Indus Valley Times

ପାଣି ଭିତରେ ପଶିଲା ଗଞ୍ଜେଇ ବୋଝେଇ କାର୍

 Breaking News

ପାଣି ଭିତରେ ପଶିଲା ଗଞ୍ଜେଇ ବୋଝେଇ କାର୍

ପାଣି ଭିତରେ ପଶିଲା ଗଞ୍ଜେଇ ବୋଝେଇ କାର୍
February 20
15:11 2024

ବଲାଙ୍ଗିର,୨୦/୨ : ପାଣି ଭର୍ତ୍ତି ଗାତରେ ପଡ଼ିଥିଲା କାର୍। ପୁଲିସ ଉଦ୍ଧାର କରିବା ପରେ କାରରୁ ମିଳିଲା ଗଞ୍ଜେଇ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଭାଳେର ଗାଁରେ ଏପରି ଘଟଣା ଘଟିଛି।
ଗାଁ ନିକଟରେ ଥିବା ପାଣି ଭର୍ତ୍ତି ଗାତରେ ଆଜି ସକାଳେ ଏକ କାର୍ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କ୍ରେନ ସାହାଯ୍ୟରେ ପାଣି ଭିତରୁ କାରକୁ ଉଦ୍ଧାର କରିଥିଲା। କାର ଭିତରେ କେହି ନଥିବା ବେଳେ ମିଳିଲା ଗଞ୍ଜେଇ। ପୁଲିସ ଗଞ୍ଜେଇକୁ ଜବତ କରି ଘଟଣାର ତଦନ୍ତ କରୁଛି।
କେହି ଜଣେ ଗତକାଲି ରାତିରେ କାରଟିକୁ ଗାତରେ ପକାଇ ଫେରାର ମାରିଥିବା ଅନୁମାନ କରାଯାଉଛି। କାରଟି କାହାର ଜଣାପଡିନାହିଁ। ଗାତ ଭିତରେ କାରଟି ଖସି ପଡିଥିଲା ନା ଏହାକୁ ଲୁଚା ଯାଇଥିଲା ସ୍ପଷ୍ଟ ହୋଇନାହିଁ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031