪/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନ ଗଦାପୁର ଗ୍ରାମର ବାଉରୀବନ୍ଧୁ ପାତ୍ର (୬୦) କୌଣସି କାରଣରୁ ଆମ୍ବଗଛ ଉପରୁ ତଳେ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
ଖବର ନେବାରୁ ଜଣାପଡିଛି ଯେ, ବାଉରୀବନ୍ଧୁ ପାତ୍ର ଆମ୍ବୁଲ ପ୍ରସ୍ତୁତ ପାଇଁ ଗାଁ ପାଖ ଏକ ଆମ୍ବ ଗଛରେ ଚଢି ଆମ୍ବ ତୋଳୁ ଥିଲେ। ହେଲେ କୌଣସି କାରଣରୁ ଗଛ ଉପରୁ ତଳେ ପଡି ଯାଇ ଚେତା ହରାଇ ଥିଲେ।
ଏହି ଖବର ପାଈ ପରିବାର ସଦସ୍ୟ ଓ ଗ୍ରାମବାସୀ ଅଟୋ ଯୋଗେ ବ୍ରାହ୍ମଣୀଗାଁ ଡାକ୍ତରଖାନା ଚିକିତ୍ସା ପାଇଁ ପହଞ୍ଚାଇଥିଲେ।
ହେଲେ ଡାକ୍ତର ବାଉରୀବନ୍ଧୁ ପାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଏଏସଆଇ ରମାକାନ୍ତ ସେଠି ଓ ଏଏସଆଇ ଶଙ୍କର ୱାଡ଼ାକା ଡାକ୍ତଖାନାରେ ପହଞ୍ଚି ମୃତ୍ୟୁ ସମ୍ପର୍କରେ ପରିବାର ସଦସ୍ୟଙ୍କୁ ପଚରା ଉଚାରା କରିବା ସହିତ ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930