Indus Valley Times

ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ଭୁଶୁଡ଼ିଲା ବିଦ୍ୟାଳୟ ଗୃହ ଛାତ: ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି

 Breaking News

ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ଭୁଶୁଡ଼ିଲା ବିଦ୍ୟାଳୟ ଗୃହ ଛାତ: ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି

ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ଭୁଶୁଡ଼ିଲା ବିଦ୍ୟାଳୟ ଗୃହ ଛାତ: ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି
May 28
18:50 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୮/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟ ଭାଗରେ ଥିବା ପୁରାତନ ସରକାରୀ ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଏକ ବିପଦସଙ୍କୁଳ ଗୃହ ଛାତ ଭୁଶୁଡି ପଡ଼ିଛି ।
ବିଦ୍ୟାଳୟ ବନ୍ଦ ରହିଥିଭବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ଉକ୍ତ ପୁରାତନ ବିଦ୍ୟାଳୟ ପାଟଖଣ୍ଡା ମନ୍ଦିରକୁ ଲାଗି ରହିଛି । ୧୯୬୨ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ଟି ଅଦ୍ୟାବଧି ସୁଦ୍ଧା ଆଜବେଷ୍ଟସ ଛାଉଣି ଶ୍ରେଣୀ ଗୃହରେ ହିଁ ଶିକ୍ଷାଦାନ କରାଯାଉଛି।
ଦୀର୍ଘ ଦିନ ଧରି ଉକ୍ତ ବିଦ୍ୟାଳୟ ଗୃହ ବିପଦସଂକୁଳ ଅବସ୍ଥାରେ ଥିବା ବେଳେ ଏ ସମ୍ପର୍କରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନେ ବିଭାଗୀୟ ଉଚ୍ଚ ପଦାଧିକାରୀ ଙ୍କୁ ଲିଖିତ ଆକାରରେ ବାରମ୍ବାର ଜଣାଇଥିଲେ ମଧ୍ୟ କାହିଁକି ଦୃଷ୍ଟି ଦେଉନଥିଲେ, ତାହା ଏବେ ଅଭିଭାବକ ମହଲରେ ପ୍ରଶ୍ନ ସୃଷ୍ଟି କରିଛି ।
ବର୍ତ୍ତମାନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ରେ ଥିବା ରମେଶ ଚନ୍ଦ୍ର ଓଝାଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ବିଦ୍ୟାଳୟ ପରିସରରେ ଥିବା ଗୋଟିଏ ଛାତ ଘରକୁ ଛାଡିଲେ ସମସ୍ତ ଗୃହ ଅତି ପୁରୁଣା ଓ ଭଙ୍ଗାରୁଜା ହୋଇ ପଡିରହିଛି। ଅଧିକକ ଶ୍ରେଣୀ ଗୃହ ନଥିବାରୁ ବାଧ୍ୟ ହୋଇ ଆଜବେଷ୍ଟସ ଘରେ ଓ ଏକ ଛାତ ଘର ରହିଛି ତାରି ଭିତରେ ପିଲାଙ୍କୁ ପାଠ ପଢାଉଛୁ।
ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଥି ବା ଘରଟି ଭାଙ୍ଗି ଯାଇଛି । ପୁରୁଣା ଓ ବିପଦ ସଙ୍କୁଳ ଘର ମରାମତି କିମ୍ବା ନୂତନ ଗୃହ ନିର୍ମାଣ ସମ୍ପର୍କରେ ଆମେ ବାରମ୍ବାର ଆମ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଥୂପ୍ରତି କେହି ଦୃଷ୍ଟି ଦେଇନାହାନ୍ତି ବୋଲି ମଧ୍ୟ କହିଛନ୍ତି।
ତେଣୁ ବିଦ୍ୟାଳୟର ସମସ୍ତ ଗୃହ ନୂତନ ଭାବେ ନିର୍ମାଣ କରିବାକୁ ଅଭିଭାବକ ମହଲରେ ପ୍ରବଳ ଦାବି ହୋଇଛି ।
ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଭଉଣୀ ମାନଙ୍କୁ ନେଇ ମା’ପାଟଖଣ୍ଡା ନିଜ ସାହିରେ ଭ୍ରମଣ କରାଇଲେ ,କଲିକତା ର ଜଊଢ ଡ୍ୟାନ୍ସ ଗ୍ରୁପ ମନ ମୋହିଲା
ବାଲିଗୁଡା, ୨୮/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ବୁଧବାର ୨୩ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୭ ଦିନରେ ପହଞ୍ଚିଛି ।
ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି । ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ।
ପଞ୍ଚ ଦେବୀ ସହ ମା’ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରିବାକୁ ଅଞ୍ଚଳର ପ୍ରତ୍ୟେକ ପରିବାର ର ଦୂର ଦୁରାନ୍ତରେ ଥିବା ବନ୍ଧୁ ବାନ୍ଧବ ଙ୍କ ସୁଅ ଛୁଟିବାରେ ଲାଗିଲାଣି, ଏଣୁ ସପରିବାରେ ଆସି ମା ‘ଙ୍କ ଯାତ୍ରା ସହ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।
ବୁଧବାର ୨୩ ଦିନରେ ପାଟଖଣ୍ଡା ସାହି ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ । ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ଯାଜପୁର ଅଞ୍ଚଳ ର ପ୍ରସିଦ୍ଧ ଶିଙ୍ଗ ବାଦ୍ୟ ନୃତ୍ୟ, କଲିକତା ର ଜଊଢ ଡ୍ୟାନ୍ସ ଗ୍ରୁପ, ରାମାୟଣ ଗୀତିନାଟ୍ୟ ଓ ଦୁଲଦୁଲି ନୃତ୍ୟ ସହ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ, ପାଟଖଣ୍ଡା ମନ୍ଦିର ଓ ମାର୍କେଟ, ହାଟପଦା ମାର୍କେଟ, ଆକ୍ସିସ ବ୍ୟାଙ୍କ ଛକ ଦେଇ ପାଟଖଣ୍ଡା ସାହି ରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା\’ ମାନଙ୍କୁ ପାଛୋଟି ନେଇଥିଲେ । ଉକ୍ତ ପୂଜା ମଣ୍ଡପ ରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା\’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ଗୁରୁବାର ମା\’ ଙ୍କ ବିଶ୍ରାମ ଦିବସ ରହିଥିବା ବେଳେ ଶୁକ୍ରବାର ଦଣ୍ଡପଦର ଗ୍ରାମ କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।
ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି ।
ଏଥିରେ ଯାତ୍ରା କମିଟି ସହ ପାଟଖଣ୍ଡା ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031